କିଛି ସାଧାରଣ ଟିପ୍ସ୍‍ରୁ ଜାଣନ୍ତୁ କେମିତି କରିବେ ତ୍ୱଚାକୁ ସୁସ୍ଥ ଓ ସୁନ୍ଦର

ସାଧାରଣତଃ ସୁନ୍ଦର ଓ ସୁସ୍ଥ ତ୍ୱଚା କିମ୍ବା ଚେହେରା ପାଇଁ ଆମକୁ ଅନେକ ଜିନିଷ କରିବାକୁ ପଡ଼ିଥାଏ ଯେମିତିକି, ଚେହେରାକୁ ସଫା ରଖିବା, ମଶ୍ଚୋରାଜ୍‌ଡ କରିବା, ଖରାରୁ ଚେହେରାକୁ ବଞ୍ଚାଇବା ଓ ଫେସ୍‌ଓ୍ଵାସ୍‌ ବ୍ୟବହାର କରିବା ଆଦି। ପର୍ଯ୍ୟାପ୍ତ ପାଣି ପିଇବା, ବ୍ୟାୟାମ କରିବା ବା ଚାଲିବା ଓ ଅଧିକ ଶୋଇବା ଦ୍ୱାରା ଆମ ଚେହେରା ସହ ତ୍ୱଚା ସୁସ୍ଥ ଓ ସୁନ୍ଦର ରହିଥାଏ। ତ୍ୱଚା ଓ ଚେହେରା ସୁନ୍ଦର କରି ରଖିବା ପାଇଁ ସବୁ ଯୁବକ-ଯୁବତୀଙ୍କର ଇଚ୍ଛା ଥାଏ। ସମସ୍ତେ ଜାଣନ୍ତି କି ଆପଣଙ୍କ ଖାଦ୍ୟଶୈଳୀ ଉପରେ ହିଁ ନିର୍ଭର କରିଥାଏ ଆପଣଙ୍କ ତ୍ୱଚା। ଜାଣନ୍ତୁ କେଉଁ ସବୁ ଜିନିଷ ଖାଇବା ଦ୍ୱରା ଚେହେରା ସୁନ୍ଦର ଓ ସୁସ୍ଥ ରହିଥାଏ…

 

ଭିଟାମିନ୍‌ ସି
ଭିଟାମିନ୍‌ ସି ଆଣ୍ଟିଅକ୍‌ସିଡାଣ୍ଟ୍‌ ହୋଇଥିବାରୁ ଏହା ଖରାପ ତ୍ୱଚାକୁ ଠିକ୍‌ କରିଥାଏ। ଭିଟାମିନ୍‌ ସି ପାଇଁ ଷ୍ଟ୍ର’ବେରି, ସିମଲା ଲଙ୍କା, ବ୍ରୋକୋଲି ଓ ଖଟା ପନିପରିବା ଖାଆନ୍ତୁ।

 

ମଞ୍ଜି ଜାତୀୟ ଖାଦ୍ୟ
ମଞ୍ଜି ଜାତୀୟ ଖାଦ୍ୟରେ ଓମେଗା-୩ ଫ୍ୟାଟିଏସିଡ୍‌ ଥାଏ, ଯାହା ତ୍ୱଚାକୁ ସୁସ୍ଥ, ଚମକ୍‌ଦାର ଓ ଇଲାଷ୍ଟିକ୍‌ ଭଳି ଟାଇଟ୍‌ ରଖେ। ଠିକ୍‌ ପରିମାଣରେ ମଞ୍ଜି ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ସ୍କିନ୍‌ କ୍ୟାନ୍‌ସର୍‌ରୁ ମଧ୍ୟ ରକ୍ଷା ମିଳିଥାଏ। ସେଥିପାଇଁ ପିସ୍ତା ବାଦାମ, ଅକ୍ଷୋଟ ଓ କାଜୁ ଆଦି ଖାଆନ୍ତୁ।

 

ଘରୋଇ ଉପଚାର
ତ୍ୱଚାକୁ ପ୍ରାକୃତିକ ଶୈଳୀରେ ଚମ୍‌କାଇବା ପାଇଁ ଓ ସୁସ୍ଥ ରଖିବା ପାଇଁ କିଛି ଘରୋଇ ଉପଚାର ପ୍ରୟୋଗ କରନ୍ତୁ, ଯାହା ବହୁତ ଫାଇଦାଜନକ – ବସା ଦହି, ମହୁ, କଦଳୀ, ବେସନ ଆଦିକୁ ଆପଣଙ୍କ ତ୍ୱଚା ପାଇଁ ହିସାବରେ ବ୍ୟବହାର କରିପାରିବେ।

 

ପର୍ଯ୍ୟାପ୍ତ ନିଦ
ଆପଣ ସବୁବେଳେ ଶୁଣୁଥିବେ ଡାକ୍ତରମାନେ ପର୍ଯ୍ୟାପ୍ତ ଶୋଇବା ପାଇଁ ପରାମର୍ଶ ଦେଇଥାନ୍ତି। ଶରୀର ଭଳି ଆପଣଙ୍କ ତ୍ୱଚା ମଧ୍ୟ ଥକିଯାଏ, ଆପଣଙ୍କ ତ୍ୱଚାର ନବଯୌବନ ପାଇଁ ଶରୀରକୁ ଆରାମ ଦେବାକୁ ପଡ଼ିଥାଏ। ସେଥିପାଇଁ ୭ରୁ ୮ ଘଣ୍ଟାର ଶୋଇବା ଆବଶ୍ୟକ।

 

ଠିକ୍‌ ପରିମାଣରେ ପାଣି ପିଅନ୍ତୁ
ଆପଣଙ୍କ ଶରୀରର ରସାୟନିକ ପଦାର୍ଥ, ବିଷାକ୍ତ ଜିନିଷ ଓ ଅଧିକ ଲୁଣ ଅଂଶ ତ୍ୱଚାକୁ ଖରାପ କରିଥାଏ। ଏହାକୁ କାଢ଼ିବା ପାଇଁ ଆବଶ୍ୟକ ପରିମାଣର ପାଣି ଦରକାର ହୋଇଥାଏ, ସେଥିପାଇଁ ଠିକ୍‌ ପରିମାଣରେ ପାଣି ପିଅନ୍ତୁ।

 

ସମ୍ବନ୍ଧିତ ଖବର