ହରମୋନ୍ ଇମ୍ବାଲାନ୍ସ ବା ହରମୋନ୍ ଅସନ୍ତୁଳନ ଏକ ସାଧାରଣ ସ୍ୱାସ୍ଥ୍ୟଗତ ସମସ୍ୟା, ଯାହା ଉଭୟ ମହିଳା ଓ ପୁରୁଷମାନଙ୍କ କ୍ଷେତ୍ରରେ ଦେଖାଯାଏ। ଏହି ସମସ୍ୟା ହେତୁ ମହିଳାଙ୍କର ରଜୋନିବୃତ୍ତି, ଯୌନବୀତସ୍ପୃହତା, ଋତୁସ୍ରାବ ଅନିୟମିତତା ଆଦି ଦେଖା ଦେଇଥାଏ। ହରମୋନ ଅସନ୍ତୁଳନର ଲକ୍ଷଣଗୁଡ଼ିକ ହେଲା ବାରମ୍ବାର ମୁଣ୍ଡବନ୍ଧା, ପରିସ୍ରା ସଂକ୍ରମଣ, ଅଯଥାରେ ଓଜନ ବୃଦ୍ଧି ଘଟିବା, ଅବସନ୍ନତା ଓ କୋଷ୍ଠକାଠିନ୍ୟ ଇତ୍ୟାଦି। ଆସନ୍ତୁ ଜାଣିବା ଆମେ କିପରି ଭାବରେ ସନ୍ତୁଳିତ ଖାଦ୍ୟ ବା ବାଲାନ୍ସ ଡାଏଟ୍ ଜରିଆରେ ଏହାକୁ ନିୟନ୍ତ୍ରଣ କରିପାରିବା।
ଭିଟାମିନ୍ ଡି ସମ୍ବଳିତ ଖାଦ୍ୟ: ଭିଟାମିନ୍ ଡି ଥିବା ଖାଦ୍ୟ ଯଥା ଅଣ୍ଡା, ମାଛ ଓ ଛତୁ ଆଦି ଖାଇବା ଦ୍ୱାରା ହରମୋନ୍ ବାଲାନ୍ସ ହେବା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।
ପାଳୁଅ ଗୁଣ୍ଡ: ପାଳୁଅରେ ରହିଛି ହରମୋନ ସନ୍ତୁଳନକାରୀ ତତ୍ତ୍ୱ। ଏହା ମୁଡ୍ ସୁଇଙ୍ଗସ୍ ଓ ପ୍ରଜନନ କ୍ଷମତା ହ୍ରାସ ଆଦି ସମସ୍ୟାର ନିୟନ୍ତ୍ରଣ କରିଥାଏ। ଏକ କପ୍ ଉଷୁମ ପାଣି ସହିତ ୧/୪ ଚାମୁଚ ପାଳୁଅ ଗୁଣ୍ଡ ମିଶାଇ କିଛି ସପ୍ତାହ ପିଅନ୍ତୁହରମୋନ ସନ୍ତୁଳିତ ହେବ।
ଓମେଗା-୩ ଫ୍ୟାଟି ଏସିଡ୍: ତେଲଯୁକ୍ତ ମାଛ ଯଥା ସାଲମନ୍, ଟୁନା ଏବଂ ସାରଡାନି, ଫ୍ଲାକ୍ସ ସିଡ୍ସ, ଚିଆ ସିଡ୍ସ ଏବଂ ଅଲିଭ ଅଏଲ୍ରେ ଏହି ଏସିଡ୍ ରହିଛି। ଖାଦ୍ୟରେ ଏସବୁ ସାମିଲ୍ ହେଲେ ହରମୋନ୍ ସନ୍ତୁଳନ ହୋଇଥାଏ ।
ମେଥି: ଏକ କପ୍ ଉଷୁମ ପାଣିରେ ଏକ ଚାମଚ ମେଥି ମିଶାନ୍ତୁ ଏବଂ ଏହାକୁ ୧୫ ମିନିଟ୍ ଯାଏଁ ରଖନ୍ତୁ। ତା’ପରେ ଏହି ପାଣିକୁ ଦିନରେ ୨ରୁ ୩ ଥର ପିଅନ୍ତୁ। ଏହା ଶରୀରରେ ହରମୋନ୍ ସନ୍ତୁଳନ ରକ୍ଷା କରିବା ସହିତ ଇନ୍ସୁଲିନ୍ ପ୍ରତିରୋଧକୁ ନିୟନ୍ତ୍ରଣ କରିଥାଏ।
ନଡିଆ ତେଲ: ଏହା ହେଉଛି ସବୁଠାରୁ ଉତ୍ତମ ପ୍ରାକୃତିକ ହରମୋନ୍ ସନ୍ତୁଳନକାରୀ। ପ୍ରତ୍ୟେକ ଦିନ ଦୁଇ ଚାମଚ ଶୁଦ୍ଧ ନଡିଆ ତେଲ ଆହାରରେ ସାମିଲ୍ କରନ୍ତୁ। ଏହାକୁ ସାଲାଡରେ ମିଶାଇ ଖାଆନ୍ତୁ କିମ୍ବା ରୋଷେଇରେ ବ୍ୟବହାର କରନ୍ତୁ।
ତୁଳସୀ ପତ୍ର: ଏହା ୟୁଟେରିନ୍ ହରମୋନ୍ ବାଲାନ୍ସ କରିଥାଏ। ପ୍ରତ୍ୟେକ ଦିନ କିଛି ତୁଳସୀ ପତ୍ର ଚୋବାଇ ବା ତୁଳସୀ ପତ୍ର ଚା’ ଖାଆନ୍ତୁ।
ଅଶ୍ୱଗନ୍ଧା: ଏହା ଏକ ଲୋକପ୍ରିୟ ଆର୍ୟୁବେଦୀୟ ଗୁଳ୍ମ। ଏହା ଦୁର୍ବଳ ଅନୁଭବ ହେବା, ଚାପଗ୍ରସ୍ତ ଲାଗିବା ଓ ଉଦବେଗ ସୃଷ୍ଟି ହେବା ସମସ୍ୟାର ଉପଚାର କରିଥାଏ। ଏହା ହରମୋନ୍ ସନ୍ତୁଳନ କରିବାରେ ସହାଯ୍ୟ କରିଥାଏ। ଥାଇରଏଡ୍ ଗ୍ଲାଣ୍ଡର କାର୍ଯ୍ୟକାରିତା କ୍ଷମତାକୁ ବୃଦ୍ଧି କରାଇଥାଏ।