ସୁସ୍ଥ ରହିବା ପାଇଁ ଆପଣଙ୍କ ମନରେ ଥିବା ଏହି ୪ଟି ଭୁଲ ଧାରଣାକୁ ଆଜି ହିଁ ଦୂର କରନ୍ତୁ

ଆଜିକାଲି ଲୋକ ଫିଟ୍‌ ରହିବା ପାଇଁ ନିଜ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆଣୁଛନ୍ତି । କିଛି ଲୋକ ନିଜ ପସନ୍ଦର ଖାଇବା ଛାଡ଼ିବା ସହ ଅନିଚ୍ଛା ସତ୍ତ୍ୱେ ସଲାଡ଼ ଖାଇ ବଞ୍ଚୁଛନ୍ତି । ଡାଏଟିଙ୍ଗକୁ ନେଇ ଅନେକ ଲୋକମାନଙ୍କର କିଛି ଭୁଲ ଧାରଣା ରହିଛି, ଯାହାକୁ ଦୂର କରିବା ନିହାତି ଦରକାର । ତେବେ ଆସନ୍ତୁ ଜାଣିବା ସେହି ୫ଟି ଭୁଲ ଧାରଣା କ’ଣ ?

୧.ଓଜନ କମାଇବା ପାଇଁ କିଛି ଲୋକ ଚର୍ବି ନ ଥିବା ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । ଏହା ସମ୍ପୁର୍ଣ୍ଣ ଭୁଲ । ଶରୀରକୁ ଶକ୍ତି ଯୋଗାଇବା ପାଇଁ ଚର୍ବିଯୁକ୍ତ ଖାଦ୍ୟ ଖାଇବା ଅତ୍ୟନ୍ତ ଆବଶ୍ୟକ । ଓଜନ କମ୍‌ କରିବା ସହ ଫିଟ୍‌ ରହିବା ପାଇଁ ନିଶ୍ଚିତ ମାତ୍ରାରେ ଫ୍ୟାଟ୍‌ଯୁକ୍ତ ଖାଦ୍ୟ ଖାଇବା ଦରକାର । ନିଜର ପ୍ରତିଦିନର ଡାଏଟ୍‌ରେ ଅନ୍‌ସାଚୁରେଟେଡ଼୍‍ ଫ୍ୟାଟ୍‌ ପରିବର୍ତ୍ତେ ସେଚୁରେଟେଡ଼୍‍ ଫ୍ୟାଟ୍‌ ଥିବା ଜିନିଷକୁ ସାମିଲ କରନ୍ତୁ ।
୨.କୋଲେଷ୍ଟ୍ରଲ ଯକୃତ ମାଧ୍ୟମରେ ଶରୀରରେ ବଢ଼ୁଥିବା ଏକ ଦ୍ରବ୍ୟ । ଶରୀରରେ ଏହାର ମାତ୍ରା ଅଧିକ ହେବା ଦ୍ୱାରା ହୃଦ୍‌ଜନିତ ସମସ୍ୟା ଦେଖା ଯାଇଥାଏ । କିନ୍ତୁ ଏଥିପାଇଁ କୋଲେଷ୍ଟ୍ରଲ ଯୁକ୍ତ ଖାଦ୍ୟ ସଂପୂର୍ଣ୍ଣ ଛାଡ଼ିଦେବା ତାହା ଆଦୌ ଠିକ୍‌ ନୁହେଁ । ମାଂସ,ପେଷ୍ଟ୍ରି,ଛେନା ଏବଂ ଦହିରେ ଖରାପ କୋଲେଷ୍ଟ୍ରଲ ରହିଥାଏ । ଏହା ଖାଇଲେ ଶରୀରପ୍ରତି ବିପଦ ରହିଥାଏ । କିନ୍ତୁ ଏ ସବୁ ନ ଖାଇ ଭଲ କୋଲେଷ୍ଟ୍ରଲ ଥିବା ଖାଦ୍ୟ ଆପଣ ଖାଇପାରିବେ ।

Healthline

୩.ଶାକାହାରୀ ଲୋକମାନେ ଦୁର୍ବଳ ବୋଲି ମାଂସାହାରୀ ଲୋକମାନେ ଭାବିଥାନ୍ତି । ଏହା ସମ୍ପୁର୍ଣ୍ଣ ଭୁଲ । ଫିଟ୍‌ ରହିବା ପାଇଁ ପୋଷଣର ଆବଶ୍ୟକତା ରହିଥାଏ, ଯାହା ଉଭୟ ଶାକାହାରୀ ଏବଂ ମାଂସାହାରୀ ଖାଦ୍ୟରେ ରହିଥାଏ ।
୪. କିଛି ଲୋକ ସୁସ୍ଥ ରହିବା ପାଇଁ ଓଜନ କମ ରହିବା ଦରକାର ବୋଲି ଭାବିଥାନ୍ତି । ଯଦି ଆପଣ ଏପରି ଭାବୁଛନ୍ତି ତେବେ ତାହା ସମ୍ପୁର୍ଣ୍ଣ ଭୁଲ ବୋଲି ଜାଣି ରଖନ୍ତୁ । ସୁସ୍ଥ ରହିବା ପାଇଁ ସୁସ୍ଥ ଜୀବନ ବଞ୍ଚିବା ଅତ୍ୟନ୍ତ ଜରୁରୀ । ଏମିତି କୁହାଯାଏ କି ମୋଟା ଲୋକ ଅଧିକ ରୋଗଗ୍ରସ୍ତ ହୋଇଥାନ୍ତି । କିନ୍ତୁ ଠିକ୍‌ ଭାବରେ ନ ଖାଉଥିବାରୁ ସେ ସମସ୍ୟା ଦେଖାଯାଇଥାଏ । ମୋଟାପଣ ପାଇଁ ନୁହେଁ ।

MavCure.Com
ସମ୍ବନ୍ଧିତ ଖବର