ସାଧାରଣତଃ ପ୍ରତ୍ୟେକ ସଂପର୍କ ଭଲପାଇବା ଏବଂ ବିଶ୍ୱାସ ଉପରେ ଚାଲିଥାଏ। ତେବେ ସଂପର୍କରେ ଏପରି କିଛି ଛୋଟ-ଛୋଟ କଥା ରହିଛି, ଯାହାକି କୌଣସି ବି ସଂପର୍କର ବନ୍ଧନକୁ ଆହୁରି ମଜ୍ବୁତ୍ କରିଥାଏ। ଠିକ୍ ସେହିପରି ଝିଅମାନଙ୍କର ଏମିତି କିଛି ଅନ୍ଦାଜ ରହିଛି ,ଯାହା ପୁଅମାନଙ୍କୁ ଏକ ପ୍ରକାର ପାଗଳ କରି ଦେଇଥାଏ । ଆଜି ଆମେ ଆପଣଙ୍କୁ ଝିଅମାନଙ୍କ ମଧ୍ୟରେ ରହିଥିବା ଏହି ୪ଟି ଅଭ୍ୟାସ ବିଷୟରେ କହିବୁ, ଯାହା ପୁଅମାନଙ୍କୁ ଝିଅଙ୍କ ପ୍ରତି ଅଧିକ ଆକର୍ଷିତ କରିଥାଏ।
୧-ଆକର୍ଷଣୀୟ ଚାହାଣି : ସଂପର୍କ ଯୋଡ଼ିବାରେ ପ୍ରଥମ ପଦକ୍ଷେପ ହେଉଛି ଚାହାଣି। ଜଣେ ଝିଅ ଯେବେ ବି ନିଜର ସାଥୀଙ୍କୁ ପ୍ରେମଭରା ଚାହାଣିରେ ଦେଖିବାକୁ ଲାଗନ୍ତି ,ସେତେବେଳେ ପୁଅମାନେ ସେମାନଙ୍କ ଆଡ଼କୁ ଅଧିକ ଆକର୍ଷିତ ହୋଇଥା’ନ୍ତି। ଏହି କାରଣରୁ ଏପରି ଘଟିଥାଏ,କାହିଁକିନା ଜଣେ ଝିଅ ଆଖିରେ ଝଲସୁଥିବା ଭଲ ପାଇବାକୁ ପୁଅ ଜଣକ ବହୁତ ଶୀଘ୍ର ହିଁ ଅନୁଭବ କରିଥାଏ।
୨-ସୁଗନ୍ଧିତ ଅତରର ବାସ୍ନା : ଯେକୌଣସି ସୁଗନ୍ଧିତ ସାମଗ୍ରୀ ଭଲା କାହାକୁ ବା ପସନ୍ଦ ନୁହେଁ? ଆଉ ସୁଗନ୍ଧିତ ଅତରର ବ୍ୟବହାର ଯେକୌଣସି ବ୍ୟକ୍ତିକୁ ନିଜ ଆଡ଼କୁ ଆକର୍ଷିତ କରିଦେଇଥାଏ। ଖାସ୍ କରି ଝିଅଟିଏ ଯେବେ ଭଲ ଅତର ଲଗାଇଥାଏ ବା ପୁଅମାନେ ଡ଼ିଓ ପକାଇଥାଏ, ସେତେବେଳେ ଉଭୟ ଉଭୟଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗନ୍ତି।
୩-ପସନ୍ଦର ଖାଦ୍ୟ ପ୍ରସ୍ତୁତି: କୁହାଯାଏ ଯେ,ହୃଦୟର ରାସ୍ତାଟି ପେଟରୁ ଆରମ୍ଭ ହୋଇ ବାହାରକୁ ବାହାରିଥାଏ। ଏହା ତ ଆପଣମାନେ ବହୁତ ଥର ଶୁଣିଥିବେ ନିଶ୍ଚୟ।ତେବେ ଖାଦ୍ୟ ପ୍ରସ୍ତୁତ କରିବା ବି ହେଉଛି ଏକ ପ୍ରକାରର କଳା, ଯାହାକି ପୁଅଙ୍କୁ ଅଧିକ ଭଲ ଲାଗିଥାଏ। ଏଥିସହିତ ଯଦି ଆପଣ ଆପଣଙ୍କ ସାଥୀଙ୍କୁ ସ୍ପେସିଆଲ୍ ଅନୁଭବ କରାଇବାକୁ ଚାହୁଁଛନ୍ତି ତ,ତେବେ ତାଙ୍କ ଲାଗି ଖାଦ୍ୟ ପ୍ରସ୍ତୁତ କରି ନିଜ ହାତରେ ଖୁଆଇବାକୁ ଦିଅନ୍ତୁ। ଏହା କରିବା ଦ୍ୱାରା ଆପଣ ତାଙ୍କ ହୃଦୟର ଅତି ନିକଟତର ହୋଇପାରିବେ।
୪-ଯତ୍ନଶୀଳ ମନୋଭାବ : ଜଣଙ୍କ ପ୍ରତି କେଆରିଂ ବା ଯତ୍ନଶୀଳ ହେବା ଗୁଣଟି ସେ ଝିଅ ହୁଅନ୍ତୁ କି ପୁଅ ହୋଇଥା’ନ୍ତୁ,ସମସ୍ତଙ୍କୁ ହିଁ ପସନ୍ଦ ଆସିଥାଏ। ଯେଉଁ କାରଣକୁ ନେଇ ଉଭୟ ପୁଅ ଓ ଝିଅ ଚାହାଁନ୍ତି ଯେ,ସେମାନଙ୍କ ଜୀବନରେ କେହି ଜଣେ ଏମିତି ବ୍ୟକ୍ତି ଆସନ୍ତୁ ଯିଏକି ନିଜଠୁ ଅଧିକ ତାଙ୍କର ହିଁ ଯତ୍ନ ନେବେ! ଏହି କାରଣକୁ ନେଇ ପୁଅଙ୍କ ହୃଦୟକୁ ଅତି ସହଜରେ ହିଁ ଜିତି ନିଅନ୍ତି ଝିଅମାନେ।
୫-ପାରିବାରିକ ଚିନ୍ତାଧାରା: କିଏ କେତେ ବି ମଡ଼ର୍ଣ୍ଣ ବା ଆଧୁନିକ ହୋଇଥା’ନ୍ତୁ ନା କାହିଁକି,ହେଲେ ସେ କେବଳ ଏଇଆ ହିଁ ଚାହିଁଥା’ନ୍ତି ଯେ ତାଙ୍କ ଜୀବନରେ ଏମିତି କେହି ଜଣେ ଝିଅ ଆସିଯାଉ ଯିଏକି ତାଙ୍କ ପରିବାରକୁ ନିଜ ପରିବାର ଭଳି ଭାବିବ। ତେବେ ଝିଅମାନେ ପୁଅଙ୍କ ପରିବାର ସହ ରଖୁଥିବା ପାରିବାରିକ ସଂପର୍କକୁ ବି ପୁଅଙ୍କୁ ଭଲ ଲାଗିଥାଏ,ଆଉ ସେ ମଧ୍ୟ ଝିଅ ଆଡ଼କୁ ଆପେ ଆପେ ଆକର୍ଷିତ ହୋଇ ଯାଆନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/young_indian_couple_356X200_5219_356.jpg)