ଦିନସାରା ଫ୍ରେସ୍‌ ରହିବାକୁ ଆପଣାନ୍ତୁ ଏହି ସବୁ ଉପାୟ

ଘରେ ଏବଂ ଅଫିସ୍‌ ମଧ୍ୟରେ କାମର ଚାପ ଯୋଗୁଁ ଯଦି ଆପଣ ନିଜକୁ ଗ୍ରୁମ୍‌ କରିବାରେ ସମୟ ପାଉନାହାନ୍ତି,ତେବେ ଆପଣ ଏହି ୫ଟି ଟିପ୍ସର ଉପଯୋଗ କରି ସଂପୂର୍ଣ୍ଣ ଦିନଟିରେଫ୍ରେସ୍‌ ଅନୁଭବ କରନ୍ତୁ,ଯାହାକୁ ନେଇ ପର ମୂହୁର୍ତ୍ତରେ ଆପଣଙ୍କ ବନ୍ଧୁ ମଧ୍ୟ ଆପଣଙ୍କର ସୁନ୍ଦରତାର ରାଜ୍‌ ବିଷୟରେ ପଚାରିକି ବୁଝିବେ!
ଆସନ୍ତୁ ଜାଣିବା କ’ଣ ଏହି ସବୁ ଉପାୟ……

୧: କେଶକୁ ଶୁଖାଇବା ପାଇଁ ଟି-ସାର୍ଟର ବ୍ୟବହାର କରନ୍ତୁ:-ସକାଳୁ ଅଫିସ୍‌ ଯିବା ସମୟରେ ଯଦି ଆପଣ ଏହି କାରଣରୁ ଚିନ୍ତିତ ଥାଆନ୍ତି କି ,ଆପଣଙ୍କ କେଶ ଶୀଘ୍ର ଶୁଖୁ ନାହିଁ,ତେବେ ଏହାକୁ ଶୁୁଖାଇବା ଲାଗି ଟାେଓ୍ଵଲ୍‌ ନୁହେଁ ବରଂ ଏକ କଟନ ଟି-ସାର୍ଟର ବ୍ୟବହାର କରନ୍ତୁ।କାହିଁକିନା  କଟନ ଟି-ସାର୍ଟ କେଶକୁ ଶୀଘ୍ର ଶୁୁଖାଇଥାଏ।
୨- ଘନ ଲୈଶେସ୍‌ର ବ୍ୟବହାର କରନ୍ତୁ:-ଯଦି ଆପଣଙ୍କ ଆଖିର ପଲକ ହାଲ୍‌କା ହୋଇଥାଏ,ତେବେ ଏହାକୁ ଘନ କରିବାକୁ ମସ୍କରା ଲଗାଇବା ପୂର୍ବରୁ ଆପଣଙ୍କୁ ଲୈଶେସ୍‌ ଉପରେ ବେବି ପାଉଡ଼ର ଲଗାଇବାକୁ ହେବ।ଏହାପରେ ମସ୍କରାକୁ ଦୁଇ ରୁ ତିନି ପରସ୍ତ ଲଗାନ୍ତୁୁ।ଯାହାକି ଆଖିର ପଲକକୁ ଘନ କରିବାରେ ସହାୟକ ହୋଇଥାଏ।

photo-shutterstock

୩-ଝାଳ ଜନିତ ଦୁଃର୍ଗନ୍ଧକୁ ଦୂରାଇବା ଲାଗି:-ନିଜକୁ ଫ୍ରେସ୍‌ କରିବାକୁ ଯଦି ସଂପୂର୍ଣ୍ଣ ଦିନ ମଧ୍ୟରେ ଆପଣଙ୍କୁ ଡ଼ିଓର ସାହାରା ନେବାକୁ ପଡ଼ୁଥାଏ,ତେବେ ଆପଣ ଏହି ଅଭ୍ୟାସରୁ ଦୂରେଇ ରହି ବେକିଙ୍ଗ୍‌ ସୋଡ଼ାର ବ୍ୟବହାର କରନ୍ତୁ। ସକାଳୁ ଅଫିସ୍‌ ଯିବାକୁ ବାହାରିବାବେଳେ କାଖତଳେ ଅଳ୍ପ ପରିମାଣର ବେକିଙ୍ଗ୍‌ ସୋଡ଼ାର ବ୍ୟବହାର କରନ୍ତୁ।ଏହା କରିବା ଯୋଗୁଁ ଆପଣ ଦିନଭିତରେ ଝାଳଜନିତ ଦୂଃର୍ଗନ୍ଧରୁ ଦୂରେଇ ରହିପାରିବେ!
୪-ମୁହଁରୁ ଦାଗକୁ ଦରେଇବା ଲାଗି:- ଖରା ଯୋଗୁଁ ଯଦି ଆପଣଙ୍କ ତ୍ୱଚାରେ ନାଲି ରଂଙ୍ଗର ଚିହ୍ନ ଦିଶୁଛି,ତେବେ ଏହା ଆପଣ ଉପରେ ବରଫ ଘଷନ୍ତୁ। ଏହା ମଧ୍ୟ ତ୍ୱଚାକୁ ଟାଇଟ୍‌ କରିବାରେ ସହାୟକ ହୋଇଥାଏ।
୫-କ୍ଳାନ୍ତ ଆଖିକୁ ଫ୍ରେସ୍‌ କରିବାକୁ:-ଅଫିସ୍‌ ମଧ୍ୟରେ ବହୁତ ସମୟ ଧରି କଂପ୍ୟୁଟରରେ କାମ କରିବା ଯୋଗୁଁ କିମ୍ବା ଡ଼େରି ରାତିରେ ଶୋଇବା କାରଣକୁ ନେଇ ଯଦି ଆପଣଙ୍କ ଆଖିକୁ କ୍ଳାନ୍ତ ଲାଗୁଥାଏ ,ତେବେ ଏନେଇ ଆପଣ ଆଖିର ତଳଭାଗରେ ଧଳା ରଂଙ୍ଗର କଳା ଲଗାଇବା ସଂଗେସଂଗେ ଆଖିର ଉପରି ଭାଗର ପଲକରେ ବ୍ରାଉନ୍‌ କଲର୍‌ର କଳା ବା ଲାଇନର୍‌ ମଧ୍ୟ ଲଗାନ୍ତୁ।

ସମ୍ବନ୍ଧିତ ଖବର