ଶରୀରରେ ରକ୍ତର ଅଭାବ ଅଛି କି? ତେବେ କରନ୍ତୁ ଏହି ସବୁ ଫଳର ସେବନ…

ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼େ । ସେଥିପାଇଁ ପ୍ରତିଦିନ ସବୁଜ ପନି ପରିବା ସହ ବିଭିନ୍ନ ପ୍ରକାରର ଫଳ ଖାଇବା ଦରକାର । ପ୍ରତିଦିନର ଜୀବନଶୈଳୀରେ ପରିବର୍ତ୍ତନ ଆସିଲେ ଶରୀରରେ ଅନେକ ପ୍ରକାରର ଅସୁବିଧା ଦେଖାଯିବାକୁ ଲାଗିଥାଏ । ଏସବୁ  ମଧ୍ୟରେ ରକ୍ତ ଅଭାବର ସମସ୍ୟା ମଧ୍ୟ ଦେଖା ଯାଇଥାଏ । ଏଭଳି ସମସ୍ୟାରୁ ନିଜକୁ ଦୂରରେ ରଖିବା ପାଇଁ ପ୍ରତିଦିନ ଏହି ସବୁ ଫଳ ଖାଇବା ଆରମ୍ଭ କରନ୍ତୁ ।

୧. ଶରୀରରେ ରକ୍ତର ଅଭାବ ଥିଲେ ଡ଼ାଳିମ୍ବ ଖାଇବା ଆରମ୍ଭ କରନ୍ତୁ । ଏହା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଏଥିରେ କ୍ୟାଲସିୟମ, ସୋଡିୟମ, ମ୍ୟାଗ୍ନେସିୟମ, ପୋଟାସିୟମ ଏବଂ ଭିଟାମିନ୍ସ ଭଳି ଅନେକ ତତ୍ତ୍ୱ ରହିଥାଏ । ଯାହା ଶରୀରରେ ରକ୍ତର ଅଭାବକୁ ଦୂର କରିଥାଏ ।

nari.punjabkesari.in

୨. ପ୍ରତିଦିନ ସେଓଫଳ ଖାଇବାର ଅଭ୍ୟାସ ରଖନ୍ତୁ । ସେଓଫଳ ଖାଇବା ଦ୍ୱାରା ଆପଣଙ୍କ ଶରୀରରେ ରକ୍ତର ଅଭାବ ଦୂର ହେବା ସହ ରକ୍ତ ସଞ୍ଚାଳନ ଠିକ୍‌ ଭାବରେ ହୋଇଥାଏ ।

୩. ଶରୀରରେ ରକ୍ତର ଅଭାବ ଦୂର କରିବା ପାଇଁ ବିଟ୍‌ର ରସ ପିଇବା ଅତ୍ୟନ୍ତ ଲାଭଦାୟକ । ଯଦି ଆପଣଙ୍କ ଶରୀରରେ ରକ୍ତର ଅଭାବ ରହିଛି । ତେବେ ବିଟ୍‌ର ରସ ପିଇବା ଆରମ୍ଭ କରନ୍ତୁ ।

organicveggiemoms.net

୪. ଅଙ୍ଗୁରରେ ଭିଟାମିନ୍ସ, ପୋଟାସିୟମ, କ୍ୟାଲସିୟମ, ଆଇରନ ଭଳି ତତ୍ତ୍ୱ ରହିଥାଏ । ଯାହାର ସେବନ କରିବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ ।

ସମ୍ବନ୍ଧିତ ଖବର