ମନୋସ୍କାମନା ପୂରଣ କରିବାକୁ ହେଲେ କରନ୍ତୁ ଏହି ଉପାୟ!

ସାଧାରଣତଃ ଆମେ ଆମର ମନସ୍କାମନା ପୂରଣ କରିବାକୁ ଯାଇ ଅନେକ ଉପାୟର ଅବଲମ୍ବନ କରିଥାଉ।ତେବେ ଆଜି ଆମେ ଆପଣଙ୍କୁ ବାସ୍ତୁଶାସ୍ତ୍ର ଅନୁସାରେ ମନସ୍କାମନା ପୂରଣ ଲାଗି କେଉଁ ଉପାୟର ଅବଲମ୍ବନ କରିବା ଉଚିତ୍‌ ଅଟେ,ସେହି ବିଷୟରେ ଜଣାଇବୁ।
ଆସନ୍ତୁ ଜାଣିବା ମନୋସ୍କାମନା ପୂରଣ ହେବାର ଉପାୟ ବିଷୟରେ……

୧-ଚାକିରି ପାଇବାକୁ ହେଲେ:-ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ଲାଗି ଶନିବାର ଦିନ ବ୍ରତ ରଖିବା ଉଚିତ୍‌। ତେଣୁ ଆପଣ ଏହି ଦିନରେ ପ୍ରାତଃ କାଳରେ ଉଠି ସର୍ବପ୍ରଥମେ ତେଲରେ ନିଜର ପ୍ରତିବିମ୍ବକୁ ଦେଖି କରି ଛାୟାଦାନ କରନ୍ତୁ।ଏଥିସହିତ ସଂପୂର୍ଣ୍ଣ ଦିନ ଆପଣ କେବଳ ଫଳାହାର କରନ୍ତୁ,ଭୁଲ୍‌ରେ ବି ଅନ୍ନ ସେବନ କରନ୍ତୁ ନାହିଁ।ସଂନ୍ଧ୍ୟା ସମୟରେ ଓସ୍ତବୃକ୍ଷ ମୂଳରେ ଜଳ ଦାନ କରନ୍ତୁ ଓ ସେଠାରେ ଏକ ସୋରିଷ ତେଲରେ ଦୀପ ଜଳାନ୍ତୁ। ଏଥିସହିତ ଶନିଙ୍କର ମନ୍ତ୍ର ଯଥା-‘ଓମ୍‌ ଶଂ ଶନୈଶ୍ଚରାୟ ନମଃ’କୁ ମଧ୍ୟ ଆପଣ୧୦୮ ଥର ଜପ କରିପାରନ୍ତି।ଏହା ସହିତ ରାତିରେ ବିରି ଡ଼ାଲିରେ ପ୍ରସ୍ତୁତ ହୋଇଥିବା ଖେଚୁଡ଼ିକୁ ସେବନ କରନ୍ତୁ।

ସନ୍ତାନ ପ୍ରାପ୍ତି ଲାଗି:-ସନ୍ତାନ ପ୍ରାପ୍ତି ଲାଗି ମାଘ ମାସର ତ୍ରୟୋଦଶୀ ତିଥିର ବ୍ରତ ରଖିବାକୁ ସବୁଠୁଁ ଭଲ ସମୟ ଥିବା କୁହାଯାଇଛି।ତେଣୁ ଆପଣ ଏହି ଦିନରେ କେବଳ ଫଳାହାର କରନ୍ତୁ।ଏଥିସହିତ ଆପଣ ଏହି ଦିନରେ ସକାଳ ଓ ସଂନ୍ଧ୍ୟାରେ ୧୧ଥର ଲାଗି ‘ଓମ୍‌ ନମଃ ଶିବାୟ’ର ଜପ ବି କରନ୍ତୁ।ତେବେ ଏହି ଦିନର ସଂନ୍ଧ୍ୟା ସମୟରେ ଯେପରି ଆପଣ ଭଗବାନ ଶିବଙ୍କୁ ଦର୍ଶନ କରିବା କଥା ନ ଭୁଲନ୍ତି,ଏକଥା ପ୍ରତି ଆପଣଙ୍କୁ ବିଶେଷ ଭାବରେ ଧ୍ୟାନ ଦେବାକୁ ହେବ।

ବିବାହ କରିବାକୁ ହେଲେ : ଯଦି ଆପଣଙ୍କର ବିବାହରେ ବିଳମ୍ବ ହେଉଛି ତ,ତେବେ ୧୧ଟି ଗୁରୁବାର ବ୍ରତ କରିବା ଆପଣଙ୍କ ଲାଗି ଉତ୍ତମ ହୋଇଥାଏ।ତେଣୁ ଆପଣ ଏହି ଦିନରେ ପ୍ରାତଃକାଳରେ ଉଠିବା ସହିତ ସ୍ନାନପରେ ହଳଦିଆ ବସ୍ତ୍ରର ପରିଧାନ କରନ୍ତୁ। ଏଥିସହିତ କଦଳୀର ବୃକ୍ଷରେ ଜଳ ଅର୍ପଣ କରି ଏହାର ଚତୁଃପାର୍ଶକୁ ୧୬ଥର ପରିକ୍ରମା କରନ୍ତୁ। ଏତଦ୍‌ବ୍ୟତୀତ ଆପଣ ଏଠାରେ ‘ଓମ୍‌ ନମୋ ଭଗବତେ ବାସୁଦେବାୟ’ର ମନ୍ତ୍ରକୁ ୧୦୮ଥର ଜପ କରନ୍ତୁ।ଏହାସହିତ ଆପଣ ଏହି ଦିନରେ ସୂର୍ଯ୍ୟାସ୍ତ ପୂର୍ବରୁ ହଳଦିଆ ରଙ୍ଗର ଫଳ ମଧ୍ୟ ସେବନ କରନ୍ତୁ। ହେଲେ ଆପଣଙ୍କୁ ଏହି ଦିନ ଲୁଣକୁ ସଂପୂର୍ଣ୍ଣ ଭାବରେ ପରିତ୍ୟାଗ କରିବାକୁ ହେବ।ହେଲେ ଆପଣ ଯଦି ଚାହାଁନ୍ତି ସଂନ୍ଧ୍ୟା ସମୟରେ ଏହି ମନ୍ତ୍ରକୁ ଜପ କରିପାରନ୍ତି!

photo-indian-astrology.com_

ଧନପ୍ରାପ୍ତି ଲାଗି:ଧନପ୍ରାପ୍ତି ଲାଗି ବାସ୍ତୁଶାସ୍ତ୍ରରେ ମା’ ବୈଭବ ଲକ୍ଷ୍ମୀଙ୍କ ବ୍ରତକୁ ୮ଟି ଶୁକ୍ରବାର ପର୍ଯ୍ୟନ୍ତ କରିବାକୁ କୁହାଯାଇଛି।ତେଣୁ ଏହି ଦିନରେ ଆପଣ ମା’ ଲକ୍ଷ୍ମୀଙ୍କର ଅଷ୍ଟ ସ୍ୱରୂପର ଉପାସନା କରନ୍ତୁ।ଏଥିସହିତ ଧନ ଲକ୍ଷ୍ମୀ ସ୍ୱରୂପଙ୍କର ମଧ୍ୟ ପୂଜା କରନ୍ତୁ। ହେଲେ ଏହି ଦିନରେ କେବଳ ଫଳାହାର କରିବାକୁ କୁହାଯାଇଥିବାବେଳେ, ସଂନ୍ଧ୍ୟା ସମୟରେ ଅନ୍ନ ପ୍ରସାଦର ସେବନକୁ ବାରଣ କରାଯାଇଛି।ଏଥିସହିତ ମଧ୍ୟରାତ୍ରିରେ ମାତା ଲକ୍ଷ୍ମୀଙ୍କ ଚିତ୍ର ସମ୍ମୁଖରେ ଏକ ଘିଅର ଦୀପ ଜଳାଇ ସେଠାରେ ‘ଓମ୍‌ ଶ୍ରୀଂ ଶ୍ରିୟେଂ ନମଃ କୁ ୧୧ଥର ଜପ କରବାକୁ ଦର୍ଶାଯାଇଛି।ଏହାସହିତ ଆପଣ ମାତା ଲକ୍ଷ୍ମୀଙ୍କୁ ମଧ୍ୟ ଗୋଲାପର ଫୁଲ ସମର୍ପିତ କରନ୍ତୁ।

ସମ୍ବନ୍ଧିତ ଖବର