ଜାଣନ୍ତୁ, କେମିତି ଥିଲା ମହାତ୍ମା ଗାନ୍ଧୀଙ୍କ ଖାଦ୍ୟଶୈଳୀ 

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅନୁସାରେ ଖଦ୍ୟ ଔଷଧ ପରି କାମ କରେ ।  ଶରୀରକୁ ଫିଟ୍‌ ରଖିବା ପାଇଁ ହେଲେ  ଭଲ ଖାଦ୍ୟ ଆବଶ୍ୟକ ଅଟେ । ଗାନ୍ଧିଜୀ ଶାକାହାରୀ  ଥିଲେ । ଗାନ୍ଧିଜୀ ନିଜ ଡାଏଟ୍‌ ଉପରେ କରିଥିବା ପ୍ରୟୋଗ ସବୁ  ୟଙ୍ଗ୍‌ ଇଣ୍ଡିଆ ଏବଂ ହରିଜନ୍‌  ସମାଚାର ପତ୍ରରେ  ଲେଖା ଅଛି  ଏବଂ ଏହା ଏକ ବହି ଭାବେ ଆତ୍ମପ୍ରକାଶ କରିଛି, ଯାହାର ନାମ ହେଲା ‘Diet and Diet Reform’। ଆସନ୍ତୁ ଜାଣିବା ଗାନ୍ଧିଜୀ ତାଙ୍କ ପୁସ୍ତକରେ ଲେଖିଥିବା କିଛି ଡାଏଟ୍‌ ପ୍ଲାନ୍‌ ବିଷୟରେ ।

ଗାନ୍ଧିଜୀ  ସବୁଦିନ  ସକାଳେ ଏବଂ ସନ୍ଧ୍ୟା ସମୟରେ ଉଷୁମ ପାଣିରେ  ଲେମ୍ବୁ ରସ ଓ  ମହୁ ମିଶାଇ ପିଉଥିଲେ ।

ଫାଇଦା- ଏହା ଦ୍ୱାରା  ଶରୀରରୁ ବିଷାକ୍ତ ଦ୍ରବ୍ୟ ଏବଂ ବଳକା ଚର୍ବି କ୍ଷୟ କରାଏ। ଏହାଦ୍ୱାରା ଶରୀରକୁ ଶକ୍ତିମିଳେ।

ଗଜାମୁଗ କିମ୍ବା ଚଣା- ଗାନ୍ଧିଜୀଙ୍କର ପ୍ରତ୍ୟେକ ଦିନ ଡାଏଟ୍‌ରେ ୯୦ ଗ୍ରାମ୍‌  ଗଜାମୁଗ  କିମ୍ବା ଚଣା  ରହୁଥିଲା ।

ଫାଇଦା- ଏହି ଗଜାମୁଗ କିମ୍ବା ଚଣାରେ ଥିବା  ଫାଇବର୍ସ ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । ଏଥିରେ  ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ଥାଏ, ଯାହା ରୋଗରୁ ମଧ୍ୟ ରକ୍ଷା କରିଥାଏ ।

ବାଦାମ-ଗାନ୍ଧିଜୀ ପ୍ରତ୍ୟେକ ଦିନ ୯୦ ଗ୍ରାମ୍‌   ବାଦାମ ହାଲଓ୍ଵା   ଏବଂ ୧୧ ଗ୍ରାମ୍‌   ବାଦାମ୍‌ ଖାଉଥିଲେ ।

ଫାଇଦା- ଏହା ହୃଦରୋଗ  ଏବଂ ଡାଇବେଟିସ୍‌ ଭଳି  ରୋଗରୁ  ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

ସବୁଜ ପନିପରିବା- ଗାନ୍ଧିଜୀ ପ୍ରତିଦିନ ୯୦ ଗ୍ରାମ୍‌  କାକୁଡି, ଛଚିନ୍ଦ୍ରା, ସୋରିଷ ଶାଗ ଭଜା, ମୂଳା ଶାଗ ଭଜା ଆଦିି ସବୁଜ ପନିପରିବା ଖାଉଥିଲେ। ଏଥିରେ ଥିବା କ୍ୟାଲସିୟମ୍‌, ଫାଇବର୍‌, ଆଣ୍ଟି ଅକ୍ସିଡେଣ୍ଟସ୍‌,ମିନେରାଲସ୍‌  ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିଥାଏ ।

ମହୁ-ଗାନ୍ଧିଜୀ ନିଜ ଗ୍ରାମରେ ୨୮ ଗ୍ରାମ୍‌ ମହୁ ଖାଉଥିଲେ ।

ଫାଇଦା- ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟସ୍‌ ,ଆଣ୍ଟି ବ୍ୟାକ୍ଟେରିଆ ଏବଂ ଆଣ୍ଟି ଫଙ୍ଗାଲ୍‌ ତତ୍ତ୍ୱ କ୍ୟାନସର୍‌ ଭଳି ରୋଗରୁ ରକ୍ଷା କରିଥାଏ ।

କିସ୍‌ମିସ୍‌-ଗାନ୍ଧିଜୀ  ପ୍ରତ୍ୟେକ ଦିନ ନିଜ ଡାଏଟ୍‌ରେ ୪୫ ଗ୍ରାମ୍‌ କିଶ୍‌ମିସ୍‌କୁ ସାମିଲ କରୁଥିଲେ ।  ଏହାଦ୍ୱାରା ତାଙ୍କୁ ଶକ୍ତି ମିଳୁଥିଲା । ହାର୍ଟ ପ୍ରୋବ୍ଲେମ୍‌ ମଧ୍ୟ  ଦୂର ହୋଇଯାଉଥିଲା । ହାଡ ମଧ୍ୟ ଶକ୍ତ  ରହୁଥିଲା ।

କ୍ଷୀର-ପ୍ରତ୍ୟେକ ଦିନ ଡାଏଟ୍‌ରେ ୨୦୦ ମିଲିଲିଟର ଗାଈ  କ୍ଷୀର ସାମିଲ  ଥିଲା । ଏଥିରେ ଥିବା କ୍ୟାଲ୍‌ସିୟମ୍‌ ଏବଂ ମିନେରାଲସ୍‌  ଦାନ୍ତ ଓ ହାଡକୁ ଶକ୍ତ ବନେଇବାରେ ସାହାଯ୍ୟ  କରେ ।

ଘିଅ- ପ୍ରତ୍ୟେକ ଦିନ ସେ ୨୨ ଗ୍ରାମ୍‌ ଘିଅ ଖାଉଥିଲେ । ଏଥିରୁ ତାଙ୍କୁ ଏନର୍ଜି ମିଳୁଥିଲା ।  ଏହା ଆଖି ପାଇଁ ଭଲ ଅଟେ ।

ତାଜା ଫଳ- ଗାନ୍ଧିଜୀଙ୍କର ଡାଏଟ୍‌ରେ ୨୩୦ ଗ୍ରାମ୍‌  ପିଜୁଳି ଭଳି ତାଜା ଫଳ ସାମିଲ ହେଉଥିଲା । ଏଥିରେ ଥିବା  ଫାଇବର୍‌, ଭିଟାମିନ୍‌ସ ଏବଂ ମିନେରାଲସ୍‌   ବ୍ଲଡ୍‌ ପ୍ରେସର କମ୍‌  ରଖିବାରେ ସାହାଯ୍ୟ  କରିଥାଏ ।

ଗାନ୍ଧିଜୀ  ଗୁଜୁରାଟୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ସବୁବେଳେ  ନିରାମିଷ ଖାଇବାକୁ ଭଲ ପାଉଥିଲେ ।  ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ନିଜର ଖାଦ୍ୟ ପ୍ରତି ସଚେତନ ଥିଲେ ମଧ୍ୟ  କିଛି  ଏମିତି ଖାଦ୍ୟ ଅଛି ଯାହାକୁ ସେ ଖାଇବାକୁ ବହୁତ ପସନ୍ଦ କରୁଥିଲେ । ସେ ଚପାତି ଖାଇବାକୁ ଭଲ ପାଉଥିଲେ । ସେ ସିଝା  ବାଇଗଣ ମଧ୍ୟ କିଛି ପରିମାଣରେ ଖାଉଥିଲେ ।

ଗାନ୍ଧିଜୀ ତାଙ୍କ ଭୋଜନ ସମୟରେ  ଦହି ଖାଇବାକୁ ଭଲ ପାଉଥିଲେ ।  ଦହି  ପାକସ୍ଥଳୀ ପାଇଁ ଭଲ ଏବଂ ହଜମ କରିବାରେ ସାହାଯ୍ୟ କରିଥାଏ। ସେ ସବୁବେଳେ ଗାଜର ଓ ବିଟ୍‌  ସିଝାଇ ଖାଉଥିଲେ । ସେ ସିଝାରେ ଲୁଣ  କିମ୍ବା ତେଲ ପକେଇବାକୁ  ପସନ୍ଦ କରୁ ନଥିଲେ।ସେ ଦେଶୀ ଗାଈ କ୍ଷୀରରେ ପ୍ରସ୍ତୁତ ପେଡା ଖାଇବାକୁ  ଭଲ ପାଉଥିଲେ । ସେ ସବୁବେଳେ ଜୁସ୍‌  ପିଇବାକୁ ଭଲ ପାଉଥିଲେ ।

 

ସମ୍ବନ୍ଧିତ ଖବର