ରସୁଣର ଉପକାରିତା ସଂପର୍କରେ ଆମେ ଉଣା ଅଧିକେ ଜାଣିଥାଉ।ଏଥିଲାଗି ଅନେକ ଲୋକ କଞ୍ଚା ରସୁଣ ଖାଇଥାନ୍ତି। କିନ୍ତୁ ଯଦି ଅଙ୍କୁରିତ ରସୁଣ ବା ଯେଉଁ ରସୁଣରେ ଗଜା ହୋଇଥିବ,ତାକୁ ଖାଇଲେ ଅଧିକ ଫାଇଦା ମିଳିଥାଏ। ଅଙ୍କୁରିତ ରସୁଣ ସେବନ ଫଳରେ କୋଲେଷ୍ଟ୍ରଲ୍‌,ରକ୍ତଚାପ ଓ ହୃଦ୍‌ଜନିତ ରୋଗ ସହିତ କର୍କଟ ଭଳି ରୋଗରୁ ମୁକ୍ତି ମିଳିଥାଏ। ନିକଟରେ ଏଗ୍ରିକଲଚର୍‌ ଆଣ୍ଡ୍‌ ଫୁଡ୍‌ କେମିଷ୍ଟ୍ରିରେ ପ୍ରକାଶିତ ଗବେଷଣା ସନ୍ଦର୍ଭରେ ଏହାର ଉଲ୍ଲେଖ ରହିଛି।
ଅଙ୍କୁରିତ ରସୁଣରେ ଫାଇଟୋ କେମିକାଲ୍‌ସ ଥାଏ , ଯାହା ମନୁଷ୍ୟକୁ କର୍କଟ ରୋଗରୁ ସୁରକ୍ଷା ଦେଇଥାଏ।ଠିକ୍‌ ସେହିପରି ଶର୍ଦ୍ଦିକାଶ ହେଉଥିଲେ ବି ତା’ର ଉପଚାର ଲାଗି ଅଙ୍କୁରିତ ରସୁଣ ଅତ୍ୟନ୍ତ ଉପଯୋଗୀ । ଅଙ୍କୁରିତ ରସୁଣରେ ଅଧିକ ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ୍‌ ଥାଏ।ଏହା ହୃଦୟ ପାଇଁ ଅତ୍ୟନ୍ତ ଉପଯୋଗୀ।

Advertisment

publive-image
ଏଣୁ ଯେଉଁମାନେ କଞ୍ଚା ରସୁଣ ସେବନ କରନ୍ତି, ସେମାନଙ୍କ ପାଇଁ ଗଜା ରସୁଣ ଖାଇବା ଅଧିକ ଲାଭଦାୟକ ବୋଲି ଏହି ଗବେଷଣାରେ କୁହାଯାଇଛି।