ଆଜିକାଲି ସମୟର ଅଭାବ ହେତୁ ଲୋକେ ଅଳ୍ପ ସମୟ ମଧ୍ୟରେ ବନି ପାରୁଥିବା ଖାଦ୍ୟ ତିଆରି କରିବାକୁ ବିଶେଷ ପ୍ରାଧାନ୍ୟ ଦେଉଛନ୍ତି। ସେଥିପାଇଁ ତ ମ୍ୟାଗି ଓ ପାସ୍ତା ପରି ଖାଦ୍ୟର ଚାହିଦା ଢେର୍ ଅଧିକ ବଢ଼ିଯାଇଛି। ଆମେ ଆପଣଙ୍କୁ ଏପରି ଏକ ଡିସ୍ ବିଷୟରେ କହିବୁ, ଯାହାକୁ ମ୍ୟାଗି ଯେତିକି ସମୟ ଲାଗେ ସେତିକି ସମୟ ମଧ୍ୟରେ ବନାଇ ହେବ। ତାହା ହେଉଛି ‘ଗାର୍ଲିକ ବ୍ରେଡ୍’।
ଏହାକୁ ଅଧିକାଂଶ ଲୋକ ରେଷ୍ଟୁରାଣ୍ଟ୍ରୁ ବରାଦ ଦେଇ ଖାଇଥାନ୍ତି। ମାତ୍ର ଯଦି ଘରେ ହିଁ ଖୁବ୍ କମ୍ ସମୟରେ ଓ ସହଜରେ ବନିପାରିବ ତ ବାହାରକୁ କାହିଁକି ଯିବା? ଚାଲନ୍ତୁ ଜାଣିବା ଏହାକୁ କିପରି ବନାଯାଇପାରିବ।
ଏଥିପାଇଁ ଆବଶ୍ୟକ ବ୍ରେଡ୍ ବା ପାଉଁରୁଟି, ବଟର୍, ରସୁଣ ବଟା, ଲଙ୍କା ବଟା, ପିଆଜ ଚୁନି ଚୁନି କଟା ଓ ଧନିଆ ପତ୍ର। ପ୍ରଥମେ ଟିକେ ବଟର୍କୁ ରସୁଣ, ପିଆଜ ଓ ଲଙ୍କା ପେଷ୍ଟ୍ରେ ମିଶାଇ ଦିଅନ୍ତୁ। ତାପରେ ପାଉଁରୁଟିରେ ସେହି ପେଷ୍ଟ୍କୁ ସାଇଜ୍ କରି ଲଗାଇ ଦିଅନ୍ତୁ। ଏବେ ଏହାକୁ ତାୱା କିମ୍ବା ଓଭନରେ ୫ ମିନିଟ୍ ପାଇଁ ସେକି ଦିଅନ୍ତୁ।
ଆପଣ ଏହାକୁ ଅଳ୍ପ ନିଆରେ ପୂରା କ୍ରିସ୍ପି ହେବା ପର୍ଯ୍ୟନ୍ତ ସେକନ୍ତୁ। ଏବେ ଏହାକୁ ଆପଣ ଟମାଟୋ ସସ୍ ସହିତ ଲଗାଇ ଖାଇପାରନ୍ତି। ଦେଖିବେ ଏହାର ସ୍ବାଦ ଖୁବ୍ ନିଆରା ଲାଗିବ। ଏହାର ମୁଖ୍ୟ କଥା ହେଉଛି ତିଆରି କରିବାକୁ ଖୁବ୍ କମ୍ ସମୟ ଲାଗିଥାଏ।