ଆମେ ଦୈନନ୍ଦିନ ଜୀବନରେ କୌଣସି ନା କୌଣସି ଉପାୟରେ ଅଦା ଖାଇଥାଉ। । କେହି ମସଲାରେ ଏହାକୁ ବାଟିଥାନ୍ତି ତ ପୁଣି କିଏ ଚା’ରେ ଏହାକୁ ପକାଇଥାନ୍ତି। ଏହାର ସେବନରେ କିଭଳି ଆମେ କେତେକ ଶାରୀରିକ ସମସ୍ୟାରୁ ରକ୍ଷା ପାଇବା ଆସନ୍ତୁ ତାହା ଜାଣିବା ….

Advertisment

ନିୟମିତଭାବେ ଖାଦ୍ୟ ପରେ ଅଦା ଚୋବାଇ ଖାଇଲେ ବଦହଜମୀର ଶିକାର ହେବେ ନାହିଁ । ଠିକ୍‌ ସେହିପରି ଅଦା ମସ୍ତିଷ୍କକୁ ତୀକ୍ଷ୍ଣ କରିବାରେ ସହାୟକ ହୋଇଥାଏ । ଯଦି ନାକ ବନ୍ଦ ହୋଇଯାଇଛି ବା ଛାତିରେ କଫ ଭର୍ତ୍ତି ଅଛି ବା ଯନ୍ତ୍ରଣା ଅନୁଭୂତ ହେଉଛି, ତେବେ ଅଦା ମିଶା ଚାହା ପିଇଲେ ସେଥିରୁ ମୁକ୍ତି ମିଳିଥାଏ ବୋଲି ଗବେଷଣାରୁ ଜଣାଯାଇଛି । ଠିକ୍‌ ସେହିପରି ଥଣ୍ଡା ହୋଇଥିଲେ ବି ଏହା ଆପଣଙ୍କୁ ଆରାମ ଦେଇଥାଏ ।

ଶରୀରକୁ ବିଭିନ୍ନ ପ୍ରକାରର ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ ଅଦା । ଠିକ୍‌ ସେହିପରି ଏହା ଶ୍ୱାସ ପ୍ରକ୍ରିୟାରେ କିଛି ଅସୁବିଧା ଥିଲେ, ତାକୁ ଦୂର କରିଥାଏ ଅଦା । ଖାଲି ସେତିକି ନୁହେଁ ଅଦା ରକ୍ତ ସୁଗାର ସ୍ତର ହ୍ରାସ କରିଥାଏ ଓ ଆପଣଙ୍କୁ ହୃଦ୍‌ରୋଗରୁ ରକ୍ଷା କରିପାରେ ବୋଲି ମଧ୍ୟ କୁହାଯାଏ । ଅଦା ଗ୍ୟାଷ୍ଟ୍ରାଇଟ୍‌ ସମସ୍ୟାରୁ ମଧ୍ୟ ଦୂରୀଭୂତ କରିଥାଏ ।

publive-image photo-medicalnewstoday

ବିମାନ ଯାତ୍ରା ବା ଲମ୍ବା ବସ ଯାତ୍ରା ଯୋଗୁଁ ଯଦି ଆପଣ ଦୁର୍ବଳ ଅନୁଭବ କରୁଛନ୍ତି, ତେବେ ଅଦା ଖଣ୍ଡେ ଚୋବାଇ ଖାଇଲେ, ତାହା ତୁରନ୍ତ ଦୂରୀଭୂତ ହୋଇଥାଏ । ଠିକ୍‌ ସେହପରିି ଗର୍ଭବତୀ ମହିଳାମାନେ ଯଦି ସେଭଳି ଅନୁଭବ କରନ୍ତି, ତେବେ ସେମାନଙ୍କ ପାଇଁ ବି ଏହା ମହୌଷଧି ସଦୃଶ। ମାତ୍ର ୧ ରୁ ୨ ଗ୍ରାମ୍‌ ଅଦା ସେବନ ଦ୍ୱାରା ଏହା ସମ୍ଭବ ହେବ ବୋଲି ଜଣାଯାଇଛି ।