ଅଦା କେବଳ ମସଲା ନୁହେଁ, ପେଟ ଭଲ ରଖେ, ଚର୍ବି କମାଏ

ଦୈନନ୍ଦିନ ଜୀବନରେ ଅଦା ଏକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ। ଅଦାର ମୁଖ୍ୟତଃ ତରିତରକାରୀ ପ୍ରସ୍ତୁତି ବେଳେ ବ୍ୟବହାର ହୋଇଥାଏ। ଖାଦ୍ୟର ସ୍ୱାଦ ବୃଦ୍ଧି କରିଥାଏ ଅଦା। ଏହା ବ୍ୟତୀତ ଏହାର ଔଷଧୀୟ ଗୁଣ ମଧ୍ୟ ରହିଛି । ତୁଳସୀ ଓ ଅଦାର କାଢା ପିଇବା ଦ୍ୱାରା ଥଣ୍ଡା ଭଲ ହୋଇଥାଏ ।

ଅଦାରେ ୮୧% ଜଳ ଥାଏ ଓ ୧୩% କାର୍ବୋହାଇଡ୍ରେଟ୍‌ ଥାଏ । ଏହା ବ୍ୟତୀତ ଅଦାରେ ଆଇରନ୍‌, କ୍ୟାଲସିୟମ୍‌, ଆୟୋଡିନ୍‌ ଓ କ୍ଲୋରିନ୍‌ ଆଦି ଥାଏ । ଅଦା ଖାଇବା ଦ୍ୱାରା କ୍ୟାନସର, ଏସିଡିଡି ଆଦି ଭଲ ହୋଇଥାଏ । ଏହା ଚର୍ବି କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଖାଦ୍ୟ ଗ୍ରହଣ କରିବାର ୧୦ ମିନିଟ୍‌ ପରେ ଏକ ଚାମଚ ଅଦା ଜୁସ୍‌ ସେବନ କରିବା ଦ୍ୱାରା ଏସିଡିଟି ସମସ୍ୟା ହୋଇ ନ ଥାଏ । ଏହା ଏସିଡିଟିର ମାତ୍ରା ନିୟନ୍ତ୍ରଣ କରିଥାଏ । ଖାଦ୍ୟକୁ ଭଲ ଭାବେରେ ପାଚନ କରାଇଥାଏ । ସବୁବେଳେ ଅଦା ଜୁସ୍‌ ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ । କୋଷ୍ଠକାଠିନ୍ୟ ରୋଗରୁ ମଧ୍ୟ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଚର୍ବି କମ୍‌ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ଅଦା। ଅଧିକାଂଶ ଲୋକ ସ୍ୱାଦ ପାଇଁ ଅଦାର ପ୍ରୟୋଗ କରିଥାଆନ୍ତି । କିନ୍ତୁ ଏହାର ଅନେକ ଔଷଧୀୟ ଗୁଣ ଅନେକ ଲାଭ ପହଞ୍ଚାଇଥାଏ।

ସମ୍ବନ୍ଧିତ ଖବର