ଅଦା ଦୂର କରିବ କେଶଜନିତ ସମସ୍ୟା!

ଆଜିକାଲିର ଜୀବନଶୈଳୀରେ ଅନେକଲୋକ କେଶଜନିତ ସମସ୍ୟା ଭୋଗୁଛନ୍ତି। ଏହି କାରଣକୁ ନେଇ ବ୍ୟକ୍ତି ବିଭିନ୍ନ କେମିକାଲ୍‌ସ ଦ୍ରବ୍ୟ ଯଥା ହେୟାର୍‌ ପ୍ରଡକ୍ଟ୍‌ ସାମ୍ପୁ,ତେଲ କଣ୍ଡିସ୍‌ନର୍‌ ,ଜେଲ୍‌ ଇତ୍ୟାଦିର ଉପଯୋଗ ସାଂଗକୁ ଘରୋଇ ଉପାୟର ବି ଉପଯୋଗ କରିବାକୁ ପଛାଉନାହିଁ। ହେଲେ ଏହା ତା’ର ସମସ୍ୟାକୁ ସମାଧାନ ପରିବର୍ତ୍ତେ ଆହୁରି ବଢ଼ାଇବାରେ ଲାଗିଛି। ଆଉ ଯଦି ଆପଣଙ୍କର ବି କେଶଜନିତ ଏପରି ସମସ୍ୟା ଯଥା-କେଶ ଝଡ଼ିବା,ରୂପିଜନିତ ସମସ୍ୟା ଦୋମୁହଁ କେଶ ଆଦି ହେଉଥାଏ ତେବେ ନିମ୍ନରେ ଦିଆଯାଇଥିବା ଅଦା ଉପାୟର ଉପଯୋଗ କରି ଆପଣ ଏହି ସମସ୍ୟାରୁ ମୁକ୍ତି ପାାଇପାରିବେ!


ପ୍ରଣାଳୀ:କେଶଜନିତ ସମସ୍ତ ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଆପଣ ଅଦାରୁ ରସ ବାହାର କରି ତାହାକୁ କେଶ ମଧ୍ୟରେ ଲଗାଇ ୧୦ ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଛାଡିଦିଅନ୍ତୁ। ଏହାପରେ ସାମ୍ପୁ ସାହାଯ୍ୟରେ କେଶକୁ ଧୋଇ ଦିଅନ୍ତୁ। ତେବେ ଏପରି କରିବା ଦ୍ୱାରା ଆପଣଙ୍କ କେଶ ସୁସ୍ଥ ଓ ମଜ୍‌ଭୁତ୍‌ ହେବା ସାଂଗକୁ ରୂପି ସମସ୍ୟାରୁ ବି ଆାପଣଙ୍କୁ ମୁକ୍ତି ମିଳିବ। ତେବେ ଅଦାର ପ୍ରୟୋଗ କରିବା ଦ୍ୱାରା କେଶଝଡିବା ସମସ୍ୟା କମ୍‌ ହେବାସହିତ କେଶ ଲମ୍ବା ଓ ଘନ ମଧ୍ୟ ହୋଇଥାଏ।

ସମ୍ବନ୍ଧିତ ଖବର