ପ୍ରଥମ ଦେଖାରେ ଝିଅର ପ୍ରେମିକକୁ ଏହି ୬ଟି ପ୍ରଶ୍ନ କରନ୍ତି ମାତା-ପିତା!

ସାଧାରଣ ଭାବେ ବିବାହ ପୂର୍ବରୁ ପୁଅ ବା ଝିଅ ସେମାନଙ୍କ ଶାଶୁ-ଶଶୁରଙ୍କୁ ଦେଖା କରିଥାଆନ୍ତି । ଯେଉଁଠି ସେମାନଙ୍କର ଅଗ୍ନି ପରୀକ୍ଷା ନିଆ ଯାଇଥାଏ । ଏ କଥା ଶୁଣିବା ପରେ ଆପଣମାନେ ଟିକେ ଆଶ୍ଚର୍ଯ୍ୟ ହେଉଥିବେ । ତେବେ ବିବାହ ପୂର୍ବରୁ ଶାଶୁ-ଶଶୁରଙ୍କ ପ୍ରଶ୍ନର ସାମ୍ନା କରିବା କୌଣସି ଅଗ୍ନି ପରୀକ୍ଷା ଠାରୁ କମ ନୁହେଁ,ଏହା ବିବାହ କରି ସାରିଥିବା ଲୋକମାନେ ହିଁ ଭଲ କହି ପାରିବେ । ତେବେ ପ୍ରେମ ବିବାହ ହେଉ ବା ପ୍ରସ୍ତାବିତ ବିବାହ, ଏହି ସମୟ ସମସ୍ତଙ୍କ ଜୀବନରେ ଆସେ । ଖାସ୍‌ କରି ଗୋଟେ ପୁଅ ପାଇଁ ଏହା ସବୁଠୁ କଠିନ ପରୀକ୍ଷା ବୋଲି କୁହାଯାଏ । ପ୍ରେମ ବିବାହରେ ଯେତେବେଳେ ତାଙ୍କ ଝିଅ ତାର ପ୍ରେମିକକୁ ବିବାହ ପାଇଁ ପ୍ରଥମ ଥର ଘରକୁ ନେଇକି ଆସେ ସେତେବେଳେ ଝିଅର ମାତା-ପିତାମାନେ ତାକୁ କିଛି ପ୍ରଶ୍ନ କରି ଥାଆନ୍ତି । ସେ ସବୁ କ’ଣ ଆସନ୍ତୁ ଜାଣିବା…।

୧. ତମେ ମୋ ଝିଅକୁ ଛୁଇଁନ ତ? ଏହା ସବୁ ମା’ଙ୍କର ପ୍ରଥମ ପ୍ରଶ୍ନ ରହିଥାଏ । ଏତେ ଦିନ ଧରି ଝିଅ ଜଣେ ପୁଅକୁ ଡ଼େଟ୍‌ କରୁଛି ବୋଲି ଜାଣିବା ପରେ ମଧ୍ୟ ଏଭଳି ପ୍ରଶ୍ନ ମା’ମାନେ ପଚାରିଥାଆନ୍ତି ।
୨.ପୁଅର କେଶ ସଜ୍ଜାକୁ ଦେଖି ମଧ୍ୟ ସବୁ ମା’ ପୁଅର କେଶ ସଜ୍ଜା ବିଷୟରେ ପଚାରି ଥାଆନ୍ତି । ଏହି କେଶ ସଜ୍ଜାକୁ କ’ଣ କୁହାଯାଏ?ଏହା ଛଡ଼ା ଆଉ କେଉଁ ଷ୍ଟାଇଲରେ କେଶ ରଖିବାକୁ ପସନ୍ଦ କର? ଏଭଳି କିଛି ଅଦରକାରୀ ପ୍ରଶ୍ନ ସବୁ ଝିଅଙ୍କ ମା’ମାନେ ପଚାରି ଥାଆନ୍ତି ।

punjabkesari.in

୩. ଝିଅର ଭଲ କଥା ଚିନ୍ତା କରି ପୁଅ ଆଗରୁ ଆଉ କେଉଁ ଝିଅ ସହ ସଂପର୍କରେ ଥିଲା କି ନାହିଁ ସେ ବିଷୟରେ ମାତା-ପିତାମାନେ ପଚାରି ଥାଆନ୍ତି । ଏହି ପ୍ରଶ୍ନ ଶୁଣିବା ପରେ ସବୁ ପୁଅମାନଙ୍କ ଶରୀରରୁ ଝାଳ ବାହାରିବାକୁ ଲାଗିଥାଏ ଏବଂ ସେ ସମୟରେ ସେ ଏଠାକୁ କାହିଁକି ଆସିଲେ ବୋଲି ଭାବିବାକୁ ଲାଗନ୍ତି ।
୪.ତମେ ଆମ ଝିଅକୁ କେତେ ଭଲ ପାଅ? ଏହି ପ୍ରଶ୍ନ ସବୁ ମାତା-ପିତାମାନେ ଝିଅର ପ୍ରେମିକକୁ ପଚାରିଥାଆନ୍ତି ।

punjabkesari.in

୫.କେଉଁ ଭଳି ପୋଷାକ ତମେ ପିନ୍ଧିବାକୁ ଭଲପାଅ । ଏହି ପ୍ରଶ୍ନ ପଚାରି ସେ ପୁଅର ପୋଷାକ ପିନ୍ଧିବା ପସନ୍ଦରୁ ହିଁ ପୁଅର ଗୁଣ ବିଷୟରେ ଅନ୍ଦାଜ ଲଗାଇଥାଆନ୍ତି ।
୬.ଆମ ଝିଅ ସହ କିଛି ଖରାପ କାମ କରିନ ତ?ଏପରି ପ୍ରଶ୍ନ ପଚାରି ପୁଅ-ଝିଅ ମଧ୍ୟରେ ଶାରୀରିକ ସଂପର୍କ ଅଛି କି ନାହିଁ ସେ ବିଷୟରେ ଜାଣିବା ପାଇଁ ଚେଷ୍ଟା କରି ଥାଆନ୍ତି ମାତା-ପିତା ।

punjabkesari.in
ସମ୍ବନ୍ଧିତ ଖବର