ପ୍ରଥମ ଡେଟ୍‌ ପରେ ଯୁବତୀମାନଙ୍କ ମନରେ କ’ଣ ଚାଲିଥାଏ?ଆସନ୍ତୁ ଜାଣିବା

ପ୍ରେମ ସମସ୍ତଙ୍କ ଜୀବନରେ ଦିନେ ନା ଦିନେ ଆସିଥାଏ । ଯାହାର ଅନୁଭବ ସବୁଠାରୁ ଅଲଗା ଏବଂ ନିଆରା ହୋଇଥାଏ । ପ୍ରେମରେ ପଡ଼ିବା ପରେ ପ୍ରତି ଜିନିଷକୁ ଦେଖିବାର ଶୈଳୀ ବଦଳି ଯାଇଥାଏ । ତେବେ ଏହା ତ ଆପଣମାନେ ଜାଣିଥିବେ ପ୍ରଥମ ପ୍ରେମ ହେବା ପରେ ଯୁବକ-ଯୁବତୀମାନଙ୍କ ମନରେ କେତେ କଥା ଚାଲିଥାଏ । ସେମାନେ ପ୍ରେମ କରି କିଛି ଭୁଲ କରି ନାହାନ୍ତି ତ? ସେମାନଙ୍କର ପ୍ରେମକୁ ସ୍ୱୀକୃତି ମିଳିବ ତ? ଏମିତି ଅନେକ ପ୍ରଶ୍ନ ମନରେ ଆସିଥାଏ । କିନ୍ତୁ ସେ ସବୁକୁ ଭୁଲି ସେମାନେ ପ୍ରେମ କରି ଥାଆନ୍ତି । ଯେତେବେଳେ କୌଣସି ଯୁବତୀ ତାର ପ୍ରେମିକ ସହ ପ୍ରଥମ ଥର ପାଇଁ ଡ଼େଟ୍‌ରେ ଯାଏ, ସେଇଟା ତା’ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିଥାଏ । ତେବେ ଆପଣମାନେ ଜାଣିଛନ୍ତି କି ଯୁବତୀମାନେ ପ୍ରଥମ ଡ଼େଟ୍‌ରୁ ଆସିବା ପରେ ସେମାନଙ୍କ ମନରେ କ’ଣ ସବୁ ଚାଲିଥାଏ? ଯଦି ନା ତେବେ ଆସନ୍ତୁ ଜାଣିବା ସେ କଥା ବିଷୟରେ…

୧.ପ୍ରଥମ ଡ଼େଟ୍‌ ସବୁଠାରୁ ଖାସ୍‌ ଏବଂ ନିଆରା ହେଉ ବୋଲି ଯୁବତୀମାନେ ଚାହିଁ ଥାଆନ୍ତି । ତେବେ ପ୍ରଥମ ଡ଼େଟ୍‌ରୁ ଫେରିବା ପରେ ସେମାନେ କିପରି ଦିଶୁଥିଲେ ସେ ବିଷୟରେ ଭାବିବା ସହ ସେମାନେ ଯାହା ସହ ଡ଼େଟ୍‌ରେ ଯାଇଥିଲେ ସେ କିପରି ଦିଶୁଥିଲେ ସେ ବିଷୟରେ ମଧ୍ୟ ଭାବି ଥାଆନ୍ତି ।

rochakpost.com

୨. ଡ଼େଟ୍‌ରୁ ଆସିବା ପରେ ସେ ଯୁବକ ତାଙ୍କ ଜୀବନସାଥୀ ହେବା ପାଇଁ କେତେ ଦୂର ଠିକ୍‌ ସେ ବିଷୟରେ ଭାବିଥାଆନ୍ତି । ଏହା ସହ ଯଦି ସେମାନେ ଭବିଷ୍ୟତରେ ବିବାହ କରନ୍ତି, ତାହା ହେଲେ ଏକା ସାଙ୍ଗରେ ସେମାନେ କିପରି ଦିଶିବେ, ତାହା ମଧ୍ୟ ବିବେଚନା କରିଥାଆନ୍ତି।

rochakpost.com

୩. ଯେତେବେଳେ ସେମାନେ ଡ଼େଟ୍‌ରୁ ଫେରୁଥିବେ, ସେତେବେଳେ କେବେ ତାଙ୍କ ସାଥୀ ତାଙ୍କୁ ମେସେଜ କରିବେ ସେ ବିଷୟରେ ଯୁବତୀମାନେ ଭାବିବା ଆରମ୍ଭ କରି ଦେଇଥାଆନ୍ତି ।

The State Weekly

୪. ତାଙ୍କ ଉପରେ ବିଶ୍ୱାସ କରାଯାଇ ପାରିବ ତ?ସେ ମୋତେ ଧୋକା ଦେଉ ନାହିଁ ତ? ଏମିତି ଅନେକ ପ୍ରଶ୍ନ ଯୁବତୀମାନଙ୍କ ମନକୁ ଆସିଥାଏ ।

ସମ୍ବନ୍ଧିତ ଖବର