ପ୍ରାକୃତିକ ଉପାୟରେ ଆପଣଙ୍କ ଚେହେରାକୁ ଦିଅନ୍ତୁ ଅଲଗା ଏକ ଚମକ!

ସାଧାରଣତଃ ଗୋରା ଓ ଚମକପ୍ରଦ ତ୍ୱଚା ପାଇବାକୁ କିଏ ବା ନ ଚାହେଁ! ଏଥିି ପାଇଁ ବିଭିନ୍ନ ଉପାୟର ଉପଯୋଗ କରିବା ସାଙ୍ଗକୁ ବହୁତ ଗୁଡ଼ିଏ ଟଙ୍କାକୁ ମଧ୍ୟ ପାର୍ଲରକୁ ଯାଇ ଖର୍ଚ୍ଚ କରିବାକୁ ପଡ଼ିଥାଏ। ତେବେ ଏଭଳି ଏକ ପ୍ରାକୃତିକ ଉପାୟର ଫେସ୍‌ପ୍ୟାକ୍‌କୁ ଆପଣଙ୍କ ତ୍ୱଚାରେ ପ୍ରୟୋଗ କରନ୍ତୁ ଯାହାଦ୍ୱାରା ଆପଣ ଆପଣଙ୍କ ଚେହେରାକୁ ଗୋରା ଓ ଚମକପ୍ରଦ କରିପାରିବେ।
ଆବଶ୍ୟକୀୟ ସାମଗ୍ରୀ:
୧-ନିମ୍‌ ଫେସ୍‌ ପାଉଡ଼ର୍‌।
୨-ଏଲୋଭରା ଜେଲ।୍‌
୩-ଭିଟାମିନ୍‌ ‘ଇ’କ୍ୟାପ୍‌ସୁଲ୍‌ ଏବଂ
୪-ଗୋଲାପ ଜଳ।
ପ୍ରସ୍ତୁତି:ପ୍ରଥମତଃ ଆପଣ ଏକ ପାତ୍ରରେ ଏକ ଚାମଚ ନିମ୍‌ ଫେସ୍‌ପାଉଡ଼ର୍‌,ଏକ ଚାମଚ ଏଲୋଭରା ଜେଲ୍‌,ଏକ ଚାମଚ ଗୋଲାପ ଜଳ ଏବଂ ୧ଟି ଭିଟାମିନ୍‌ ‘ଇ’କ୍ୟାପ୍‌ସୁଲ୍‌ର ଜେଲ୍‌କୁ ନେଇ ତାହର ଏକ ମିଶ୍ରଣ କରନ୍ତୁ।ଏହାପରେ ଆପଣ ଆପଣଙ୍କ ଚେହେରାକୁ ଫେସ୍‌ଓ୍ଵାସ୍‌ ସାହାଯ୍ୟରେ ଧୋଇଦେଇ ପ୍ରସ୍ତୁତ ହୋଇଥିବା ଉକ୍ତ ଫେସ୍‌ପ୍ୟାକ୍‌କୁ ଲଗାଇ ଦିଅନ୍ତୁ।ଏହାପରେ ଆପଣ ଆପଣଙ୍କ ଚେହେରାକୁ ୨ରୁ ୩ ମିନିଟ୍‌ ପର୍ଯ୍ୟନ୍ତ ମସାଜ୍‌ କରି ୧୫ ମିନିଟ୍‌ ପର୍ଯ୍ୟନ୍ତ ଶୁଖିଯିବାକୁ ଛାଡ଼ିଦିଅନ୍ତୁ।ତେବେ ହଁ ଆପଣଙ୍କୁ ମନେରଖିବାକୁ ହେବ ଯେ,ଯେପରି ଆପଣ ଏହି ଉପାୟଟିକୁ ଦିନେ ଛଡ଼ା ଦିନେ ସପ୍ତାହକୁ ୩ଥର କରନ୍ତି । ତେବେ ଏପରି ଆପଣ କିଛି ଦିନ କରିଲା ପରେ ନିଜେ ହିଁ ଅନୁଭବ କରିପାରିବେ କି କିଭଳି ଆପଣଙ୍କ ଚେହେରାଟି ପୂର୍ବାପେକ୍ଷା ଗୋରା ଓ ଚମକପ୍ରଦ ହୋଇଯାଇଛି।

ସମ୍ବନ୍ଧିତ ଖବର