କେଶର ସାଇନିଂ ବଢ଼ାନ୍ତୁ ଘରୋଇ ଉପଚାରରେ ମାତ୍ର ୨୪ ଘଣ୍ଟାରେ

ଥଣ୍ଡା ଦିନରେ ବହୁ ଲୋକଙ୍କ କେଶ ଶୁଷ୍କ ହୋଇଯିବା ସହ ତା’ର ଔଜଲ୍ୟ କମିଯାଏ। ଏହି ସମସ୍ୟା ଠିକ୍‌ ଖାଦ୍ୟ ନ ଖାଇବା ଓ ହର୍ମୋନ୍‌ ପରିବର୍ତ୍ତନ କାରଣରୁ ବି ହୋଇଥାଏ। ଏହି ସମସ୍ୟାକୁ ଘରୋଇ ଉପାୟରେ ସମାଧାନ କରନ୍ତୁ, ଯାହା ପୁରୁଷ ଓ ମହିଳା ଦୁଇଜଣଙ୍କ ସପ୍ତାହକୁ ଥରେରୁ ଦୁଇ ଥର ବ୍ୟବହାର କରି କେଶକୁ ମୁଲାୟମ୍‌ ଓ ଉଜ୍ଜ୍ୱଳ କରିପାରିବ। ମାତ୍ର ୨୪ ଘଣ୍ଟା ଭିତରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଥାଏ।

୩ରୁ ୪ ଚାମଚ ଅଲିଭ୍‌ ତେଲକୁ ଉଷୁମ କରନ୍ତୁ।

ଉଷୁମ ତେଲକୁ କେଶକୁ ଧୀରେ ଧୀରେ ହାତରେ ମସାଜ କରନ୍ତୁ।

ମାଲିସ୍‌ର ୧୦ ମିନିଟ୍‌ ପରେ ଏକ ଟାେଓ୍ଵଲ୍‌କୁ ଉଷୁମ ପାଣିରେ ଭିଜାଇ ତା’କୁ ଟାଇଟ୍‌ କରି ମୁଣ୍ଡରେ ବାନ୍ଧି ଦିଅନ୍ତୁ।

ଏକ ଘଣ୍ଟା ପରେ ମୁଣ୍ଡ ଧୁଅନ୍ତୁ, କେଶର ସାଇନିଂ ବଢ଼ିବ।

ସମ୍ବନ୍ଧିତ ଖବର