ବ୍ରାହ୍ମ ମୁହୂର୍ତ୍ତରେ ଇଶ୍ୱରଙ୍କ ଆରାଧନା କରିବା ସବୁଠାରୁ ଭଲ ସମୟ, ଜାଣନ୍ତୁ କାରଣ

ଇଶ୍ୱରଙ୍କ ଆରାଧନା ଓ ପୂଜା ପାଠ ପାଇଁ ସବୁଠାରୁ ଭଲ ସମୟ ହେଲା ବ୍ରାହ୍ମ ମୁହୂର୍ତ୍ତ। ଯେତେ ସକାଳୁ ଉଠି ଆପଣ ପୂଜା କରିବେ, ଆପଣ ସେତେ ଶାନ୍ତି ପାଇବେ । ପ୍ରାତଃ କାଳ ପୂଜନ-ଅର୍ଚ୍ଚନା ଲାଗି କାହିଁକି ସବୁଠାରୁ ଭଲ ସମୟ , ଆସନ୍ତୁ ଜାଣିବା…..

୧- ପ୍ରଥମ କଥା ହେଲା ସକାଳେ ପୂଜା କରିବାର ଥିଲେ ଭୋରୁ ଉଠିବାକୁ ପଡ଼ିବ। ଭୋରୁ ଉଠିବା ଶରୀର ପାଇଁ ଖୁବ୍‌ ଭଲ।

୨-ପ୍ରାତଃ ସମୟ ଧ୍ୟାନ ପାଇଁ ସବୁଠାରୁ ଭଲ ସମୟ, କାରଣ ସକାଳେ କୋଳାହଳ ନ ଥାଏ ଓ ବାତାବରଣ ବି ଶୁଦ୍ଧ ଥାଏ।

୩-ସକାଳେ ଆମ ମନ ଶାନ୍ତ ଥାଏ।କୌଣସି ପ୍ରକାରର ଖରାପ ବିଚାର ବି ମନରେ ନ ଥାଏ। ଭଗବାନଙ୍କୁ ଭକ୍ତି ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହେଲା ଏକାଗ୍ରତା।ଏହା ସକାଳ ସମୟରେ ମିଳିଥାଏ।

୪-ସକାଳ ପରେ ଆମେ ଯେତେବେଳେ ବି ଉଠୁ, ଆମକୁ ଦିନଯାକର କଥା ଭାବିବାକୁ ପଡେ। ଏଣୁ ମନ ଅଶାନ୍ତ ହୋଇ ଉଠେ।

୫-ପ୍ରାତଃକାଳରେ ଧ୍ୟାନ କରିଲେ ଓ ଇଶ୍ୱରଙ୍କ ମନ୍ତ୍ର ଜପ କରିଲେ ବୁଦ୍ଧି ପ୍ରଖର ହୋଇଥାଏ ବୋଲି ମଧ୍ୟ କୁହାଯାଏ।

ସମ୍ବନ୍ଧିତ ଖବର