ଘରେ ବସି ଗାଡ଼ିର ମାଇଲେଜ ବଢ଼ାଇବା ପାଇଁ ଏହି ଉପାୟ ଆପଣାନ୍ତୁ

ନୂଆଦିଲ୍ଲୀ: ଗାଡ଼ି କିଣିବା ସମୟରେ ଅଧିକାଂଶ ଲୋକ ଏହାର ମାଇଲେଜ ଉପରେ ବିଶେଷ ଭାବେ ଧ୍ୟାନ ଦେଇଥାଆନ୍ତି। ପ୍ରତ୍ୟେକ ଗାଡ଼ି ଚାଳକଙ୍କ ଉଦ୍ଦେଶ୍ୟ ରହିଥାଏ କି ସେମାନେ ଗାଡ଼ି ଚଳାଇବା ସମୟରେ କିପରି ପେଟ୍ରୋଲ ଓ ଡିଜେଲ ବଞ୍ଚାଇ ରଖିବେ। କିନ୍ତୁ ଆପଣ ଜାଣନ୍ତି କି ଗାଡ଼ି ଚାଳନା ସମୟରେ ସାମାନ୍ୟ ସୁଧାର ଆଣିବା ଦ୍ୱାରା ନିଜେ ହିଁ ଇନ୍ଧନ ବଞ୍ଚାଇର କ୍ଷମତାକୁ ବଢ଼ାଇ ପାରିବେ। ତେବେ ଆସନ୍ତୁ ଜାଣିବା ଗାଡ଼ି ଚଳାଇବା ସମୟରେ ଏମିତି କିଛି ଅଭ୍ୟାସ ଯାହା ଇନ୍ଧନ କ୍ଷମତାକୁ ବୃଦ୍ଧି କରିବାରେ ସାହାୟକ ହୋଇଥାଏ।

ଗାଡ଼ିର ବେଗ ଉପରେ ନିୟନ୍ତ୍ରଣ: ଗାଡ଼ିକୁ ୬୦ରୁ ୮୦କିଲୋମିଟର ପ୍ରତିଘଣ୍ଟା ବେଗରେ ଚଳାଇବା ଦ୍ୱାରା ଇନ୍ଧନ ଖର୍ଚ୍ଚ କମ୍‌ ହୋଇଥାଏ। ଏହି ବେଗରୁ ଅଧିକ କିମ୍ବା କମ ବେଗରେ ଗାଡ଼ି ଚଳାଇଲେ ଇନ୍ଧନ କ୍ଷମତା ପ୍ରଭାବିତ ହୋଇଥାଏ।

ସ୍ମୁଥ୍ ଡ୍ରାଇଭିଂ:  ଇନ୍ଧନ ବଞ୍ଚାଇବା ପାଇଁ ସ୍ମୁଥ୍‌ ଡ୍ରାଇଭିଂ ବି ଏକ ଗୁରୁତ୍ୱପୂର୍ଣ୍ଣ ଉପାୟ। ଯଦି ଆପଣ ଡ୍ରାଇଭିଂ କରୁଥିବା ସମୟରେ ବାରମ୍ବାର ଗିୟର ବଦଳାଉଛନ୍ତି କିମ୍ବା ଏକ୍ସିଲେଟରରେ ଅଧିକ ପ୍ରୟୋଗ କରୁଛନ୍ତି । ତେବେ ଏହାର ପ୍ରଭାବ ଗାଡ଼ିର ମାଇାଲଜ ଉପରେ ପଡ଼ିଥାଏ।

ଗିୟର ସଠିକ୍‌ ବ୍ୟବହାର: କେତେକ ଲୋକ ଗାଡ଼ି ଚଳାଉଥିବା ସମୟରେ ଗିୟର ବ୍ୟବହାର କମ୍‌ କରିଥାଆନ୍ତି। ଯାହାଫଳରେ ଗାଡ଼ି ଇଞ୍ଜିନ ଉପରେ ଅଧିକ ଚାପ ପଡ଼ିଥାଏ।  ଏମିତି ଯଦି ଆପଣ ଅଧିକ ଦିନ ଯାଏଁ କରିବେ ତେବେ ଇନ୍ଧନ କ୍ଷମତା ଉପରେ ଖରାପ ପ୍ରଭାବ ପଡ଼ିବ।

ଟ୍ରାଫିକ୍‌ ଲାଇଟ୍‌ରେ ଇଞ୍ଜିନ୍‌ ବନ୍ଦ: ଟ୍ରାଫିକ୍‌ ରେଡ୍‌ ଲାଇଟ୍‌ ଯଦ୍‌ ୩୦ସେକେଣ୍ଡରୁ ଅଧିକ ରହୁଛି ତେବେ ଇଞ୍ଜିନ୍‌ ବନ୍ଦ କରି ଦିଅନ୍ତୁ, ନହେଲେ ଇନ୍ଧନ ଅଧିକ ଖର୍ଚ୍ଚ ହୋଇଥାଏ। ୩୦ସେକେଣ୍ଡରୁ କମ୍‌ ଥିଲେ ଇଞ୍ଜିନ୍‌ ବନ୍ଦ କରନ୍ତୁ ନାହିଁ।

ଠିକ୍‌ ସମୟରେ କାର ସର୍ଭିସିଂ କରାନ୍ତୁ: ଯଦି କାର ସର୍ଭିସିଂ ଠିକ୍‌ ସମୟରେ କରାଉ ନାହାନ୍ତି ତେବେ ଏହାର ପ୍ରଭାବ ମଧ୍ୟ ମାଇଲେଜ ଉପରେ ପଡ଼ିବ। ଏତଦ୍‌ ବ୍ୟତୀତ ପେଟ୍ରୋଲ ଭରି ସାରିବା ପରେ ଟାଙ୍କିକୁ ଶକ୍ତ ଭାବେ ବନ୍ଦ କରନ୍ତୁ। ନହେଲେ ତେଲ ଲିକ୍‌ ହୋଇଯିବା ଫଳରେ ମାଇଲେଜ କମି ଯାଇଥାଏ। ଗାଡ଼ିରେ ସର୍ବଦା ଗୁଣବର୍ତ୍ତା ତେଲ ଭରନ୍ତୁ। କେତେକ ଗାଡ଼ିରେ ଗୁଣବତ୍ତା ତେଲ ନପକାଉ ଥିବା ହେତୁ ମାଇଲେଜ କ୍ଷମତା ଦିନକୁ ଦିନ ହ୍ରାସ ପାଇଥାଏ।

ସମ୍ବନ୍ଧିତ ଖବର