ସୁନିଦ୍ରା ଓ ଓଜନ ହ୍ରାସର ୧୩ଟି ସୁନ୍ଦର ଉପାୟ

ବର୍ତ୍ତମାନ ଦୁନିଆରେ ସମସ୍ତେ ଫିଟ୍‌ ରହିବାକୁ ଚାହାନ୍ତି। ଶୀଘ୍ର ଶୋଇବାକୁ ଯିବା ଏବଂ ସକାଳୁ ଶୀଘ୍ର ଉଠିବା ଅଭ୍ୟାସ ଆମର ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ଏ ବିଷୟରେ:-
ଆଲ୍‌ମଣ୍ଡ୍‌: ଏହା ସାଧାରଣତଃ ଉଚ୍ଚ କ୍ୟାଲୋରିୟୁକ୍ତ ଖାଦ୍ୟ ଭାବେ ଜଣାଯାଏ। ଡାଏଟିଂ କରୁଥିବା ଲୋକମାନେ ସାଧାରଣତଃ ଏହାକୁ ଖାଦ୍ୟରେ ସାମିଲ କରି ନ ଥାନ୍ତି। କିନ୍ତୁ ନିକଟରେ ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ ଏଥିରେ ଥିବା ଏକପ୍ରକାର ପ୍ରୋଟିନ୍‌ ଓ ଫ୍ୟାଟ୍‌ ଯାହା ଆମ ଶରୀରରେ ଥିବା ଅମ୍ଳଜାନରେ ମିଶିପାରେ ନାହିଁ। ତେଣୁ ଏଥିରୁ କୌଣସି ପ୍ରକାର କ୍ୟାଲୋରି ଶରୀର ଗ୍ରହଣ କରେ ନାହିଁ। ସେହି ଫ୍ୟାଟ୍‌ କଣିକାଗୁଡ଼ିକ ଖାଦ୍ୟ ନଳୀ ଦ୍ୱାରା ବାହାରକୁ ଚାଲିଯିବା ଦ୍ୱାରା ଆମ ଶରୀର ସେଥିରୁ କେବଳ ଦରକାରୀ ପଦାର୍ଥ ହିଁ ଗ୍ରହଣ କରିଥାଏ। ତେଣୁ ଶୋଇବାକୁ ଯିବା ପୂର୍ବରୁ ଆଲ୍‌ମଣ୍ଡ୍‌ ଖାଇବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱ ଆମ ହଜମ କ୍ରିୟାକୁ ଠିକ୍‌ ରଖିଥାଏ।


ଯାନ୍ତ୍ରିକ ଉପକରଣ ବନ୍ଦ ରଖନ୍ତୁ: ଯାନ୍ତ୍ରିକ ଉପକରଣ ଯେମିତିକି ମୋବାଇଲ୍‌ ଫୋନ୍‌ ଓ ଭିଡିଓ ଗେମ୍‌ରୁ ନିର୍ଗତ ହେଉଥିବା ଆଲୋକ ଆମକୁ ଶୋଇବାରେ ସାହାଯ୍ୟ କରୁଥିବା ‘ମେଲାଟୋନିନ୍‌ ହର୍‌ମୋନ୍‌’ର ପରିମାଣ କମେଇଦିଏ। ଯାହାଫଳରେ ଆମକୁ ଡେରିରେ ନିଦ ହୁଏ। ତେଣୁ ଆମକୁ ବିଳମ୍ବିତ ରାତ୍ରିରେ ଭୋକ ଲାଗିଥାଏ। ଶୋଇବାକୁ ଯିବାର ପ୍ରାୟ ଘଣ୍ଟାଏ ପୂର୍ବରୁ ସବୁ ଉପକରଣକୁ ବନ୍ଦ କରନ୍ତୁ। ଏହା ଫଳରେ ଆପଣ ଶୀଘ୍ର ଶୋଇବେ।
ନଖଉଷୁମ ପାଣିରେ ପାଦ ଭିଜାନ୍ତୁ: ଶୋଇବାକୁ ଯିବା ପୂର୍ବରୁ ନଖଉଷୁମ ପାଣିରେ ପାଦ ଭିଜାନ୍ତୁ। ଏହା ଶରୀରର ମାଂସପେଶୀଗୁଡ଼ିକୁ ଆରାମ ଦେବା ସହ ଚିନ୍ତାମୁକ୍ତ ରଖିବାରେ ସାହାଯ୍ୟ କରିଥାଏ। ଯାହାଦ୍ୱାରା ଆପଣ ଶାନ୍ତିରେ ଶୋଇପାରିବେ।
ଉଷୁମ ପାଣିରେ ଗାଧାନ୍ତୁ: ଉଷୁମ ପାଣିରେ ଗାଧୋଇବା ଦ୍ୱାରା ଆମର ଶିରାଗୁଡ଼ିକୁ ଆରାମ ମିଳେ। ଯାହାଫଳରେ ଆମକୁ ଭଲ ନିଦ ହୋଇଥାଏ। ସୁନିଦ୍ରା ଓଜନ ହ୍ରାସରେ ସହାୟକ ହୋଇଥାଏ। ନିଦ୍ରା ଯିବା ସମୟରେ ମଧ୍ୟ ଆମ ଶରୀରରୁ କିଛି କ୍ୟାଲୋରି ହ୍ରାସ ପାଇଥାଏ।
ପାଦ ମାଲିସ୍‌ କରନ୍ତୁ: ପାଦ ମାଲିସ୍‌ କରିବା ଦ୍ୱାରା ଏହା ଶରୀରରେ ଥିବା ମେଦ କଣିକାଗୁଡ଼ିକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଗାଧୋଇବା ପରେ ମାଲିସ୍‌ କରିବା ଦ୍ୱାରା ଅଧିକ ଲାଭ ମିଳେ।
ଆରାମଦାୟକ ପୋଷାକ ପିନ୍ଧନ୍ତୁ: ସଫା ଏବଂ ନରମ ପୋଷାକ ପିନ୍ଧିବା ଦ୍ୱାରା ନିଦ ଭଲ ହୋଇଥାଏ। ଅଧରାତିରେ ଉଠିବା ଆଡ଼େଇବା ପାଇଁ ଆମେ ଆରାମ ଅନୁଭବ କରିବା ଦରକାର।
ଶୋଇବା ଘରେ ଉପଯୁକ୍ତ ବାୟୁ ଚଳାଚଳ: ଶୋଇବା ଘରେ ଉପଯୁକ୍ତ ବାୟୁ ଚଳାଚଳର ସୁବିଧା ରହିବା ଉଚିତ। ଏହା ସୁନିଦ୍ରାରେ ସହାୟକ ହୋଇଥାଏ।
ଉଷୁମ କ୍ଷୀର ପିଅନ୍ତୁ: ଉଷୁମ କ୍ଷୀର ପିଇବା ଦ୍ୱାରା ରାତିରେ ଭଲ ନିଦ ହୁଏ। ଏଥିରେ ଥିବା ଏନ୍‌ଜାଇମ୍‌ ଆପଣଙ୍କୁ ଥକ୍କାପଣରୁ ମୁକ୍ତି ଦେଇଥାଏ। ଯାହା ଫଳରେ ଭଲ ନିଦ ହୋଇଥାଏ। ଏହା ଓଜନ ହ୍ରାସ ନିମନ୍ତେ ଏକ ଶ୍ରେଷ୍ଠ ପାନୀୟ ରୂପେ ଜଣାଯାଏ।
ଶୋଇବା ପୂର୍ବରୁ ବାଥ୍‌ରୁମ ବ୍ୟବହାର କରନ୍ତୁ: ଅଧିକାଂଶ ଲୋକ ବାଥ୍‌ରୁମ୍‌ରୁ ଆସିଲା ପରେ ସିଧା ରୋଷେଇ ଘରକୁ ଯାଇ କିଛି ସ୍ନାକ୍ସ୍‍ ଖାଇଥାନ୍ତି, ଯାହା ସେମାନଙ୍କ ଶରୀର ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଶୋଇବା ପୂର୍ବରୁ ଏହି ଅଭ୍ୟାସକୁ ଅନୁସରଣ କଲେ ଆପଣ ଅଧରାତିରେ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାରୁ ବଞ୍ଚିତ ହେବେ। ଫଳରେ ଆପଣଙ୍କ ଓଜନ ନିୟନ୍ତ୍ରଣରେ ରହିବ।
ବହି ପଢ଼ନ୍ତୁ: ଶୋଇବା ପୂର୍ବରୁ କିଛି ବହି ପଢ଼ିବା ଦ୍ୱାରା ମସ୍ତିଷ୍କର କୋଷିକାଗୁଡ଼ିକ ଶାନ୍ତ ରୁହନ୍ତି। ଫଳରେ ଭଲ ନିଦ ହୋଇଥାଏ।
ଲାଇଟ୍‌ ବନ୍ଦ କରନ୍ତୁ: ଆପଣ ଶୋଉଥିବା ସ୍ଥାନଟି ପ୍ରାକୃତିକ କିରଣଠୁ ଦୂରରେ ଥିବା ଦରକାର। ଯେକୌଣସି ପ୍ରକାରର କୃତ୍ରିମ ଆଲୋକ ମଧ୍ୟ ମେଲାଟୋନିନ୍‌ (ଏକ ପ୍ରକାର ହର୍‌ମୋନ୍‌) କ୍ଷରଣରେ ବାଧା ସୃଷ୍ଟି କରିଥାଏ। ଯାହା ଆମକୁ ନିଦ୍ରା ଯିବାରେ ସାହାଯ୍ୟ କରିଥାଏ। ଅନ୍ଧାରରେ ଆପଣଙ୍କୁ ଅପେକ୍ଷାକୃତ ଭଲ ନିଦ ହେବ।
ରାତ୍ରୀ ଭୋଜନରେ ଗୋଲମରିଚ ବ୍ୟବହାର କରନ୍ତୁ: ଗୋଲମରିଚରେ ଥିବା ପ୍ରାକୃତିକ ଉପାଦାନ ଆମ ହଜମ କ୍ରିୟାକୁ ବଢ଼ାଇବାରେ ସାହାଯ୍ୟ କରେ ଓ ଶକ୍ତି ପ୍ରଦାନ କରେ। ଏହା ଓଜନ ହ୍ରାସକାରୀ। ଗୋଲମରିଚ ସାଧାରଣତଃ ପେଟ ଚର୍ବି କମାଇବାରେ ସାହାଯ୍ୟ କରେ।
ମଦ୍ୟପାନ କରନ୍ତୁ ନାହିଁ: ଅନେକଙ୍କର ଶୋଇବାକୁ ଯିବା ପୂର୍ବରୁ ମଦ୍ୟପାନର ଅଭ୍ୟାସ ଥାଏ। ନିକଟରେ ଏକ ଅଧ୍ୟୟନରୁ ଜଣାପଡ଼ିଛି କି ଏହା ଆମ ଶୋଇବା ପ୍ରଣାଳୀରେ ବାଧା ସୃଷ୍ଟି କରିଥାଏ। ଏହା ଆମର ଶୋଇବା ସମୟକୁ କମାଇଦିଏ। ଏଥିରେ ଥିବା କ୍ୟାଲୋରି ଯୋଗୁଁ ଏହା ଓଜନ ହ୍ରାସକାରୀ ନୁହେଁ।

ସମ୍ବନ୍ଧିତ ଖବର