ଭଲ ନିଦ ଚାହୁଁଛନ୍ତି ତ,ଆପଣାନ୍ତୁ ଏହି ସରଳ ଉପାୟ!

ଅନେକ ଲୋକ ଅଭିଯୋଗ କରନ୍ତି,ସେମାନଙ୍କୁ ରାତିରେ ଭଲ ନିଦ ହେଉନାହିଁ। ସେମାନେ ଯେତେ ଉପାୟ କରିଲେ ବି ନିଦ ଲାଗୁ ନାହିଁ। ତେବେ ଯଦି ଆପଣ ଚାହୁଁଛନ୍ତି ଭଲ ନିଦ ହେଉ ଓ ସୁନିଦ୍ରା ଯିବେ,ତେବେ ଏଥିପାଇଁ ଆପଣ କେବଳ କେତୋଟି ସରଳ ଯୋଗ କରନ୍ତୁ। ଏହାଫଳରେ ଆପଣ ରାତିରେ ୭ରୁ ୮ ଘଣ୍ଟା ଯାଏଁ ସୁନିଦ୍ରା ଯାଇପାରିବେ ।


ଏଥିପାଇଁ ଆବଶ୍ୟକୀୟ ଆସନ ଗୁଡିକ ସଂପର୍କରେ ଜାଣିବା:-
ହିରୋ ଆସନ:-ଏହି ଆସନକୁ କରିବା ପାଇଁ ଆଣ୍ଠୁକୁ ତଳ କରିବାକୁ ପଡ଼ିଥାଏ। ଏହା ଫଳରେ ପିଠିରେ ମାଂସପେଶୀ ଓ ହାଡ଼ ଟାଣି ହୋଇଥାଏ। ରକ୍ତପ୍ରବାହ ବଢ଼ାଇ ତନ୍ତ୍ରକୁ ମଜଭୁତ କରିଥାଏ। ଏହି ଆସନ କରିବା ପରେ ଆପଣ କିଛି ସମୟ ବିଶ୍ରାମ କରନ୍ତୁ,ତା’ପରେ ଆପଣଙ୍କୁ ସୁନିଦ୍ରା ଆସିବ।
ଶଶୁ ଆସନ:- ଏହି ଆସନ କରିବା ମଧ୍ୟ ତନ୍ତ୍ରିକା ତନ୍ତ୍ର ଶାନ୍ତ ହୋଇଥାଏ।ଏହାପରେ ଆପଣମାନେ ଆରାମରେ ଶୋଇ ପାରିବେ।
ଏତଦ୍‌ବ୍ୟତୀତ କ୍ୟାମେଲ୍‌ ପୋଜ୍‌ ଓ ରିଲାକ୍ସ ପୋଜ୍‌ରେ ମଧ୍ୟ ଭଲ ନିଦ ଆସିଥାଏ।

ସମ୍ବନ୍ଧିତ ଖବର