ଭଲ ନିଦ ମାନସିକ ଚାପକୁ କମ କରିବା ସହ ମଧୁମେହ ଓ ଉଚ୍ଚରକ୍ତଚାପକୁ ନିୟନ୍ତ୍ରଣ କରିଥାଏ

ନୂଆଦିଲ୍ଲୀ: ରୋଗ ପ୍ରତିରୋଧକ ଶକ୍ତି ବଢାଇବ ସୁନିଦ୍ରା । ଓମିକ୍ରନ ସଂକ୍ରମଣର ଭୟ ଭିତରେ ଭଲ ନିଦ ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହେବ । ଗଭୀର ନୀଦ ସ୍ୱାସ୍ଥ୍ୟବସ୍ଥା ପାଇଁ ଚମତ୍କାର ଫଳ ପ୍ରଦାନ କରିଥାଏ । ଏଭଳି ମତ ରଖିଛନ୍ତି ଆୟୁର୍ବେଦ ବିଶେଷଜ୍ଞ ଡାକ୍ତର ଦୀକ୍ଷା ଭବସାର । ଭଲ ନିଦ ମାନସିକ ଚାପକୁ କମ କରିବା ସହ ମଧୁମେହ ଓ ଉଚ୍ଚରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।

ଏହା ଛଡା ଯକୃତରୁ ବିଷାକ୍ତ ପଦାର୍ଥ ବାହାର କରିବା ସହ ପ୍ରଜନନ କ୍ଷମତା ମଧ୍ୟ ବୃଦ୍ଧି କରିଥାଏ । ମୋଟାମୋଟି ଭାବେ ନିଦ ମଣିଷ ଶରୀରକୁ ନିରୋଗ ରଖିବାର ଏକ ପ୍ରାକୃତିକ ବରଦାନ ବୋଲି କହିଛନ୍ତି ଆୟୁର୍ବେଦ ବିଶେଷଜ୍ଞ । କିନ୍ତୁ ବର୍ତମାନ ଦେଶର ଅଧିକାଂଶ ଲୋକ ମୋବାଇଲ, ଲ୍ୟାପଟପର ବିଳମ୍ବିତ ରାତି ଯାଏଁ ଚେଇଁ ରହୁଥିବାରୁ ସୁନିଦ୍ରାର ହାର କମି ଯାଉଛି । ଆଉ ଏହାର ସିଧାସଳଖ ପ୍ରଭାବ ସ୍ୱାସ୍ଥ୍ୟବସ୍ଥା ଉପରେ ପଡୁଛି ।

ଯଦି ଆପଣ ମାନସିକ ଚାପରେ ଅଛନ୍ତି, ତେବେ ଆପଣଙ୍କୁ ସୁନିଦ୍ରା ସୁଫଳ ଆଣିଦେବ ବୋଲି କହିଛନ୍ତି ଆୟୁର୍ବେଦ ଡାକ୍ତର । ହର୍ମୋନ ଅସନ୍ତୁଳନ, ତ୍ୱଚା ସମ୍ବନ୍ଧୀୟ ରୋଗ, ଥାଇରଏଡ ଓ କ୍ୟାନସର ଭଳି ଗମ୍ଭୀର ରୋଗକୁ ମଧ୍ୟ ଭଲ ନିଦ ରୋକିଥାଏ । ସେହିପରି ନିଦ ଶରୀର କ୍ଲାନ୍ତି ଦୂର କରି ସତେଜ କରୁଥିବାରୁ ମଣିଷର ଦକ୍ଷତା ବୃଦ୍ଧି ଓ ସାମଗ୍ରୀକ କଲ୍ୟାଣରେ ସହାୟକ ହୋଇଥାଏ ବୋଲି କହିଛନ୍ତି ବିଶେଷଜ୍ଞ ।

ସମ୍ବନ୍ଧିତ ଖବର