କେବଳ ଦାମୀ ପୋଷାକ କିମ୍ବା ଦାମୀ ସାଜସଜା ସାମଗ୍ରୀ ବ୍ୟବହାର କଲେ ହିଁ ବ୍ୟକ୍ତି ଫ୍ୟାସନେବଲ୍‌ ଦିଶିଥାନ୍ତି ବୋଲି ଭାବୁଛନ୍ତି କି?ତେବେ, ଆପଣ ଏକଦମ ଭୁଲ୍‌ ଭାବୁଛନ୍ତି। ଖୁବ୍‌ ସ୍ୱଳ୍ପ ଅର୍ଥ ଖର୍ଚ୍ଚରେ ବି ପାଇ ହେବ ଫ୍ୟାସନେବଲ୍‌ ଲୁକ୍‌। ମାତ୍ର ନିଜକୁ କେମିତି ଲୁକ୍‌ ଅଧିକ ଆକର୍ଷିତ କରୁଛି ସେଥିପ୍ରତି ଯତ୍ନବାନ ହେବା ନିତାନ୍ତ ଆବଶ୍ୟକ। ନିମ୍ନରେ ଦିଆଯାଇଛି କେତୋଟି ଟିପ୍ସ, ଯାହାକୁ ଆପଣେଇଲେ ଆପଣ ଦିଶିବେ ସ୍ୱତନ୍ତ୍ର ଓ ଭିନ୍ନ।

Advertisment

-ଅନ୍ୟକୁ ଦେଖି ପୋଷାକ ପରିଧାନ କରନ୍ତୁ ନାହିଁ। ସମସ୍ତଙ୍କର ଶରୀର ଆକୃତି, ଚେହେରାର ଗଢ଼ଣ ଏବଂ ରଂଗ ଭିନ୍ନ ହୋଇଥିବା ହେତୁ ସମସ୍ତଙ୍କୁ ସବୁ ଧରଣ ପୋଷାକ ଭଲ ମାନେ ନାହିଁ। ନିଜକୁ ସୁହାଇଲା ପରି ପୋଷାକ ପିନ୍ଧନ୍ତୁ ଏବଂ ମନେ ରଖନ୍ତୁ ଆପଣଙ୍କୁ ସେହି ପୋଷାକ କିପରି ମାନୁଛି ସେ ନିର୍ଣ୍ଣୟ ଆପଣଙ୍କର ନୁହେଁ ଆଉ କାହାର ହେବା ଉଚିତ।

publive-image

-ବେଳେ ବେଳେ ଗାଢ଼ ଲିପ୍‌ଷ୍ଟିକ୍‌, କଜ୍ୱଳ ଏବଂ ମୋଟା ପ୍ରସାଧନ ସାମଗ୍ରୀ ଛାଉଣୀ ତଳେ ରହି ବି ସୌନ୍ଦର୍ଯ୍ୟ ଉପଭୋଗ୍ୟ ଯୋଗ୍ୟ ହୋଇପାରେନ। ଆପଣଙ୍କ ଓଠ, ଆଖିର ଆକୃତି ଓ ଗଢ଼ଣ ଉପରେ ନିର୍ଭର କରେ  ଆପଣ କେଉଁ ରଂଗର ଲିପ୍‌ଷ୍ଟିକ୍‌ ଏବଂ କେତେ ପରିମାଣର କଜ୍ୱଳ ଲଗାଇବେ। ସଜ ହେବା ସମୟରେ ଆଇନା ସାମ୍ନାରେ ବସି ନିଜକୁ ସମୀକ୍ଷା କରନ୍ତୁ, କେମିତି ସଜରେ ଆପଣଙ୍କ ସୌନ୍ଦର୍ଯ୍ୟ ମନଲୋଭା ହୋଇପାରୁଛି।

-ପୁରୁଷମାନେ ମଧ୍ୟ ନିଜ ପୋଷାକର ରଂଗ ଏବଂ ଡିଜାଇନ୍‌ ପ୍ରତି ଧ୍ୟାନ ଦିଅନ୍ତୁ। କେତେକ ପୁରୁଷଙ୍କୁ ଚିତ୍ରବିଚିତ୍ର ପୋଷାକ ଭଲ ମାନୁଥିବା ବେଳେ ଆଉ କେତେକଙ୍କୁ ଫର୍ମାଲ ସାର୍ଟ ବହୁତ ଭଲ ମାନିଥାଏ। ମନେ ରଖନ୍ତୁ ପ୍ରତ୍ୟେକ ପୋଷାକ ଫ୍ୟାସନେବଲ୍‌ ଲୁକ୍‌ ଦେଇପାରେ। ସେ ପୋଷାକ କିନ୍ତୁ ଆପଣଙ୍କୁ ମାନୁଥିବା ଉଚିତ।

publive-image

-ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଜୋତା। ନାରୀ ହୁଅନ୍ତୁ ଅବା ପୁରୁଷ ହୁଅନ୍ତୁ ଜୋତା ଖରାପ ଥିଲେ ପୂରା ଲୁକ୍‌ ଖରାପ ହୋଇଯାଏ। ଅବଶ୍ୟ ବେଶି ଲୋକ ଜୋତାକୁ ସେତେଟା ଗୁରୁତ୍ୱ ଦିଅନ୍ତି ନାହିଁ। ମାତ୍ର ଜଣେ ଫେସନ୍‌ ଡିଜାଇନ୍‌ର ଏକ ସୋ’ରେ କହିଥିଲେ ଯେ ହଳେ ଜୋତା ହିଁ ବ୍ୟକ୍ତିକୁ ସଂପୂର୍ଣ୍ଣ ସୌନ୍ଦର୍ଯ୍ୟ ପ୍ରଦାନ କରିପାରେ।

-ଅନେକଙ୍କ ଭାବନା ବହୁତଗୁଡ଼ାଏ ଗହଣା, ରଂଗ-ବେରଙ୍ଗୀ ପୋଷାକ ପିନ୍ଧିବା ଦ୍ୱାରା ନିଜକୁ ଫ୍ୟାସନେବଲ୍‌ ଭାବେ ଉପସ୍ଥାପିତ କରି ହେବ। ଅବଶ୍ୟ ଏହା ତେକେକ କ୍ଷେତ୍ରରେ ଠିକ୍‌ ମନେ ହେଉଥିଲେ ବି ଅଧିକାଂଶ କ୍ଷେତ୍ରରେ କମ୍‌ ଗହଣା ଏବଂ ସାଧାରଣ ପୋଷାକ ପିନ୍ଧିଥିବା ବ୍ୟକ୍ତି ଅଧିକ ଆକର୍ଷଣୀୟ ଦିଶିଥାନ୍ତି।