ଏହି ଦେଶରେ ପ୍ରେମୀଯୁଗଳଙ୍କୁ ଏକାଠି ସମୟ ବିତାଇବାକୁ ମିଳେ ଆରାମଦାୟକ କୋଠରୀ
ସାଧାରଣତଃ ଦେଖାଯାଏ, ଯେତେବେଳେ ଜଣେ ଯୁବକ ଓ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ସ୍ଥାପନ ହୋଇଥାଏ ସେତେବେଳେ ସେମାନେ ପରସ୍ପରକୁ ଦେଖା କରିବା ପାଇଁ ଅନେକ ଉପାୟ ଖୋଜିଥାନ୍ତି । ସଂପର୍କକୁ ସମାଜ ସ୍ୱୀକାର କରି ନ ଥିଲେ ମଧ୍ୟ ସେମାନେ ଏକାକୀ ସମୟ ବିତାଇବା ପାଇଁ ସ୍ଥାନ ଖୋଜିଥାନ୍ତି। ତେବେ ଆପଣ ଜାଣିଛନ୍ତି କି, ଏମିତି ଏକ ଦେଶ ଅଛି ଯେଉଁଠାରେ ପ୍ରେମ ଯଗଳଙ୍କୁ ପରସ୍ପରକୁ ଦେଖା କରିବା ପାଇଁ ଓ ଏକାଠି ସମୟ ବିତାଇବା ଲାଗି ସରକାର ଯୋଗାଇ ଦେଇଥାନ୍ତି ସ୍ୱତନ୍ତ୍ର କୋଠରୀ ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜ୍ଞା ହଁ ! କ୍ୟୁବାରେ ପ୍ରେମୀ ଯୁଗଳଙ୍କୁ ଦେଖା କରିବା ପାଇଁ ସରକାର ଯୋଗାଇବେ ରୁମ। ପୂର୍ବରୁ କ୍ୟୁବାରେ ପ୍ରେମୀଯୁଗଳଙ୍କ ପାଇଁ ଏହିପରି କିଛି ସୁବିଧା ଥିଲା।
କିନ୍ତୁ ୧୯୯୦ ମସିହାରେ ଦେଶରେ ଆର୍ଥକ ସଂକଟ ହେବାରୁ ଏହାକୁ ବନ୍ଦ କରାଯାଇଥିଲା। ଏଥିପାଇଁ ଯୁବକ ଯୁବତୀଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିରବା ପାଇଁ ପଡ଼ିନଥାଏ । କ୍ୟୁବାରେ ଏହି ରୁମକୁ ‘ପୋରେସସ୍’ କୁହାଯାଇଥାଏ । ଏହି ରୁମଗୁଡ଼ିକରେ ଏସି , ଫ୍ରିଜ , ଆରାମଦାୟକ ଖଟ ସହ ଅନ୍ୟ ଆବଶ୍ୟକୀୟ ସୁବିଧା ମିଳୁଥିଲେ ମଧ୍ୟ ଏଥିପାଇଁ ବହୁତ କମ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ।