ସବୁଜ ଦୀପାବଳି କିପରି ମନାଇବେ?

ଦୀପାବଳିରେ ବାଣ ଫୁଟାଇଲେ ପରିବେଶ ପ୍ରଦୂଷିତ ହୋଇଥାଏ। ଏଣୁ ଆମେ ଯଦି ଗ୍ରିନ୍‌ ଦିଓ୍ଵାଲି ବା ସବୁଜ ଦୀପାବଳି ମନାଇବା, ତେବେ ପରିବେଶ ସୁରକ୍ଷା ସମ୍ଭବ।ଏଥିପାଇଁ ଜାଣି ରଖନ୍ତୁ ନିମ୍ନ କଥା…

ବାଣ ଫୁଟାନ୍ତୁ ନାହିଁ – ପ୍ରଥମକଥା ହେଲା ବାଣ ଫୁଟାନ୍ତୁ ନାହିଁ। ବିଶେଷକରି ଏଥିରୁ ବିଷାକ୍ତ ଧୂଆଁ ବାହାରି ଦେହ ଓ ମନକୁ ଖରାପ କରିଥାଏ।

ପ୍ଲାଷ୍ଟିକ୍‌ ବ୍ୟାଗ୍‌ଠାରୁ ଦୂରେଇ ରହନ୍ତୁ – ସବୁଜ ଦୀପାବଳି ମନେଇବା ଲାଗି ପ୍ଲାଷ୍ଟିକ୍‌ ବ୍ୟାଗ୍‌ ବା ପଲିଥିନଠାରୁ ଦୂରେଇ ରୁହନ୍ତୁ।

ଗିଫ୍‌ଟ ପ୍ୟାକ୍‌ ପାଇଁ ଗ୍ରିନ୍‌ ରାପର୍‌ – ଗିଫ୍ଟ ପ୍ୟାକ୍‌ ପାଇଁ ଆମେ ପ୍ଲାଷ୍ଟିକ ରାପରର ଉପଯୋଗ କରିଥାଉ, ମାତ୍ର ତା’ ସ୍ଥାନରେ ଗ୍ରନ୍‌ ଫ୍ୟାବି୍ରକ୍‌ରେ ପ୍ରସ୍ତୁତ ରାପ୍‌ର ବ୍ୟବହାର କରିଲେ ଭଲ।

ଫୁଡ୍‌ ଓ୍ଵଷ୍ଟେଜ୍‌ କମ୍‌ କରନ୍ତୁ – ଦୀପାବଳିରେ ଆମେ ନାନା ପ୍ରକାରର ଖାଦ୍ୟ ଖାଇଥାଉ। ଏଥର ଆମେ ଯଦି ଖାଦ୍ୟକୁ ନ ଫୋପାଡ଼ିବା, ତେବେ ତାହା ବି ହେବ ସବୁଜ ଦୀପାବଳିର ଅଙ୍ଗ। ଯଦି ମିଷ୍ଟାନ୍ନ ବଳୁଛି, ତେବେ ତାକୁ ଗରିବ ପିଲାଙ୍କୁ ବାଣ୍ଟି ଦିଅନ୍ତୁ। ଏହାଫଳରେ ପରିବେଶ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ।

ସମ୍ବନ୍ଧିତ ଖବର