ନୂଆଦିଲ୍ଲୀ: ଶୀତଦିନେ ଖାଦ୍ୟ ଠିକ ଭାବେ ହଜମ ହୋଇ ନଥାଏ। ଏହି କାରଣରୁ ଗ୍ୟାସ ସମସ୍ୟା ଦେଖା ଦେଇଥାଏ। ତେଣୁ ଶୀତଦିନେ ଖାଦ୍ୟ ଖାଇବା ପ୍ରତି ସଚେତନ ରହିବା ନିହାତି ଆବଶ୍ୟକ। ଶୀତଦିନେ ବଜାରରେ ମଟର ପ୍ରଚୁର ପରିମାଣରେ ମିଳିଥାଏ। ମଟରରେ ଅଧିକ ପରିମାଣରେ ଫାଇବର ଓ ପ୍ରୋଟିନ ରହିଥାଏ। ଯାହାକି ପାଚନକ୍ରିୟାକୁ ଠିକ ରଖିଥାଏ।

Advertisment

ମଟର ବିଶେଷ ଭାବେ ମଧୁମେହ ରୋଗୀଙ୍କ ପାଇଁ ଲାଭପ୍ରଦ ହୋଇଥାଏ। ସେହିପରି ଏଥିରେ ଫଲିକ ଏସିଡ ମଧ୍ୟ ରହିଥାଏ। ଯାହା ଗର୍ଭବତୀଙ୍କୁ ପୋଷଣ ଦେବାରେ ସୟାହକ ହୋଇଥାଏ। ଏଥିସହିତ ଏଥିରେ ଭିଟାମିନ ଓ ମିନେରାଲ୍ସ ଭରପୂର ମାତ୍ରାରେ ରହିଥାଏ। ଯାହାକି ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।

Green Peas Benefits: प्रेगनेंसी में हरी मटर खाने से होता है मां और बच्चे का  पोषण, जानें इस सब्ज़ी के अन्य फायदे | TheHealthSite.com हिंदी

ଏଥିସହିତ ମଟରରେ ମ୍ୟାଗ୍ନେସିୟମ ପୋଟାସିୟମ ଓ କ୍ୟାଲସିୟମ ରହିଛି। ଯାହାକି ଉକ୍ତ ରକ୍ତଚାପ ଓ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିଥାଏ। ଫଳ‌ରେ ହୃତଘାତ ଭଳି ସମସ୍ୟାର ଆଶଙ୍କା କମ ରହିଥାଏ।