ପାଚିଲା ଅମୃତଭଣ୍ଡା ତ ଶରୀର ପାଇଁ ଖୁବ୍ ଭଲ ,ଏକଥା ସମସ୍ତଙ୍କୁ ଜଣା।ହେଲେ ଆପଣ ଜାଣନ୍ତି କି କଞ୍ଚା ଅମୃତଭଣ୍ଡା ଖାଇବା ବି ସ୍ୱାସ୍ଥ୍ୟପ୍ରଦ। କଞ୍ଚା ଅମୃତଭଣ୍ଡାରେ ପ୍ରଚୁର ମାତ୍ରାରେ ଭିଟାମିନ୍ ରହିଛି। ଏଥିରେ ଭିଟାମିନ୍ ଏ, ସି,ମ୍ୟାଗ୍ନେସିୟମ୍ ଓ ପୋଟାସିଅମ୍ ରହିଛି। ଏହା ମଧୁମେହ ରୋଗୀମାନଙ୍କ ପାଇଁ ଖୁବ୍ ଉପକାରୀ।
ଆସନ୍ତୁ ଜାଣିବା କଞ୍ଚା ଅମୃତଭଣ୍ଡା ଖାଇଲେ,ଅନ୍ୟ କ’ଣ ସବୁ ଉପକାର ମିଳିଥାଏ।
୧-ଯଦି ଶରୀରରେ ଭିଟାମିନ୍ର ମାତ୍ରା କମ୍ ଥାଏ ,ତେବେ କଞ୍ଚା ଅମୃତଭଣ୍ଡା ସେବନ କଲେ , ସେହି ସମସ୍ୟା ଦୂରୀଭୂତ ହୋଇଥାଏ।
୨-କଞ୍ଚା ଅମୃତଭଣ୍ଡାର ଚଟଣି ବା ତରକାରୀ ଖାଇଲେ ମଧୁମେହ ରୋଗୀମାନଙ୍କ ପାଇଁ ତାହା ଔଷଧ ଭଳି କାମ କରିଥାଏ। ଏହାକୁ ଖାଇଲେ ସୁଗାରର ମାତ୍ରା କମ୍ ହୋଇଥାଏ ଓ ଇନ୍ସୁଲିନର ମାତ୍ରା ବଢ଼ିଥାଏ। ଏହା ଫଳରେ ମଧୁମେହ ନିୟନ୍ତ୍ରଣରେ ରହିଥାଏ।
୩-ଯଦି ଆପଣ ମୋଟାପାର ଶିକାର ହେଉଛନ୍ତି,ତେବେ କଞ୍ଚା ଅମୃତଭଣ୍ଡା ଖାଆନ୍ତୁ। ଏଥିରେ ଏନ୍ଜାଇମ୍ ଶୀଘ୍ର ଫ୍ୟାଟ୍ ବର୍ଣ୍ଣ କରିବାରେ ସହାୟକ ହୋଇଥାଏ। ଏହା ଛଡ଼ା ଶରୀରରୁ ଅତିରିକ୍ତ ଫ୍ୟାଟ୍ ମଧ୍ୟ ବାହାର କରିବାରେ ଏହା ସହାୟକ ହୋଇଥାଏ।
୪- କଞ୍ଚା ଅମୃତଭଣ୍ଡା ଖାଇଲେ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ। ତା’ ଛଡ଼ା ଏଥିରେ ଥିବା ଭିଟାମିନ୍ ସି ମାନସିକ ଉତ୍ତେଜନା ବି ଦୂର କରିଥାଏ।
୫-କଞ୍ଚା ଅମୃତଭଣ୍ଡା ଖାଇଲେ ପାଚନ କ୍ରିୟା ସୁସ୍ଥ ରହିଥାଏ।
୬-ସ୍ତନପାନ କରାଉଥିବା ମହିଳାମାନଙ୍କ ପାଇଁ କଞ୍ଚା ଅମୃତଭଣ୍ଡା ଖୁବ୍ ଲାଭପ୍ରଦ।
୭-ଏହା ମୂତ୍ର ସଂକ୍ରମଣ,କର୍କଟ ଭଳି ରୋଗରୁ ମଧ୍ୟ ଏହା ଶରୀରକୁ ରକ୍ଷା କରିଥାଏ।