ଦୈନନ୍ଦିନ ଗ୍ରୀନ୍‌ ଟି ପିଇବା ଦ୍ୱାରା ହୋଇଥାଏ ଏହି ୫ ଫାଇଦା

ଭୁବନେଶ୍ୱର: ସବୁଜ ଚା’(ଗ୍ରୀନ୍‌ ଟି) ପିଇବାର ଉପକାରିତା ବିଷୟରେ ଅଳ୍ପ ବହୁତ ପ୍ରାୟ ସମସ୍ତେ ଜାଣନ୍ତି। ଭାରତୀୟମାନେ ପିଉଥିବା ବିଭିନ୍ନ ରକମର ଚା’ ମଧ୍ୟରେ ବୋଧହୁଏ ଦ୍ୱିତୀୟ ସ୍ଥାନରେ ରହିଛି ଗ୍ରୀନ୍‌ ଟି। ଏହା ଲୋକେ ସଉକ ପାଇଁ କମ୍‌, ନିଜ ସ୍ୱାସ୍ଥ୍ୟ ପାଇଁ ଅଧିକ ପିଇଥାନ୍ତି। ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ଗ୍ରୀନ୍‌ଟିରେ ଗୋଟିଏ ପ୍ରକାରର ଭଲ ଗୁଣ ନୁହେଁ, ରହିଛି ଅଜସ୍ର ଉପକାରୀ ଗୁଣ।

Genetic Engineering and Biotechnology News

: ଗ୍ରୀନ ଟି ମସ୍ତିଷ୍କକୁ ସକ୍ରିୟ ରଖିବାରେ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। କଫିରେ ଯେତେ ପରିମାଣର କ୍ୟାଫିନ୍‌ ଥାଏ ଗ୍ରୀନ୍‌ ଟିରେ ସେତେ ପରିମାଣର କ୍ୟାଫିନ୍‌ ନଥାଏ। ତେଣୁ ଏହା ଦେହ ପାଇଁ ଖୁବ୍‌ ଭଲ ହୋଇଥାଏ।

: ଶରୀରରେ ବଢ଼ିଥିବା ଅଯଥା ମାଂସକୁ ଗ୍ରୀନ୍‌ ଟି ପିଇବା ଦ୍ୱାରା ଆୟତ୍ତ କରାଯାଇ ପାରେ। ଦୈନନ୍ଦିନ ଗ୍ରୀନ୍‌ ଟି ପିଇଲେ ଓଜନ ହ୍ରାସ ହୋଇଥାଏ।

: ସବୁବେଳେ ଗ୍ରୀନ୍‌ ଟି ପିଉଥିବା ଲୋକଙ୍କ ଭିତରେ କର୍କଟ ସମସ୍ୟା ପ୍ରାୟତଃ କମ୍‌ ଦେଖାଯାଏ।

: କେବଳ କର୍କଟ କାହିଁକି, ହୃଦ୍‌ରୋଗକୁ ବି ଗ୍ରୀନ୍‌ ଟି ପିଇବା ଦ୍ୱାରା ଆୟତ୍ତରେ ରଖାଯାଇପାରେ ବୋଲି ଗବେଷକମାନେ କହିଛନ୍ତି।

: ତେବେ, ମଧୁମେହ ରୋଗୀଙ୍କ ପାଇଁ ତ ଏହା ଅବ୍ୟର୍ଥ ଔଷଧ। ଗ୍ରୀନ ଟି ପିଇବା ଦ୍ୱାରା ରକ୍ତରେ ଶର୍କରା ଭାଗକୁ ଆୟତ୍ତରେ ରଖାଯାଇପାରେ।

ସମ୍ବନ୍ଧିତ ଖବର