କେବଳ ବାଦାମ ନୁହେଁ, ବାଦାମ ତେଲ ବି ଦେହ ପାଇଁ ଉପକାରୀ !

0

ବାଦାମ ଖାଇଲେ ଶରୀରର ଉପକାର ହୋଇଥାଏ ବୋଲି ଆମକୁ ଜଣା। ହେଲେ ବାଦାମ ତେଲ ବି ମଣିଷ ଦେହ ପାଇଁ ଖୁବ୍‌ ଉପକାରୀ,ଏକଥା କ’ଣ ଆପଣ ଜାଣନ୍ତି!
ବାଦାମ ତେଲରେ ଖାଦ୍ୟ ରାନ୍ଧିଲେ ବା ଦୁଧରେ ମିଶାଇ ପିଇଲେ ଅନେକ ଫାଇଦା ମିିଳିଥାଏ। ପ୍ରଥମତଃ ଦେହରେ ବାଦାମ ତେଲ ମାଲିସ କଲେ ହାଡ଼ ମଜଭୁତ ହୋଇଥାଏ ଏବଂ ଦେହରେ ସ୍ଫୂର୍ତ୍ତି ଆସିଥାଏ। ପ୍ରତିଦିନ ଗୋଟିଏ ଚାମଚ ବାଦାମ ତେଲ ସେବନ କରିଲେ ବି ସେହି ଲାଭ ମିଳିଥାଏ।
ବାଦାମ ତେଲରେ ଓମେଗା -୬ ଫ୍ୟାଟି ଏସିଡ୍‌ ରହିଛି। ଏହାର ଉପଯୋଗ କରିଲେ ମସ୍ତିଷ୍କ ଅଧିକ କ୍ଷିପ୍ର ହୋଇଥାଏ। ଗର୍ଭାବସ୍ଥାରେ ମଧ୍ୟ ବାଦାମ ତେଲ ସେବନ କରିଲେ,ତାହା ଉଭୟ ମାଆ ଓ ଶିଶୁପାଇଁ ଲାଭଦାୟକ ହୋଇଥାଏ। ଯଦି ମୁହଁରେ ଶୁଷ୍କତା ଥାଏ ,ତେବେ ବାଦାମ ତେଲ ଲଗାଇଲେ,ତାହା ଦୂରୀଭୂତ ହୋଇଥାଏ।


ଆଉ ଏକ ବଡ଼ କଥା ହେଲା ଯେ, ବାଦାମ ତେଲ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ନିୟମିତ ଭାବେ ବାଦାମ ତେଲ ସେବନ କରିଲେ ଶାରୀରିକ ଦୁର୍ବଳତା ମଧ୍ୟ ଦୂର ହୋଇଥାଏ। ଠିକ୍‌ ସେହିପରି ବାଦାମ ତେଲ ସେବନ କରିଲେ ହୃଦ୍‌ଘାତର ଆଶଙ୍କା ହ୍ରାସ ପାଇଥାଏ।

ସମ୍ବନ୍ଧିତ ଖବର