କେବଳ ପାଟି ସୁଆଦ ପାଇଁ ନୁହେଁ ,ଚୀନାବାଦାମ ଖାଇଲେ ଏସବୁ ଉପକାର ବି ମିଳେ

କି ଖରା ଦିନ, କି ବର୍ଷା ଋତୁ ବା ଶୀତ ଋତୁ, ସବୁବେଳେ ଖୋଜା ପଡ଼େ ବାଦାମ, କାରଣ ଏହାର ସ୍ୱାଦ ନିଆରା । ସମସ୍ତେ ପାଟି ସୁଆଦ ପାଇଁ ଚୀନାବାଦାମ ଖାଇଥାନ୍ତି, ହେଲେ ଆପଣ ଜାଣନ୍ତି କି ଏହାର ଅନେକ ଫାଇଦା ଅଛି ।
ପ୍ରଥମତଃ ଚୀନାବାଦାମରେ ଆଣ୍ଟି ଅକ୍ସିଡେଣ୍ଟ, ଭିଟାମିନ୍‌ ଓ ମିନେରାଲସ ଆଦି ପ୍ରଚୁର ମାତ୍ରାରେ ରହିଛି । ଆଣ୍ଟିଅକ୍ସିଡେଣ୍ଟ୍‌ସ ରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ସ ରହିଥାଏ । ଏହା ମାନସିକ ଉତ୍ତେଜନା ହ୍ରାସ କରିବା ପରେ ସହାୟକ ହୋଇଥାଏ ଏବଂ ତ୍ୱଚାକୁ ସୁନ୍ଦର ମଧ୍ୟ କରିଥାଏ । ଏଣୁ ଶୀତ ଋତୁରେ ଚାପମୁକ୍ତ ରହିବା ପାଇଁ ଓ ତ୍ୱଚାକୁ ଉଜ୍ଜ୍ୱଳତା ଦେବା ଲାଗି ଚୀନାବାଦାମ ଖାଇ ପାରନ୍ତି ।
ଗର୍ଭବତୀ ମହିଳାମାନଙ୍କ ପାଇଁ ଚିନାବାଦାମ ଅଧିକ ଉପଯୋଗୀ । ଏଥିରେ ଫୋଲେଟ୍‌ ନାମକ ତତ୍ତ୍ୱ ଭଲ ମାତ୍ରାରେ ଥିବା କାରଣରୁ କୋଷ ବିଭାଜନରେ ଏହା ସହାୟକ ହୋଇଥାଏ । ଏହ ସହିତ ଫୋଲେଟ୍‌ ଗର୍ଭସ୍ଥ ଶିଶୁର ମସ୍ତିଷ୍କ ସଂପର୍କୀତ ସମସ୍ୟା ମଧ୍ୟ ଦୂରୀଭୂତ କରିଥାଏ । ଚୀନାବାଦାମରେ ପ୍ରୋଟିନ ପ୍ରଚୁର ମାତ୍ରାରେ ରହିଥାଏ, ଯାହା ଶରୀରର ବିକାଶ ଲାଗି ଜରୁରୀ । ଏଣୁ ପିଲାମାନଙ୍କୁ ମଧ୍ୟ ଚିନାବାଦାମ ଖାଇବାକୁ ଦେବା ଉଚିତ । ଯେଉଁମାନେ ବଡି ବିଲ୍‌ଡିଂ କରୁଛନ୍ତି, ସେମାନଙ୍କ ପାଇଁ ବି ଚୀନାବାଦାମ ଉପକାରୀ ।

photo-panaceafoods.com

ଚିନାବାଦାମର ଭିଟାମିନ୍‌ ବି ଭଲ ମାତ୍ରାରେ ରହିଥିବା ଯୋଗୁଁ ଏହା ସ୍ମରଣ ଶକ୍ତି ବୃଦ୍ଧି କରିଥାଏ । ଏହା ମସ୍ତିଷ୍କ ପାଇଁ ମଧ୍ୟ ଉପଯୋଗୀ । ଏତଦ୍‌ବ୍ୟତୀତ ଚୀନାବାଦାମରେ ଭିଟାମିନ୍‌ ବି କଂପ୍ଲେକ୍ସ ମଧ୍ୟ ପ୍ରଚୁର ମାତ୍ରାରେ ରହିଛି । ଏଥିରେ ଟ୍ରାଇଟୋଫନ୍‌ ନାମକ ଆମିନୋ ଏସିଡ୍‌ ରହିଛି, ଯାହା ମସ୍ତିଷ୍କରେ ସେରୋଟୋନିନ୍‌ ର ଉତ୍ପାଦନରେ ସହାୟକ ହୋଇଥାଏ । ଯେଉଁମାନେ ମାନସିକ ଅବସାଦ ଗ୍ରସ୍ତ, ସେମାନଙ୍କ ପାଇଁ ଚିନାବାଦାମ ମହୌଷଧି ସଦୃଶ ।

ସମ୍ବନ୍ଧିତ ଖବର