ପତ୍ର ଏକ, ଲାଭ ଅନେକ; ଗୋଟାଏ ପିଜୁଳୀ ପତ୍ରରେ ଭଲ ହେବ ଏହି ୫ ଶାରୀରିକ ସମସ୍ୟା

ରୋଗର ନିରାକରଣ ପାଇଁ ଆମେ ବିଭିନ୍ନ ଆଡ଼େ ବୁଲିଥାନ୍ତି। ଭିନ୍ନ ଭିନ୍ନ ଔଷଧ ସହ ଡାକ୍ତର ବି ବଦଳାଇ ଥାଆନ୍ତି। ମାତ୍ର କେବେ ଭାବିଛନ୍ତି, ଅନେକ ରୋଗର ନିରାକରଣ ଆମ ହାତ ପାହାନ୍ତାରେ ଅଛି? ଆଗ ଚାରି ପଟେ ଥିବା ଏମିତି ଅନେକ ସାଧାରଣ ଗଛରେ ରହିଛି ବିରାଟ ବିରାଟ ରୋଗର ନିରାକରଣ। ସେପରି ଏକ ଗଛ ହେଉଛି ପିଜୁଳୀ। ପିଜୁଳୀ ଖାଇବା ଦ୍ୱାରା ତ ଶରୀରକୁ ଅନେକ ଲାଭ ମିଳିଥାଏ ଏଥିରେ ସନ୍ଦେହ ନାହିଁ, ଏହା ବ୍ୟତୀତ ପିଜୁଳୀ ପତ୍ରରେ ବି ଭରି ରହିଛି ରୋଗନାଶକ ଶକ୍ତି। ପିଜୁଳୀ ପତ୍ର ଖାଇବା ଦ୍ୱାରା ଆମେ ଅତି ସହଜରେ ଅନେକ ରୋଗକୁ ଦୂରେଇ ଦେଇ ପାରିବା।

ପିଜୁଳୀ ପତ୍ର ସେବନ ଦ୍ୱାରା ଆମେ ଓଜନ ବୃଦ୍ଧିକୁ ଆୟତ୍ତରେ ରଖିପାରିବା। ଏଥିରେ କାବ୍ରୋହାଇଡେଟ୍‌ ଜାତୀୟ ଖାଦ୍ୟ ଦ୍ୱାରା ବଢ଼ୁଥିବା ଚର୍ବିକୁ କାଟିବାର ଗୁଣ ରହିଛି।

ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ଅବ୍ୟର୍ଥ ଔଷଧ। ଗବେଷକମାନେ ଜାଣିବାକେୁ ପାଇଛନ୍ତି ଯେ ପିଜୁଳୀ ପତ୍ରରେ ରକ୍ତରେ ବଢ଼ୁଥିବା ଶର୍କରା ଭାଗକୁ କମ୍‌ କରିବାର ଶକ୍ତି ରହିଛି।

କୋଲେଷ୍ଟ୍ରେଲ୍‌ ସ୍ତର ମଧ୍ୟ କମ୍‌ ହେବ ପିଜୁଳୀ ପତ୍ର ଖାଇବା ଦ୍ୱାରା। ଗବେଷକମାନଙ୍କ କହିବା କଥା ହେଲା ଲଗାତର ୩ ମାସେ ପର୍ଯ୍ୟନ୍ତ ପିଜୁଳୀ ପତ୍ରର ରସ ପିଇଲେ ଶରୀରୁ ସମସ୍ତ ଖରାପ କୋଲେଷ୍ଟ୍ରଲ୍‌ କମ୍‌ ହୋଇଯିବ।

ଡାଇରିଆ ହେଉଥିଲେ ପିଜୁଳୀ ପତ୍ର ବଟା ପିଇବା ଦ୍ୱାରା ଏହାକୁ ଆୟତ୍ତରେ ରଖାଯାଇ ପାରେ। ଯଦି ଆପଣଙ୍କର ଡାଇରିଆ ହେଉଛି ତେବେ ପେଜ୍‌ରେ ପିଜୁଳୀ ପତ୍ର ପକାଇ ଗରମ କରି ଦିନକୁ ୨ ରୁ ୩ ଥର ପିଇଲେ ଭଲ ହୋଇଥାଏ।

ଉତ୍ତମ ହଜମ ପ୍ରକ୍ରିୟା ପାଇଁ ପୁଜୁଳୀ ପତ୍ର ଅତ୍ୟନ୍ତ ଭଲ। ପିଜୁଳି ପତ୍ରରେ ଥିବା ଆଣ୍ଟି ବାକ୍ଟେରିଆ ଏଜେଣ୍ଟ୍‌ ଶରୀରୁ ବ୍ୟାକ୍ଟେରିଆକୁ ନଷ୍ଟ କରି ଦେଇଥାନ୍ତି।

ସମ୍ବନ୍ଧିତ ଖବର