ଏହି ଉପାୟ ଆପଣାଇ ଶୀତ ଦିନରେ କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ପାଆନ୍ତୁ

ନୂଆଦିଲ୍ଲୀ: ଶୀତ ଦିନରେ କେଶ ସମସ୍ୟା ଅଧିକ ଦେଖା ଦେଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ସାମଗ୍ରୀ ଅପେକ୍ଷା ଘରୋଇ ଉପଚାର ବ୍ୟବହାର କଲେ ଅଧିକ ଲାଭ ମିଳିଥାଏ।

ଶୀତଦିନେ ଥଣ୍ଡା ପବନ କେଶକୁ ରୁକ୍ଷ କରିଥାଏ । ଯାହାଫଳରେ କେଶ ଝଡ଼ିବାର ସମସ୍ୟା ଦେଖାଯାଇଥାଏ। ତେଣୁ ଶୀତଦିନେ ଟ୍ରିମିଙ୍ଗ୍ କରିବା  ଉଚିତ।

4 Awesome Hair Care Tips for Winter

ଅନେକ ଲୋକ ଶୀତଦିନେ ଥଣ୍ଡା ହେତୁ କେଶକୁ ଭଲଭାବେ ସଫା କରନ୍ତି ନାହିଁ। ଯଦ୍ବାରା କେଶମୂଳରେ ମଇଳା ଜମିବା ହେତୁ ଅଧିକ କେଶ ଝଡ଼ିଥାଏ। ମନେରଖନ୍ତୁ କେଶ ସଫା କରିବା ପରେ କଣ୍ଡିସନର ଲଗାଇବାକୁ ଭୁଲନ୍ତୁ ନାହିଁ।

ଶୀତଦିନେ ସବୁଦିନ ସା‌ମ୍ପୁ କରନ୍ତୁ ନାହିଁ। ଏହାଦ୍ବାରା କେଶ ମୂଳରେ ଥିବା ନାଚୁରାଲ ଅଏଲ ଧୋଇ ହୋଇଯାଇଥାଏ। ଫଳରେ ବାଳ ରୁକ୍ଷ ହୋଇଯାଇଥାଏ।

କେଶରେ ବେଶୀ ଦିନ ତେଲ ନରଖି ଦିନେ କି ଦୁଇଦିନ ରଖି ଧୋଇ ଦେବା ଭଲ। ଏହାଦ୍ବାରା କେଶ ମୂଳରେ ମିଇଳା ଜମି ରୁହେ ନାହିଁ। ଶୀତଦିନରେ ଘିକୁଆରି ରସ ଲଗାଇଲେ ରୁପି ସମସ୍ୟାରୁ ବି ମୁକ୍ତି ମିଳିଥାଏ।

 

 

ସମ୍ବନ୍ଧିତ ଖବର