ଜଣେ ଲୋକର ସୌନ୍ଦର୍ଯ୍ୟରେ କେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଉତ୍ତମ କେଶ ଥିଲେ ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଥାଏ। ମାତ୍ର ଆଜିକାଲି କେଶ ଝଡ଼ିବା ଏକ ସାଧାରଣ ସମସ୍ୟା। ଅତ୍ୟାଧିକ ପ୍ରଦୂଷଣ, ହର୍ମୋନ୍ ପରିବର୍ତ୍ତନ କିମ୍ବା ଭିଟାମିନ୍ ଅଭାବରୁ କେଶ ଝଡ଼ିବା ସମସ୍ୟା ଉପୁଜିଥାଏ। କେଶ ଝଡ଼ିବା ଦୁଃଖରେ ଆମେ ଅନେକ ପ୍ରକାରର ଜିନିଷ କେଶରେ ପ୍ରୟୋଗ କରିଥାଉ। ମାତ୍ର ମନେ ରଖନ୍ତୁ କେଶ ଝଡ଼ିବା ସମସ୍ୟା ଉପରୁ ନୁହେଁ; ବରଂ ଭିତରୁ ହୋଇଥାଏ। ପ୍ରୋଟିନ୍ର ଅଭାବରେ ହିଁ କେଶ ଝଡ଼ିଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ଖାଇଲେ କେଶ ଝଡ଼ିବା ସମସ୍ୟା କମ୍ ହୋଇଥାଏ।
ଦିନକୁ ଅତି କମ୍ରେ ଗୋଟିଏ ପାଚିଲା କଦଳୀ ଖାଆନ୍ତୁ। କଦଳୀରେ ପ୍ରଚୁର ପରିମାଣର ଆଇରନ୍ ରହିଛି। ଆଇରନ୍ ଅଭାବରୁ କେଶ ଝଡ଼ିଥାଏ।
ପାରୁଛନ୍ତି ଯଦି ସକାଳେ କିମ୍ବା ସଂଧ୍ୟାରେ ଗୋଟାଏ ସିଝା ଅଣ୍ଡା ଖାଆନ୍ତୁ। ସିଝା ଅଣ୍ଡାରେ ପ୍ରୋଟିନ୍ ରହିଛି। ଶରୀରରେ ପ୍ରୋଟିନ୍ ଭରପୂର ରହିଲେ କେଶ ଝଡ଼ିବା ସମସ୍ୟା ଦୂର ହୋଇଯିବ।
ମୌସମୀ ଜୁସ୍ ପିଅନ୍ତୁ। ମୌସୁମୀ ଜୁସ୍ ଉଭୟ କେଶ ଓ ତ୍ୱଚା ପାଇଁ ଭଲ ହୋଇଥାଏ। ଏହି ଜୁସ୍ ପିଇଲେ କେଶ ଝଡ଼ିବା ସମସ୍ୟା କମ୍ ହେବା ସହ ତ୍ୱଚା ବି ଭଲ ରହିଥାଏ।।
କାଜୁ ବାଦାମ ଖାଇବା ବି କେଶ ପାଇଁ ଭଲ ହୋଇଥାଏ। କାଜୁ ବ୍ୟତୀତ ଆଲମଣ୍ଡ୍, ବାଦାମ, କିସ୍ମିସ୍ ଆଦି ଦୈନିକ ଖାଇଲେ କେଶ ଝଡ଼ିବା କମ ହୋଇଥାଏ।