ନାକ ଭିତରେ ବାଳ ଥିଲେ କାଟିବା ଅନୁଚିତ , ଜାଣନ୍ତୁ କାରଣ

ଆମ ଶରୀରର କେତେକ ଅଙ୍ଗରେ ଅନାବଶ୍ୟକ ବାଳ ଉଠିଥାଏ। ଏହା ଆମର ସୌନ୍ଦର୍ଯ୍ୟକୁ କମ୍‌ କରି ଦେଇଥାଏ। ଆଉ କେତେକ ଅଙ୍ଗରେ ବାଳ ଉଠିଲେ ତାହା ଆମ ପାଇଁ ଭଲ। କାରଣ ଏହା ଆମକୁ ବାହାରର କୀଟାଣୁ ଓ ବ୍ୟାକ୍ଟେରିଆଠାରୁ ସୁରକ୍ଷା ଦେଇଥାଏ।
କିନ୍ତୁ ଆମେ ସେ ବିଷୟରେ ନ ଜାଣି ସେଠାରେ ଉଠିଥିବା କେଶକୁ କଇଁଚିରେ କାଟି ସଫା କରିଥାଉ। ଏମିତି ଏକ ଜାଗା ହେଲା ନାକର ଭିତର ଅଂଶ।


ନାକ ଭିତରେ ବାଳ ଉଠିବା ଆମ ଶରୀର ପାଇଁ ଲାଭ ଦାୟକ। କାରଣ ଏହା ଆମ ଶରୀର ଭିତରକୁ ମଇଳା ପ୍ରବେଶକୁ ରୋକିଥାଏ। ନିଃଶ୍ୱାସରେ ଯେଉଁ ଧୂଳିମାଟି ଆମ ଶରୀର ଭିତରକୁ ଯାଇଥାଏ,ତା’କୁ ଭିତରକୁ ଯିବାକୁ ଦିଏ ନାହିଁ ବାଳ। ଏଣୁ ନାକ ଭିତରେ ଥିବା ବାଳକୁ କାଟିବା ଅନୁଚିତ। ଖାଲି ସେତିକି ନୁହେଁ , ନାକ ଭିତରେ ବାଳ ନ ଥିଲେ ପ୍ରଦୂଷିତ ବ୍ୟାକ୍ଟେରିଆମାନଙ୍କ କୁପ୍ରଭାବ ଆମ ଉପରେ ପଡ଼ିଥାଏ। ଆମେ ସହଜରେ ସଂକ୍ରମଣର ଶିକାର ହୋଇଯାଇଥାଉ।ଏଣୁ ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ନାକ ବାଳକୁ କାଟିବା ଠିକ୍‌ ନୁହେଁ।

ସମ୍ବନ୍ଧିତ ଖବର