ଯଦି ଆପଣଙ୍କର କେଶଜନିତ କୌଣସି ସମସ୍ୟା ରହିଥାଏ ,ତେବେ ଆପଣ କିଛି ଭୁର୍ସୁଙ୍ଗ ପତ୍ରର ପେଷ୍ଟ୍ ପ୍ରସ୍ତୁତ କରି ସେଥିରେ କିଛି ମାତ୍ରାରେ ଖଟା ଦହିକୁ ମିଶ୍ରଣ କରନ୍ତୁ।ଏହାପରେ ଆପଣ ଏହାର ପେଷ୍ଟ୍କୁ ଆପଣଙ୍କ କେଶରେ ଲଗାଇ ଅଧ ଘଣ୍ଟା ଯାଏଁ ଛାଡ଼ିଦିଅନ୍ତୁ। ଏହାପରେ ଆପଣ ଏହାକୁ ସାମ୍ପୁ ସାହାଯ୍ୟରେ ଧୋଇ ଦିଅନ୍ତୁ। ତେବେ ଏହାର ଭଲ ଫଳ ପାଇବାକୁ ହେଲେ ଆପଣଙ୍କୁ ଏହି ଉପାୟର ପ୍ରୟୋଗ ସପ୍ତାହକ ମଧ୍ୟରେ ୩ ଥର କରିବାକୁ ହେବ।
ଡ଼ାଇବେଟିସ୍ ସମସ୍ୟା ଲାଗି:ଏଥିସହିତ ଯଦି କୌଣସି ବ୍ୟକ୍ତିର ଡ଼ାଇବେଟିସ୍ ଜନିତ ସମସ୍ୟା ରହିଥାଏ ତ,ତେବେ ସେ ପ୍ରତ୍ୟେକ ଦିନ ସକାଳୁ ଖାଲିପେଟରେ ଭୁର୍ସୁଙ୍ଗ ପତ୍ର ଖାଆନ୍ତୁ , ଯାହାକି ଅତ୍ୟନ୍ତ ଲାଭକାରୀ ଅଟେ।
/sambad/media/post_attachments/wp-content/uploads/2018/07/curryleaves-1-300x225.jpg)
ହଜମଜନିତ ସମସ୍ୟା:ଏତଦ୍ବ୍ୟତୀତ ହଜମଜନିତ ସମସ୍ୟା ଲାଗି ମଧ୍ୟ ଭୁର୍ସୁଙ୍ଗ ପତ୍ର ମହୌଷଧି ଭଳି କାର୍ଯ୍ୟ କରିଥାଏ।
ଗ୍ୟାଷ୍ଟ୍ରିକ୍ ଜନିତ ସମସ୍ୟା:-ଏଥିସହିତ ଗ୍ୟାଷ୍ଟ୍ରିକ୍ଜନିତ ସମସ୍ୟା ପାଇଁ ବି ଭୂର୍ସଙ୍ଗପତ୍ର ଅତ୍ୟନ୍ତ ଲାଭକାରୀ ଅଟେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/hair-women-1.jpg)