ସପ୍ତାହକୁ ଥରେ ଅବା ପନ୍ଦର ଦିନକୁ ଥରେ କେଶର ହେୟାର ସ୍ପା ଟ୍ରିଟ୍‌ମେଣ୍ଟ୍‌ ଜରୁରୀ। ଏହା କେଶକୁ ଅଧିକ ଘନ ଓ ମଜଭୁତ କରିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଆପଣଙ୍କୁ ପାର୍ଲର ଯିବାର ଆବଶ୍ୟକତା ନାହିଁ। ଘରେ ମଧ୍ୟ ଅଳ୍ପ ଖର୍ଚ୍ଚରେ ହେୟାର ସ୍ପା କରିପାରିବେ।
ଆସନ୍ତୁ ଜାଣିବା ଘରେ ବସି କିପରି ହେୟାର ସ୍ପା କରାଯାଇପାରେ?.......

Advertisment

ଘରେ ହେୟାର ସ୍ପା କରିବାକୁ ଚାହୁଁଥିଲେ ପ୍ରଥମେ ଅଲିଭ ତେଲ,ବାଦାମ ତେଲ ଓ ନଡ଼ିଆ ତେଲ ମଧ୍ୟରୁ ଯେକୌଣସି ତେଲକୁ କେଶ ମୂଳରେ ଭଲ ଭାବେ ମସାଜ କରନ୍ତୁ। ଏପରି କରିବା ଦ୍ୱାରା ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ ।
• କେଶ ଅଧିକ ଶୁଷ୍କ ହୋଇଥିଲେ ନଡିଆ ତେଲର ବ୍ୟବହାର କରନ୍ତୁ। ଏଥିରେ ମ୍ୟାଗ୍‌ନେସିୟମ୍‌,କ୍ୟାଲସିୟମ୍‌,ଆଇରନ ଓ ପୋଟାସିୟମ୍‌ ପରି ତତ୍ତ୍ୱ ରହିଛି ଯାହା ଶୁଷ୍କ କେଶ ସମସ୍ୟା ଦୂର କରିଥାଏ ।
• ରୁପି ସମସ୍ୟା ଭୋଗୁଥିଲେ ଅଲିଭ ତେଲର ବ୍ୟବହାର କରନ୍ତୁ। ପ୍ରାକୃତିକ କଣ୍ଡିସନର ଗୁଣରେ ଭରପୂର ଥିବା ଅଲିଭ ତେଲ ରୁପି ଦୂର କରିଥାଏ।
• ଭିଟାମିନ ‘ଇ’ରେ ଭରପୂର ଥିବା ବାଦାମ ତେଲ ସହ ନଡିଆ ତେଲ ମିଶାଇ ଲଗାଇବା ଦ୍ୱାରା କେଶ ମଜଭୁତ ରହିଥାଏ। କେଶରେ ୧ଚାମଚ ଅଲିଭ,ବାଦାମ ଓ ନଡିଆ ତେଲ ମିଶାଇ ଲଗାଇବା ଦ୍ୱାରା କେଶକୁ ଭଲ ପୋଷଣ ମିଳିଥାଏ।
କେଶକୁ ଟାୱେଲରେ ଭଲ ଭାବେ ଘୋଡ଼ାନ୍ତୁ
• ଅଳ୍ପ ଉଷୁମ ପାଣିରେ ଏକ ଟାୱେଲକୁ ଭଲ ଭାବେ ବୁଡ଼ାଇ ଦିଅନ୍ତୁ। ଏହାପରେ ପାଣିକୁ ଭଲ ଭାବେ ନିଗାଡ଼ି ମୁଣ୍ଡକୁ ଭଲ ଭାବେ କଭର କରିଦିଅନ୍ତୁ। ଏପରି କଲେ କେଶରେ ତେଲ ଭଲ ଭାବେ ପହଞ୍ଚିପାରିଥାଏ। ୧୫ ମିନିଟ ପର୍ଯ୍ୟନ୍ତ ଟାୱେଲକୁ କେଶରେ ଘୋଡ଼ାଇ ରଖିବା ପରେ ଭଲ କ୍ୱାଲିଟି ସାମ୍ପୁରେ କେଶକୁ ଭଲ ଭାବେ ଧୋଇ ଦିଅନ୍ତୁ।
କଣ୍ଡିସନର ଲଗାନ୍ତୁ

publive-image photo-rewardme.in

ସାମ୍ପୋ ପରେ କେଶରେ ଭଲ ଭାବେ କଣ୍ଡିସନର ଲଗାନ୍ତୁ । ବଜାରରେ ମିଳୁଥିବା କଣ୍ଡିସନର ବଦଳରେ ଆପଣ ଘରୋଇ କଣ୍ଡିସନରକୁ ବ୍ୟବହାର କରିପାରିବେ ।
• ଚା ପତିକୁ ପାଣିରେ ପକାଇ ଭଲ ଭାବେ ଫୁଟାଇ ଦିଅନ୍ତୁ। ସେଥିରେ ଅଳ୍ପ ଲେମ୍ବୁ ରସ ମିଶାଇ ସାମ୍ପୋ ପରେ କେଶ ଧୋଇ ଦିଅନ୍ତୁ ।
• ଏକ ଚାମଚ ଘି କୁଆଁରି ରସ ସହ ଅଧା ଚାମଚ ଲେମ୍ବୁ ରସ ମିଶାନ୍ତୁ । ସାମ୍ପୋ ପରେ ଏହାକୁ କେଶ ମୂଳରେ ଲଗାନ୍ତୁ। ଏହା ପ୍ରାକୃତିକ କଣ୍ଡିସନର ରୂପେ କାମ କରିଥାଏ।
• ଏକ କପ୍ ଉଷୁମ୍ ଗୋଲାପ ଜଳରେ ୧ ଚାମଚ ଅଲିଭ ତେଲ ମିଶାନ୍ତୁ । ଏହାକୁ କେଶରେ ଲଗାଇ କିଛି ସମୟ ପରେ ଧୋଇଦିଅନ୍ତୁ।
ହେୟାର ମାସ୍କ ଲଗାନ୍ତୁ
ଫେସିଆଲ କରିବା ସମୟରେ ଯେପରି ମୁହଁକୁ ଭଲ ଭାବେ ମସାଜ ଜରୁରୀ ସେପରି କେଶକୁ ପୋଷଣ ଯୋଗାଇବାକୁ ହେଲେ ହେୟାର ମାସ୍କ ଜରୁରୀ ହୋଇଥାଏ।
• ଅଣ୍ଡାରେ ଅଳ୍ପ ନଡିଆ ତେଲ ମିଶାଇ ହେୟାର ମାସ୍କ ପ୍ରସ୍ତୁତ କରନ୍ତୁ। ୨୦ ମିନିଟ ପରେ ମାଇଲ୍ଡ ସାମ୍ପୋରେ କେଶକୁ ଭଲ ଭାବେ ଧୋଇ ଦିଅନ୍ତୁ।
• ପାଚିଲା କଦଳୀକୁ ଭଲ ଭାବେ ଚକଡି ଦିଅନ୍ତୁ। ଏଥିରେ ଅଲିଭ ତେଲ, ଅଣ୍ଡା, ମହୁ ଓ ଅଳ୍ପ କ୍ଷୀର ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ମୁଣ୍ଡରେ ୨୦ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।
• ମେହେନ୍ଦୀ ପାଉଡରରେ ଦହି ଓ ଅଲିଭ ତେଲ ମିଶାଇ ମୁଣ୍ଡରେ ଲଗାନ୍ତୁ। ଏହା କେଶକୁ ଅଧିକ ପୋଷଣ ଯୋଗାଇଥାଏ।