ବନ୍ଧୁଙ୍କ ହ୍ୟାଣ୍ଡସେକ୍‌ କରିବା ଶୈଳୀରୁ ଜାଣନ୍ତୁ ତାଙ୍କର ସ୍ୱଭାବ କିପରି? ପରଖନ୍ତୁ ସେ ଭରସାଯୋଗ୍ୟ କି ନାହିଁ ?

ସାଧାରଣ ଭାବେ ଆମେ ଯେତେବେଳେ କାହା ସହିତ ଭେଟିଥାଉ, ତା’ସହିତ ସୌଜନ୍ୟମୂଳକ ଭାବେ ହ୍ୟାଣ୍ଡସେକ୍‌ କରିଥାଉ।। ଭିନ୍ନ ଭିନ୍ନ ବ୍ୟକ୍ତିଙ୍କର ହ୍ୟାଣ୍ଡସେକ୍‌ କରିବାର ଶୈଳୀ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ତେବେ ହ୍ୟାଣ୍ଡସେକ୍‌ରୁ ବ୍ୟକ୍ତିର ସ୍ୱଭାବ ସଂପର୍କରେ ସୂଚନା ମିଳିଥାଏ।

-ଟିକିଏ ଜୋର୍‌ରେ ହ୍ୟାଣ୍ଡସେକ୍‌ କରୁଥିବା ବ୍ୟକ୍ତି ସ୍ୱଭାବତଃ ଭଲ ହୋଇଥାଆନ୍ତି। ସେମାନେ ଅନ୍ୟକୁ ସମ୍ମାନ କରିଥାନ୍ତି। ଭରସାଯୋଗ୍ୟ ହୋଇଥାନ୍ତି ଏବଂ ଅନ୍ୟକୁ ଭରସା କରିଥାନ୍ତି।

-ହ୍ୟାଣ୍ଡସେକ୍‌ କରୁଥିବା ସମୟରେ ଯେଉଁ ବ୍ୟକ୍ତି ବେଶି ସମୟ ଯାଏଁ ହାତକୁ ଜାବୁଡ଼ି ଧରିଥାନ୍ତି, ସେମାନେ ଅନ୍ୟ ଉପରେ ଅଧିକାର ସାବ୍ୟସ୍ତ କରିଥାନ୍ତି।

-ଯେଉଁ ବ୍ୟକ୍ତି ନିଜ ଉପରେ ବିଶ୍ୱାସ ରଖିଥାନ୍ତି, ସେମାନେ ହ୍ୟାଣ୍ଡସେକ୍‌ ଗୋଟିଏ ହାତରେ କରିଥାନ୍ତି। ଏପରି ବ୍ୟକ୍ତି କାହା ସହିତ ଭଲ ଭାବରେ ମିଶିପାରନ୍ତି ନାହିଁ।

Healthy Living Made Simple

-କିଛି ବ୍ୟକ୍ତି ହ୍ୟାଣ୍ଡସେକ୍‌ କରିବା ସମୟରେ ଦୁଇଟି ଯାକ ହାତର ଉପଯୋଗ କରିଥାଆନ୍ତି, ସେମାନେ ଭରସାଯୋଗ୍ୟ ହୋଇଥାଆନ୍ତି।

-ଯେଉଁ ବ୍ୟକ୍ତି ହ୍ୟାଣ୍ଡସେକ୍‌ ସମୟରେ ଆପଣଙ୍କ ପାପୁଲିକୁ ଜାବୁଡ଼ି ଧରିଥାଆନ୍ତି ସେମାନେ ବିଶ୍ୱାସର ପାତ୍ର ହୋଇ ନ ଥାନ୍ତି।

-ଯଦି କୌଣସି ବ୍ୟକ୍ତି ଅନ୍ୟ ବ୍ୟକ୍ତିର କାନ୍ଧରେ ବାମ ହାତ ରଖିି ଡାହଣ ହାତରେ ହ୍ୟାଣ୍ଡସେକ୍‌ କରିଥାଆନ୍ତି, ସେ ବ୍ୟକ୍ତି ଭଲ ବନ୍ଧୁ ହୋଇଥାନ୍ତି। ନିଜର ବନ୍ଧୁଙ୍କ ଅସୁବିଧା ସମୟରେ ତାଙ୍କୁ ସାହାଯ୍ୟ କରିଥାନ୍ତି।

dreamstime.com

-ଯେଉଁ ବ୍ୟକ୍ତି ଗୋଟିଏ ସାକ୍ଷାତରେ ଲଗାତର ହ୍ୟାଣ୍ଡସେକ୍‌ କରିଥାନ୍ତି, ସେମାନେ ଦାୟିତ୍ୱହୀନ ହୋଇଥାନ୍ତି।

-ଅନୁଶାସନ ପ୍ରିୟ ହୋଇଥିବା ବ୍ୟକ୍ତି ଗୋଟେ ହାତ ତଳେ ରଖି ଅନ୍ୟ ହାତରେ ହ୍ୟାଣ୍ଡସେକ୍‌ କରିଥାନ୍ତି। ସେମାନେ ଭଲ ବନ୍ଧୁ ହୋଇଥାନ୍ତି। ତାଙ୍କ ମନ ବହୁତ ସ୍ୱଚ୍ଛ ହୋଇଥାଏ ।

ସମ୍ବନ୍ଧିତ ଖବର