ହ୍ୟାଣ୍ଡ୍‌ଓ୍ଵାସ୍‌ ବି ଆପଣଙ୍କର ଏସବୁ କ୍ଷତି ଘଟାଇପାରେ!

ଅନେକ ଲୋକ ଶୌଚ ହେବା ପରେ ସାନିଟାଇଜର୍‌ରେ ନିଜର ହାତ ଧୋଇଥାନ୍ତି। କେତେକ ଲୋକ ଦିନକ ଭିତରେ ବହୁଥର ସାନିଟାଇଜର୍‌ର ଉପଯୋଗ କରିଥାନ୍ତି। ସେମାନେ ଭାବନ୍ତି ଯେ ହ୍ୟାଣ୍ଡ୍‌ ଓ୍ଵାସ୍‌ ହାତ ଧୋଇବାର ସବୁଠାରୁ ଭଲ ବିକଳ୍ପ। ହେଲେ ଆପଣ କ’ଣ ଜାଣନ୍ତି କି ଏହାଦ୍ୱାରା ଆପଣଙ୍କର କ୍ଷତି ବି ଘଟିପାରେ।

ମେଲବର୍ଣ୍ଣ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଗବେଷଣାରୁ ଜଣାଯାଇଛି ଯେ, ହ୍ୟାଣ୍ଡ୍‌ ଓ୍ଵାସ ସବୁ କୀଟାଣୁକୁ ମାରିପାରେ ନାହିଁ। କାରଣ ଏଥିରେ ଆଲ୍‌କୋହଲ୍‌ ଥାଏ। ହାତ ଧୋଇବା ଲାଗି ସବୁଠାରୁ ଉତ୍ତମ ବିକଳ୍ପ ହେଲା ସାବୁନ୍‌।

ଦ୍ୱିତୀୟତଃ ମାତ୍ରାଧିକ ହ୍ୟାଣ୍ଡ୍‌ଓ୍ଵାସର ପ୍ରୟୋଗ କରିଲେ ଶର୍ଦ୍ଦିକାଶ ହେବାର ଆଶଙ୍କା ବି ଥାଏ। ଖାଲି ସେତିକି ନୁହେଁ ଶରୀରରେ ଆଣ୍ଟିବାୟୋଟିକ୍‌ ମଧ୍ୟ କାମ କରିନଥାଏ।

ହ୍ୟାଣ୍ଡଓ୍ଵାସ୍‌ର ବ୍ୟବହାର କରିଲେ ତ୍ୱଚା କୁଣ୍ଡେଇ ହୋଇଥାଏ। ଏପରିକି ତ୍ୱଚା ସମ୍ପର୍କିତ ସମସ୍ୟା ବି ଦେଖାଦେଇଥାଏ।

ଆପଣ ଜାଣି ବିସ୍ମିତ ହେବେ ଯେ ହ୍ୟାଣ୍ଡ୍‌ ସାନିଟାଇଜର୍‌ର ଉପଯୋଗ କରିଲେ, ତାହା ପ୍ରଜନନ କ୍ଷମତା ଉପରେ କୁପ୍ରଭାବ ପକାଇଥାଏ। କାରଣ ଏଥିରେ ଫାଲେଟ୍‌ସ ଥାଏ।

ହ୍ୟାଣ୍ଡଓ୍ଵାସର ପ୍ରୟୋଗ ଫଳରେ ଶରୀରରେ ଥିବା ଭଲ ବ୍ୟାକ୍ଟେରିଆଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଆନ୍ତି। ପରିଣାମସ୍ୱରୂପ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ହ୍ରାସ ପାଇଥାଏ।

ସମ୍ବନ୍ଧିତ ଖବର