ଜାଣନ୍ତୁ କାହିଁକି ସିନ୍ଦୂର ହନୁମାନଙ୍କର ପ୍ରିୟ; ଏହା ପଛରେ ଅଛି ଏକ ସୁନ୍ଦର କାହାଣୀ

ପବନସୂତ ହନୁମାନଙ୍କ ପରିଚୟ ଦେବାର କୌଣସି ଆବଶ୍ୟକତା ନାହିଁ। ଯଦି ଆପଣ ରାମଙ୍କୁ ଜାଣିଛନ୍ତି ତେବେ ହନୁମାନଙ୍କୁ ନିଶ୍ଚୟ ଜାଣିଥିବେ। ରାମ ଭକ୍ତ ଭାବେ ତାଙ୍କୁ ପୂରା ତ୍ରିଭୁବନ ଜାଣେ। ଯେଉଁଥରେ ପ୍ରଭୁ ଶ୍ରୀରାଙ୍କର ମଙ୍ଗଳ ଥାଏ ସେ କାମ କରିବାରେ ହନୁମାନ କେବେ ବି ପଛାନ୍ତି ନାହିଁ।

ଦିନକର କଥା। ମାଆ ସୀତା ନିଜର ପତ୍ନୀ ଧର୍ମ ପାଳନ କରି ନିଜ ମଥାରେ ସିନ୍ଦୂର ଲଗାଉଥାନ୍ତି। ସେତିକି ବେଳେ ସୀତାଙ୍କ ପାଖରେ ବହଞ୍ଚିଲେ ପବନସୂତ। ସୀତାଙ୍କ ପ୍ରତିଦିନ ଏମିତି ମଥାରେ କାହିଁକି ସିନ୍ଦୂର ଲଗାଉଛନ୍ତି ବୋଲି ପ୍ରଶ୍ନ କଲେ ବଜରଙ୍ଗବାଲୀ।

ହନୁମାନଙ୍କ କଥା ଶୁଣି ସୀତା କହିଲେ ଯେ ସିନ୍ଦୂର ଲଗାଇବା ଦ୍ୱାରା ତୁମ ପ୍ରଭୂ ରାମଚନ୍ଦ୍ରଙ୍କର ମଙ୍ଗଳ ହୋଇଥାଏ।

ସେ ଜଣେ ପତ୍ନୀ ଭାବେ ଏକଥା କହିଥିଲେ। ମାତ୍ର ତାହାକୁ ଓଲଟା ବୁଝି ବସିଲେ ହନୁମାନ। ସେ ଚିନ୍ତା କଳେ ଯେ ବୋଧେ ଯେ କେହି ବି ସିନ୍ଦୂର ଲଗାଇଲେ ରାମଙ୍କର ମଙ୍ଗଳ ହେବ।

ଏହା ଚିନ୍ତା କରି ସେ ପୂରା ତକ ସିନ୍ଦୂରକୁ ନିଜ ଦେହରେ ବୋଳି ପକାଇଲେ। ଆଶ୍ଚର୍ଯ୍ୟ ହୋଇଗଲେ ସୀତା। ଏମିତି କାହିଁକି କଲ ବୋଲି ହନୁମାନଙ୍କୁ ପ୍ରଶ୍ନ କରିବାରୁ ସେ ପ୍ରଭୁଙ୍କ ମଙ୍ଗଳ ପାଇଁ ଏପରି କରିଛନ୍ତି ବୋଲି କହିଲେ।

ସେଇଦିନଠାରୁ ହନୁମାନଙ୍କ ସହ ସିନ୍ଦୂର ଯୋଡ଼ି ହୋଇଗଲା। ହନୁମାନଙ୍କ ଧାରଣାରେ ସିନ୍ଦୂର ପ୍ରଭୁ ଶ୍ରରାମଙ୍କ ମଙ୍ଗଳକାରୀ ପଦାର୍ଥ। ସେଥିପାଇଁ ହନୁମାନଙ୍କୁ ପୂଜା କରିବାକୁ ଯାଉଥିବା ଭକ୍ତମାନେ ହାତରେ ସିନ୍ଦୂର ଧରି ଯାଇଥାନ୍ତି।

ସମ୍ବନ୍ଧିତ ଖବର