ଗୋରା ହେବା ନିଶାରେ ଏହି ୫ଟି କ୍ରିମ୍‌ ଲଗାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ୍‌!ନଚେତ୍‌ ବିଗିଡ଼ିିଯିବ ଆପଣଙ୍କ ଚେହେରା

ଆଜିକାଲି ଲୋକମାନେ ଗୋରା ହେବା ପାଇଁ ଅନେକ ବାଟ ଆପଣାଉଛନ୍ତି । କିଏ ଘଣ୍ଟା ଘଣ୍ଟା ପାର୍ଲରରେ ବିତାଉଛି ତ ଆଉ କିଏ ବିଭିନ୍ନ ପ୍ରକାରର କ୍ରିମ୍‌ ଆଣି ମୁହଁରେ ଲଗାଉଛିି । କିନ୍ତୁ ତ୍ୱଚାକୁ ଗୋରା କରିବା ପାଇଁ ଆସୁଥିବା ଏହି କ୍ରିମ୍‌ ଚେହେରାକୁ ଗୋରା କରିବା ପରିବର୍ତ୍ତେ ମୂହଁର ନକ୍ସାକୁ ବିଗାଡି ଦେଉଛି । ଆଜି ଆମେ ଆପଣଙ୍କୁ ବଜାରରେ ମିଳୁଥିବା ଏଭଳି ୫ଟି କ୍ରିମ୍‌ ବିଷୟରେ ଜଣାଇବୁ । ଯାହା ଆପଣଙ୍କ ତ୍ୱଚାକୁ ଗୋରା କରିବା ପରିବର୍ତ୍ତେ ହାନି ପହଞ୍ଚାଉଛି । ତେବେ ଆସନ୍ତୁ ନଜର ପକାଇବା ସେହି ୫ଟି କ୍ରିମ୍‌ ଉପରେ….

୧. ପାନଡେର୍ମ କ୍ରିମ୍‌ : ଏହି କ୍ରିମ୍‌ର ବ୍ୟବହାର ଦ୍ୱାରା ଚେହେରା କିଛି ସମୟ ପାଇଁ ଚମକି ଥାଏ କିନ୍ତୁ ଏହାର ଅଧିକ ବ୍ୟବହାର ଆପଣଙ୍କ ଚେହେରାକୁ ବିଗାଡି ଦେଇଥାଏ । ଯେକୌଣସି ମେଡିକାଲ୍‌ ଷ୍ଟୋର ଏବଂ ଲେଡିଜ୍‌ କର୍ଣ୍ଣରରେ ମିଳୁଥିବା ଏହି କ୍ରିମ୍‌ ତ୍ୱଚାକୁ ଗୋରା କରିଥାଏ ସତ କିନ୍ତୁ ଏହାପରେ ଚେହେରାରେ ବ୍ରଣ ତଥା ଧଳା ହୋଇଯିବା ଭଳି ସମସ୍ୟା ଦେଖାଯାଇଥାଏ ।

eBay

୨.ବେଟାମିଲ୍‌ ଜି ଏମ୍‌ କ୍ରିମ୍‌ : ଲୋକପ୍ରିୟ ପାଲଟିଥିବା ଏହି କ୍ରିମ୍‌ର ବହୁଳ ବ୍ୟବହାର କରିବା ତ୍ୱଚା ପ୍ରତି କ୍ଷତିକାରକ ହୋଇପାରେ । ଯାହାଦ୍ୱାରା ତ୍ୱଚା ଖୁବଶୀଘ୍ର ପତଳା ହୋଇଯାଇ ଓହଳିବା ଭଳି ସମସ୍ୟା ଦେଖା ଯାଇଥାଏ ।

Nmedicines

୩. କାଷ୍ଟର ଏନଏଫ୍‌ କ୍ରିମ୍‌ : ଏହି କ୍ରିମର ବ୍ୟବହାରକୁ ଲୋକେ ଫାଙ୍ଗଳୀନଫେକ୍ସନ ପାଇଁ ଆଣ୍ଟିବାୟୋଟିକ୍‌ କ୍ରିମ୍‌ ଭାବରେ ବ୍ୟବହାର କରିଥାନ୍ତି । ଏହି କ୍ରିମ୍‌କୁ ଆପଣ ଯେକୌଣସି ଷ୍ଟେସନାରୀ ଦୋକାନରେ ପାଇପାରିବେ । ଫେୟାରନେସ୍‌ କ୍ରିମ୍‌ ଭାବରେ ବ୍ୟବହୃତ ହେଉଥିବା ଏହି କ୍ରିମ୍‌ ମୁହଁରେ କଳା ଦାଗ ସୃଷ୍ଟି କରିଥାଏ ।

YouTube

୪. ବେଟନୋଭେଟ୍‌ ଏନ୍‌ କ୍ରିମ୍‌ : ଏହି କ୍ରିମକୁ ଲୋକମାନେ ବହୁଳମାତ୍ରାରେ ବ୍ୟବହାର କରିଥାନ୍ତି । ତ୍ୱଚାର ରଙ୍ଗ ଗୋରା ହେବା ପାଇଁ ବ୍ୟବହୃତ ହେଉଥିବା ଏହି କ୍ରିମ୍‌ ମଧ୍ୟ କଳା ଦାଗ ସୃଷ୍ଟି କରିଥାଏ ।

IndiaMART

୫. ମେଡିସାଲିକ୍‌ ଅଇଣ୍ଟମେଣ୍ଟ : ତ୍ୱଚାକୁ ଚମକ ପ୍ରଦାନ କରୁଥିବା ଏହି କ୍ରିମ୍‌ର ବହୁଳ ବ୍ୟବହାର ଚେହେରା ପାଇଁ ସର୍ବନାଶର କାରଣ ପାଲଟିଥାଏ । ତେଣୁ ଏହି କ୍ରିମଠାରୁ ଯେତେ ଦୂରେଇ ରହିବେ ସେତେ ଭଲ ।

Shippercentral Inc.
ସମ୍ବନ୍ଧିତ ଖବର