ପ୍ରତିଦିନ ମୃଦୁପାନୀୟ ପିଉଥିଲେ ହୋଇ ଯାଆନ୍ତୁ ସାବଧାନ, ଦେଖା ଦେଇପାରେ ୪ଟି ଶାରୀରିକ ସମସ୍ୟା

ଖରାଦିନେ ନିଜର ଶୋଷ ମେଣ୍ଟାଇବା ପାଇଁ ଲୋକମାନେ ପାଣି କମ ବଜାରରେ ମିଳୁଥିବା ବିଭିନ୍ନ କମ୍ପାନିର ମୃଦୁପାନୀୟ ପିଇଥାନ୍ତି । ଏହା ପାଟିକୁ ଭଲ ଲାଗୁଥିଲେ ମଧ୍ୟ ପ୍ରତିଦିନ ଏହାକୁ ପିଇବା ଦ୍ୱାରା ଶରୀରରେ ଅନେକ ପ୍ରକାରର ସମସ୍ୟା ଆରମ୍ଭ ହୋଇ ଯାଇଥାଏ । ଆଜି ଆମେ ଦେଖାଯାଉଥିବା ସେ ସବୁ ସମସ୍ୟା ବିଷୟରେ ଆଲୋଚନା କରିବୁ ।

୧. ପ୍ରତିଦିନ ମୃଦୁପାନୀୟ ପିଉଥିଲେ ସତର୍କ ହୋଇ ଯାଆନ୍ତୁ । କାରଣ ଏଥିରେ ଥିବା ଚିନିର ମାତ୍ରା ଶରୀର ଭିତରକୁ ଯାଇ ଟାଇପ୍‌-୨ ମଧୁମେହ ରୋଗ ସୃଷ୍ଟି କରିଥାଏ ।

nari.punjabkesari.in

୨. ୬୦୦ମିଲିଲିଟର ସୋଡାରେ ୨୪୦କ୍ୟାଲୋରୀ ସହ ଚିନି ମଧ୍ୟ ଅଧିକ ମାତ୍ରରେ ରହିଥାଏ । ଯାହା ମୋଟାପଣର କାରଣ ବନି ଯାଇଥାଏ । ପ୍ରତିଦିନ ଗୋଟେ କେନ୍‌ ମୃଦୁପାନୀୟ ପିଇବା ଦ୍ୱାରା ବର୍ଷକ ମଧ୍ୟରେ ୬କିଲୋ ଓଜନ ବଢ଼ିଥାଏ ।

୩. ଅଧିକ ସୋଡା ପିଇବା ଦ୍ୱାରା ଶରୀରରେ ଏସିଡ୍‌ ସ୍ତର ବଢ଼ି ଯାଇଥାଏ । ଯାହାର ପ୍ରଭାବ ଶରୀର ସହ ଦାନ୍ତ ଉପରେ ମଧ୍ୟ ପଡ଼ିଥାଏ । ଯାହାଦ୍ୱାରା ଦାନ୍ତ ପୋକ କାଟିବା, ଦୁର୍ଗନ୍ଧ ବାହାରିବା ଭଳି ସମସ୍ୟା ଦେଖା ଯାଇଥାଏ ।

nari.punjabkesari.in

୪. ମୃଦୁପାନୀୟରେ ଏସିଡିକ୍‌ ଲିକ୍ୟୁଡ୍‌ ଏବଂ ଫସ୍ଫୋରିକ୍‌ ଏସିଡ୍‌ ରହିଥାଏ । ଯାହା ବଡି ସିଷ୍ଟମକୁ କିଛି ସମୟ ପାଇଁ ଅଟକାଇ ଦେବା ସହ କିଡ୍‌ନୀ ଉପରେ ପ୍ରଭାବ ପକାଇଥାଏ । ଅନେକ ସମୟରେ କିଡ୍‌ନୀରେ ଷ୍ଟୋନ୍‌ ହେବାର ସମସ୍ୟା ମଧ୍ୟ ଦେଖା ଯାଇଥାଏ ।

ସମ୍ବନ୍ଧିତ ଖବର