ଆଜିର ଏହି ଅବସାଦପୂର୍ଣ୍ଣ ଜୀବନରେ ମୁଣ୍ଡବିନ୍ଧା ଭଳି ସମସ୍ୟା ଲୋକଙ୍କ ମଧ୍ୟରେ ଖୁବ୍ ସାଧାରଣ ଅଟେ। ମୁଣ୍ଡାବିନ୍ଧା ଜନିତ ସମସ୍ୟା ଅନେକ କାରଣକୁ ନେଇ ହୋଇଥାଏ, ଯେପରିକି ଅବସାଦ, ନିଦ୍ରାଜନିତ ସମସ୍ୟା ଆଦି। ଲଗାତାର ଭାବରେ ମୁଣ୍ଡ ବିନ୍ଧିବା ମଧ୍ୟ ବହୁତ ଗମ୍ଭୀର ସମସ୍ୟାର ରୂପ ନେଇଥାଏ। ତେଣୁ ଏହି ସମସ୍ୟାରୁ ମୁକୁଳିବା ପାଇଁ ହେଲେ,ଆପଣଙ୍କୁ ଆଜି ଆମେ ଆୟୁର୍ବେଦର ଏପରି କିଛି ଘରୋଇ ଉପାୟ ବିଷୟରେ କହିବୁ,ଯାହାକି ଆପଣଙ୍କୁ ଏହି ସମସ୍ୟାରୁ ତୁରନ୍ତ ହିଁ ମୁକ୍ତି ଦେଇଥାଏ।
ଆସନ୍ତୁ ଜାଣିବା କ’ଣ ଅଟେ ଏହି ସବୁ ଘରୋଇ ଉପାୟ?....
/sambad/media/post_attachments/wp-content/uploads/2018/07/Ginger2-300x225.jpg)
୧-ଅଦା : ମୁଣ୍ଡବିନ୍ଧା ସମସ୍ୟା ଲାଗି ଅଦାଠାରୁ ଆଉ କୌଣସି ଭଲ ଉପାୟ ଆଦୌ ହେଲେ ବି କିଛି ନାହିଁ। ତେଣୁ ଏଥିପାଇଁ ଆପଣଙ୍କୁ ଅଦାକୁ ନେଇ ତାହାକୁ ପାଣିରେ ମିଶାଇକି ଭଲ ଭାବରେ ଫୁଟାଇବାକୁ ହେବ। ଏହାପରେ ଆପଣ ଏହାକୁ ଛାଣିକରି ଏହାର ପାଣିକୁ ସେବନ କରନ୍ତୁ।
/sambad/media/post_attachments/wp-content/uploads/2018/07/lemon-2-300x197.jpg)
୨-ଲେମ୍ବୁ ରସ: ଯଦି ଆପଣ ମୁଣ୍ଡବିନ୍ଧାଜନିତ ସମସ୍ୟା ପାଇଁ ଚିନ୍ତିତ ରହୁଥା’ନ୍ତି ,ତେବେ ଆପଣ କିଛି ଅଦାର ରସ ସହିତ ଲେମ୍ବୁ ରସକୁ ଏକାସାଥିରେ ମିଳାଇ ଏହାକୁ ଦିନକୁ ଦୁଇ ଥର ଭାବରେ ସେବନ କରନ୍ତୁ। ତୁରନ୍ତ ହିଁ ଆପଣ ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ପାଇଯିବେ।
/sambad/media/post_attachments/wp-content/uploads/2018/07/pudina-youtube-300x169.jpg)
୩-ପୋଦିନା ପତ୍ର: ଏଥିସହିତ ଯେତେବେଳେ ଆପଣ ମୁଣ୍ଡବିନ୍ଧା ହେଉଥିବାର ଅନୁଭବ କରୁଛନ୍ତି ,ସେତେବେଳେ ଆପଣ ପୋଦିନା ପତ୍ରର ରସକୁ ମୁଣ୍ଡ ମଧ୍ୟରେ ଲଗାଇଦିଅନ୍ତୁ। ଏହା କରିବା ଦ୍ୱାରା ମୁଣ୍ଡବିନ୍ଧା ଦୂର ହୋଇଯିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/headache-depression-mental-state-financial-crisis.jpg)