ସାଧାରଣତଃ ପ୍ରତ୍ୟେକ ଘରର ରୋଷେଇରେ ଡାଲଚିନି ପାଉଡରକୁ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ। ଏହାକୁ ଆପଣମାନେ କେବଳ ମସଲା ରୂପରେ ବ୍ୟବହାର କରି ଥାଆନ୍ତିି । ହେଲେ ଏହା ଯେ ଆମର ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ଲାଗି କେତେ ଉପକାରୀ ତାହା ହୁଏତ ଆପଣ ଜାଣିନାହାନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏହାର ଫାଇଦା ବିଷୟରେ ଜଣାଇବୁ।

Advertisment

ଆପଣଙ୍କ ସୂଚନା ଲାଗି ଜଣାଉଛୁ କି, ମସଲା ଡାଲଚିନିରେ ଶକ୍ତିଶାଳୀ ରୋଗନିରୋଧୀ, ଆଣ୍ଟି-ଇଂଫ୍ଲେମେଟରି,ସଂକ୍ରାମଣ ବିରୋଧୀ ଏବଂ ଆଣ୍ଟି-କ୍ଲଟିଂ ଗୁଣରେ ଭରପୂର ରହିଥାଏ। ଏହା ଆମକୁ ରୋଗ ଦାଉରୁ ରକ୍ଷା କରିବାରେ ବିଶେଷ ଭାବରେ ସହାୟକ ହୋଇଥାଏ। ଏଥିସହିତ ଡାଲଚିନିରେ ମଧ୍ୟ ଆଣ୍ଟି-ଆକ୍ସିଡେଣ୍ଟ୍‌, ମାଙ୍ଗାନିଜ୍‌, ଆଇରନ୍‌ ଏବଂ ଫାଇବର ଭରପୁର ମାତ୍ରାରେ ଥାଏ।

publive-image

ଡାଲଚିନି ପାଉଡରକୁ ଚା’ ବା ବ୍ଲାକ୍‌ ଟି ସହିତ ସେବନ କରିବା ଯୋଗୁଁ ବ୍ୟକ୍ତି ଶରୀରକୁ ଦୁଇଗୁଣା ଫାଇଦା ମିଳିଥାଏ। ଆପଣ ଏକ କପ୍‌ ବ୍ଲାକ୍‌ ଟି ବା ନର୍ମାଲ୍‌ ଟିରେ କିଛି ମାତ୍ରାରେ ଡାଲଚିନି ପାଉଡରକୁ ମିଶାଇ ନିୟମିତ ଭାବେ ସେବନ କରନ୍ତୁ।

ଯଦି ଆପଣଙ୍କ ଠାରେ ସୁଗାର୍‌ର ସମସ୍ୟା ରହିଥାଏ ତ, ତେବେ ଆପଣ ଆଜିଠାରୁ ହିଁ ଚା’ ସହିତ ଡାଲଚିନି ପାଉଡର ମିଶାଇ ପିଇବାର ଅଭ୍ୟାସ କରନ୍ତୁ। କାରଣ ଏହା ଆପଣଙ୍କ ସୁଗାର୍‌ର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ।