କିଡ୍‌ନୀର ଷ୍ଟୋନ ସମସ୍ୟା ସହ ଏହି ୫ଟି ଶାରୀରିକ ସମସ୍ୟା ଦୂର କରିଥାଏ କାକୁଡ଼ି

ଖରାଦିନେ ଲୋକେ କାକୁଡ଼ି ଖାଇବାକୁ ପସନ୍ଦ କରିଥାନ୍ତି । କିଛି ଲୋକ ଏହାକୁ ସାଲାଡ କରି ଖାଇବାକୁ ମଧ୍ୟ ପସନ୍ଦ କରନ୍ତି । ପାଣିରେ ଭରପୂର ଥିବା କାକୁଡ଼ି ଖରାଦିନେ ଶରୀରର ଜଳୀୟଅଂଶ ବୃଦ୍ଧି କରିବା ସହ ଅନେକ ଶାରୀରିକ ସମସ୍ୟା ମଧ୍ୟ ଦୂର କରିଥାଏ । ଆସନ୍ତୁ ଜାଣିବା ସେ ବିଷୟରେ…

୧. ଯଦି ଆପଣଙ୍କୁ ବାରମ୍ବାର ଭୋକ ବା ଶୋଷ ଲାଗୁଛି, ତେବେ କାକୁଡ଼ି ନିଶ୍ଚୟ ଖାଆନ୍ତୁ । କାକୁଡ଼ିରେ କଳା ଲୁଣ ପକାଇ ସକାଳ ସମୟରେ ସାଲାଡ କରି ଖାଆନ୍ତୁ । ଯାହାଦ୍ୱାରା ଆପଣଙ୍କ ପେଟ ଦିନ ସାରା ଭରି ରହିବ ।

Rural Messenger

୨. ଆଜିକାଲି ଲୋକମାନଙ୍କ ପାଖରେ ପାଚନ ସମ୍ବନ୍ଧିତ ସମସ୍ୟା ଦେଖା ଦେଉଛି । ଏହି ସମସ୍ୟା ଦୂର କରିବା ପାଇଁ ପ୍ରତିଦିନ କାକୁଡ଼ି ଖାଇବା ଆରମ୍ଭ କରନ୍ତୁ । କିଛି ଦିନ କାକୁଡ଼ି ଖାଇବା ପରେ ଆପଣଙ୍କ ପାଚନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଯିବ ।

୩. ଶରୀରରେ ସର୍କରା ସ୍ଥର ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ କାକୁଡ଼ି ଖାଇବା ଆରମ୍ଭ କରନ୍ତୁ । ଏଥିରେ ଇନ୍‌ସୁଲିନ ସ୍ଥର ନିୟନ୍ତ୍ରଣ କରିବାର କ୍ଷମତା ରହିଥାଏ । ମଧୁମେହ ରୋଗୀ ଏହାକୁ ଯେତେ ପାରିବେ ଖାଇବା ଦରକାର ।

୪. କିଡ୍‌ନୀରେ ଷ୍ଟୋନ ସମସ୍ୟା ଥିଲେ ଆପଣ କାକୁଡ଼ି ଖାଇ ଏହି ସମସ୍ୟାକୁ ଦୂର କରି ପାରିବେ । କାକୁଡ଼ିରେ ଥିବା ପାଣି କିଡ୍‌ନୀରୁ ଷ୍ଟୋନ ବାହାର କରିବାରେ ସାହାଯ୍ୟ କରିଥାଏ ।

nari.punjabkesari.in

୫. ତ୍ୱଚା ତେଲିଆ ହୋଇଥିଲେ, କାକୁଡ଼ିର ଏକ ଟୁକୁଡ଼ା ନେଇ ମୁହଁରେ ଘଷନ୍ତୁ । ଯାହାଦ୍ୱାରା ତ୍ୱଚାରୁ ତେଲ ଅଂଶ ବାହାରିଯିବା ସହ ତ୍ୱଚାରେ ଚମକ ଆସିବ ।

ସମ୍ବନ୍ଧିତ ଖବର