ଖାଦ୍ୟ ଖାଇବା ପରେ ଖାଆନ୍ତୁ ୨୦ଗ୍ରାମ ଗୁଡ଼,ଏହି ୮ଟି ଶାରୀରିକ ସମସ୍ୟାରୁ ମିଳିବ ମୁକ୍ତି…

ପ୍ରାଚୀନ କାଳରୁ ଗୁଡ଼କୁ ଶରୀର ପାଇଁ ଅମୃତ ବୋଲି ଧରା ପରିଗଣିତ କରା ଯାଇଥାଏ । ଯଦି ଆପଣଙ୍କୁ ମିଠା ପସନ୍ଦ, ତେବେ ଆପଣ ଗୁଡ଼କୁ ନିଜ ଡ଼ାଏଟ୍‌ରେ ସାମିଲ କରି ପାରିବେ । ସବୁଠାରୁ ଖାସ୍‌ କଥା ହେଲା ଏହାକୁ ମଧୁମେହ ରୋଗୀ ମଧ୍ୟ ଖାଇ ପାରିବେ । କାରଣ ଏଥିରେ ଅନ୍‌ଇଫାଇନ୍‌ଡ୍‌ ନ୍ୟାଚୁରାଲ ସୁଗାର ରହିଥାଏ । ଯାହାଦ୍ୱାରା ମଧୁମେହ ରୋଗୀଙ୍କୁ କୌଣସି ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡ଼ି ନଥାଏ । ଆୟୁର୍ବେଦ ଅନୁସାରେ, ଖାଦ୍ୟ ଖାଇବା ପରେ ୨୦ଗ୍ରାମ ଗୁଡ଼ର ସେବନ କରିବା ଦରକାର । ଯାହାଦ୍ୱାରା ଖାଦ୍ୟ ଭଲ ଭାବରେ ହଜମ ହୋଇଥାଏ । ଏବେ ଆସନ୍ତୁ ଜାଣିବା ଗୁଡ଼ ଖାଇବାର ଅନେକ ଫାଇଦା ବିଷୟରେ…
୧. ଗୁଡ଼ ପେଟ ସହ ଜଡ଼ିତ ଅନେକ ସମସ୍ୟା ପାଇଁ ରାମବାଣ ସଦୃଶ । ଗ୍ୟାସ୍‌, ଏସିଡ଼ିଟି ଏବଂ ଭୋକ ନ ଲାଗିବା ସମସ୍ୟାକୁ ଗୁଡ଼ କିଛି ମିନିଟ୍‌ରେ ଦୂର କରିଥାଏ ।

Woman’s Day

୨. ଗୁଡ଼ ଗଳା ଏବଂ ହୃତ୍‌ପିଣ୍ଡ ସଂକ୍ରମଣ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ । ଏଥିରେ ସେଲେନିୟମ ରହିଥାଏ, ଯାହା ଆଣ୍ଟିଅକ୍ସିଡ଼ାଣ୍ଟର କାମ କରିଥାଏ । ପ୍ରତିଦିନ ଗୁଡ଼ର ସେବନ କରିବା ଦ୍ୱାରା ଗଳା ଏବଂ ହୃତ୍‌ପିଣ୍ଡ ସଂକ୍ରମଣ ସମସ୍ୟା ଦେଖା ଯାଇ ନଥାଏ ।
୩. ଏହାର ଭିତର ଭାଗ ଗରମ ହୋଇଥିବାରୁ ଏହାକୁ ଖାଇବା ଦ୍ୱାରା ଥଣ୍ଡା-ଜ୍ୱର ଭଳି ସମସ୍ୟା ଦେଖାଯାଇ ନଥାଏ । ମରିଚ ଏବଂ ଅଦା ସହ ଗୁଡ଼ ମିଶାଇ ଖାଇବା ଦ୍ୱାରା ଗଳା ଦରଜ ହେବା, କାଶ ହେବା, ଥଣ୍ଡା ଜ୍ୱର ହେବା ଭଳି ସମସ୍ୟା ଦେଖାଯାଇ ନଥାଏ ।
୪. ଖାଇବା ପରେ ଗୁଡ଼ ଖାଇବା ଦ୍ୱାରା ଦୃଷ୍ଟିଶକ୍ତି କମ ହେବା ସମସ୍ୟା ଦୂର ହେବା ସହ ଆଖିର ଥକାପଣ ଦୂର ହୋଇଥାଏ ।

NDTV Food
ସମ୍ବନ୍ଧିତ ଖବର