କର୍କଟ ରୋଗ ସହ ଓଜନକୁ ନିୟନ୍ତ୍ରଣ କରିଥାଏ ସଜନା ଛୁଇଁ, ଜାଣି ରଖନ୍ତୁ ଏହାର ଅନ୍ୟ ଫାଇଦା ବିଷୟରେ

ଗାଁରେ ସହଜରେ ମିଳୁଥିବା ସଜନା ଛୁଇଁ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ । ଏଥିରେ ଜିଙ୍କ, ଭିଟାମିନ୍ସ, କ୍ୟାଲସିୟମ ଏବଂ ଆଇରନ ଭଳି ଗୁଣ ରହିଥାଏ, ଯାହା ଶରୀରକୁ ଅନେକ ରୋଗରୁ ଦୂରରେ ରଖିଥାଏ । ଆସନ୍ତୁ ଜାଣିବା ସେ ବିଷୟରେ…..

୧. ଏହାର ସେବନ କରିବା ଦ୍ୱାରା ମସ୍ତିଷ୍କ ସକ୍ରିୟ ହେବା ସହ ସ୍ମରଣଶକ୍ତି ବଢ଼ିଥାଏ । ଏଥିରେ ଥିବା ଭିଟାମିନ୍‌ ସି, ଇ ଏବଂ ଉଚ୍ଚ ଆଣ୍ଟି-ଅକ୍ସିଡାଣ୍ଟ ଅବସାଦକୁ ଦୂରରେ ରଖିଥାଏ ।

୨. ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ଶରୀରରେ ଥିବା କର୍କଟ କୋଷିକା ସହ ଲଢ଼ିବାରେ ସାହାଯ୍ୟ କରିଥାଏ । ଯାହାଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା କମ ହୋଇଥାଏ ।

nari.punjabkesari.in

୩. ଯଦି ଆପଣ ନିଜର ମୋଟାପଣକୁ ନେଇ ଚିନ୍ତିତ ଅଛନ୍ତି, ତେବେ ତୁରନ୍ତ ସଜନା ଛୁଇଁ ଖାଇବା ଆରମ୍ଭ କରନ୍ତୁ । ଏଥିରେ କମ କ୍ୟାଲୋରୀ ସହ ଅଧିକ ଫାଇବର ରହିଥାଏ । ଯାହା ଭୋକକୁ କମ କରାଇଥାଏ ଏବଂ ଓଜନକୁ ନିୟନ୍ତ୍ରଣ କରିଥାଏ ।

୪. ଯକୃତକୁ ସୁସ୍ଥ ରଖିବା ପାଇଁ ହେଲେ ନିଜ ଡାଏଟରେ ସଜନା ଛୁଇଁକୁ ସାମିଲ କରନ୍ତୁ ।

ସମ୍ବନ୍ଧିତ ଖବର