ପଣସରେ ଭିଟାମିନ ଏ, ସି, ଥାଇମିନ୍, ପୋଟାସିୟମ, କ୍ୟାଲସିୟମ, ଆଇରନ, ଫଲିକ୍ ଏସିଡ୍, ମ୍ୟାଗ୍ନେସିୟମ ଭଳି ଅନେକ ପୌଷ୍ଟିକ ଗୁଣ ରହିଥାଏ । ଯାହା ଶରୀରର ଅନେକ ସମସ୍ୟାକୁ ଦୂର କରିଥାଏ । ଆସନ୍ତୁ ଜାଣିବା ସେ ବିଷୟରେ...
୧. ଯେଉଁ ଲୋକମାନଙ୍କର ଥାଇରଏଡ୍ର ସମସ୍ୟା ରହିଛି । ସେମାନଙ୍କ ପାଇଁ ପଣସ କୌଣସି ଔଷଧଠାରୁ କମ ନୁହେଁ । ଏଥିରେ ଥିବା ପୋଷକ ତତ୍ତ୍ୱ ଥାଇରଏଡ୍କୁ ନିୟନ୍ତ୍ରଣରେ ରଖିଥାଏ ।
/sambad/media/post_attachments/wp-content/uploads/2019/06/13_13_047333045does-glutathione-help-thyroid-300x200.jpg)
୨. ଓଜନ କମାଇବା ପାଇଁ ପଣସ ମଞ୍ଜି ଖାଇବା ଆରମ୍ଭ କରନ୍ତୁ । ଏଥିରେ କ୍ୟାଲୋରୀର ପରିମାଣ ଖୁବ୍ କମ ମାତ୍ରାରେ ରହିଥାଏ ଏବଂ ଏହା ଭୋକକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ । ଯାହା ଓଜନକୁ କମ କରିଥାଏ ।
୩. ପଣସ ମଞ୍ଜିରେ ଆଇରନର ମାତ୍ରା ଭରପୂର ମାତ୍ରାରେ ରହିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ ହେମୋଗ୍ଲୋବିନର ମାତ୍ରା ବଢ଼ିଥାଏ । ଯଦି ଆପଣଙ୍କ ଶରୀରରେ ରକ୍ତର ଅଭାବ ରହିଛି, ତେବେ ପଣସର ମଞ୍ଜି ଖାଇବା ଆରମ୍ଭ କରନ୍ତୁ ।
୪. ପଣସ ମଞ୍ଜିରେ ଆଣ୍ଟି-ଅକ୍ସିଡାଣ୍ଟର ମାତ୍ରା ଅଧିକ ପରିମାଣରେ ରହିଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରର କୋଷିକାଗୁଡ଼ିକ ଭାଙ୍ଗିବାରୁ ରୋକିଥାଏ । ଏହା ସହ ଏହା କର୍କଟ ରୋଗ ହେବାରୁ ମଧ୍ୟ ରକ୍ଷା କରିଥାଏ ।