ଦୈନିକ ପିଅନ୍ତୁ ୧ କପ୍‌ କଫି, ଦୂର ହେବ ଏହି ସବୁ ସମସ୍ୟା

ଅଧିକାଂଶ ଭାରତୀୟଙ୍କର ଚା ପିଇବାର ଅଭ୍ୟାସ ରହିଛି। ମାତ୍ର ଆପଣ ଜାଣନ୍ତି କି ଚା ଅପେକ୍ଷା କଫି ପିଇବା ଶରୀର ପକ୍ଷେ ବେଶି ଭଲ ହୋଇଥାଏ।? ଯଦି ଆପଣଙ୍କର ଚା ଅଭ୍ୟାସ ରହିଛି ଆପଣ ତା ପରିବର୍ତ୍ତେ ସେହି ସମୟରେ କଫି ପିଇପାରିବେ।

: କଫି ପିଇବା ଦ୍ବାରା ଶରୀର ସକ୍ରିୟ ରହିଥାଏ। ଅଧିକ କାମ କରିବା ପାଇଁ ଶକ୍ତି ମିଳିଥାଏ। ଆପଣ ଏକ କାର୍ଯ୍ୟ କରିବା ପାଇଁ ଯେତିକି କ୍ଷମ ହୋଇଥିବେ କଫି ପିଇବା ଦ୍ବାରା ତାହା ପ୍ରାୟ ୧୧ରୁ ୧୨ ପ୍ରତିଶତ ବୃଦ୍ଧି ପାଇଥାଏ।

: କଫି ପିିଇବା ଦ୍ବାରା ଶରୀରର ଓଜନ ହ୍ରାସ କରାଯାଇ ପାରେ। କଫିରେ ପ୍ରଚୁର ପରିମାଣ ମ୍ୟାଗ୍‌ନେସିୟମ୍‌ ଓ ପଟାସିୟମ ରହିଛି। ଏହା ଶରୀରରେ ଶର୍କରା ଭାଗକୁ ନିୟନ୍ତ୍ରଣରେ ରଖେ।


American Cancer Society

: କଫିରେ ଥିବା କଫିନ୍‌ ଶରୀରରୁ ଫ୍ୟାଟ୍‌ ଦୂର କରିବା ସହ ବ୍ୟକ୍ତିକୁ ସୁସ୍ଥ ରଖିଥାଏ।

: କଫି ପିିଇବା ଦ୍ବାରା କର୍କଟ ରୋଗ ହେବାର ସମ୍ଭାବନା କମ୍‌ ରହିଥାଏ। ମହିଳାଙ୍କ କ୍ଷେତ୍ରରେ ୨୫ ପ୍ରତିଶତ ଓ ପୁୁରୁଷଙ୍କ କ୍ଷେତ୍ରରେ ୨୦ ପ୍ରତିଶତ କର୍କଟ ସମ୍ଭାବନା ହ୍ରାସ ପାଇଥାଏ।

: ମଧୁମେହ ରୋଗୀମାନଙ୍କ ପାଇଁ ବି କଫି ଖୁବ୍ ଭଲ ହୋଇଥାଏ। ମଧୁମେହ ରୋଗୀମାନେ ଦୈନିକ ବିନା ଚିନିରେ କଫି ପିଇଲେ ଭଲ।

: ମସ୍ତିଷ୍କ ପାଇଁ ମଧ୍ୟ କଫି ଖୁବ୍ ଉପକାରୀ। କଫି ପିଇବା ଦ୍ବ‌ାରା ମାନସିକ ରୋଗର ସମ୍ଭାବନା କମ୍‌ ରହିଥାଏ।

ସମ୍ବନ୍ଧିତ ଖବର