କଳା କଫି ପିଇଲେ ଦୂରେଇ ଯିବ ଏହି ସବୁ ସମସ୍ୟା, ମସ୍ତିଷ୍କ ହେବ ତୀକ୍ଷ୍ଣ

ପ୍ରତ୍ୟେକ ଭାରତୀୟ ଘରେ ଚା କିମ୍ବା କଫି ପିଉଥିବା ଲୋକ ନିଶ୍ଚୟ ଥାଆନ୍ତି। ଅନେକ କଳା କଫି ପିଇବାର ବି ଅଭ୍ୟାସ ରଖନ୍ତି। ଏହି କଳା କଫିର ବହୁ ଉପକାରୀ ଗୁଣ ଅଛି। ଏଥିରେ ପ୍ରଚୁର ପରିମାଣ‌ରେ ଆଣ୍ଟି ଅକ୍ସିଡାଣ୍ଟ୍‌ ଓ ନ୍ୟୁଟ୍ରିଏଣ୍ଟ୍‌ସ ରହିଛି। ତେବେ, କଳା କଫିରେ କ’ଣ ସବୁ ବିଶେଷ ଗୁଣ ରହିଛି ଚାଲନ୍ତୁ ଜାଣିବା।

: କଫି ପିଇଲେ ସ୍ମରଣ ଶକ୍ତି ତୀକ୍ଷ୍ମ ହୋଇଥାଏ। ମସ୍ତିଷ୍କକୁ ସକ୍ରିୟ ରଖେ କଫି। କଫି ପିଇଲେ ସୃଜନଶୀଳତା ବି ବୃଦ୍ଧି ପାଏ ବୋଲି ଗେବେଷକମାନେ ମତ ରଖନ୍ତି। ସକାଳୁ ସକାଳୁ କଳା କଫି ପିଇଲେ ଖୁବ୍ ଭଲ ଭଲ ଭାବନା ସବୁ ମୁଣ୍ଡକୁ ଆ‌ସେ ବୋଲି ଦାବି କରାଯାଏ।


Times of India

: ଯତ୍କୃତ ପାଇଁ କଳା କଫି ବହୁତ ଭଲ ହୋଇଥା‌ଏ। କଳା କଫି ପିଉଥିବା ଲୋକଙ୍କର ଯତ୍କୃତ କର୍କଟ ହେବାର ଖୁବ୍ କମ୍‌ ସମ୍ଭାବନା ରହିଥାଏ। ଯତ୍କୃତ ଜନିତ ଆହୁରି ଗୁଡ଼ାଏ ସମସ୍ୟାକୁ ଭଲ କରିଥାଏ କଳା କଫି। ଗବେଷଣାରୁ ଜଣାପଡ଼ିଛି ଯେ ଦିନକୁ ପ୍ରାୟ ୪ କପ୍‌ କଳା କଫି ପିଇବାର ଅଭ୍ୟାସ ରଖିଥିବା ବ୍ୟକ୍ତିିଙ୍କ କ୍ଷେତ୍ରରେ ଯତ୍କୃତ ଜନିତ ସମସ୍ୟା ହେବାର ଖୁବ୍ କମ୍‌ ସମ୍ଭାବନା ରହିଥାଏ।

: ଏହାକୁ ଆପଣ ନିଜର ଓଜନ ହ୍ରାସ ଡାଏଟ୍‌ରେ ବି ସାମିଲ୍‌ କରିପାରନ୍ତି। କଳା କଫି ପିଇଲେ ଓଜନ ହ୍ରାସ ବି ଘଟିଥ‌ାଏ।

: ହୃଦ୍‌ରୋଗୀଙ୍କ ପାଇଁ କଳା କଫି ଖୁବ୍ ଭଲ ହୋଇଥାଏ। ଏହାକୁ ଦୈନିକ ପିଉଥିବା ଲୋକଙ୍କ ଭିତରେ ହୃଦ୍‌ ଜନିତ ରୋଗ କମ୍‌ ହୋଇଥାଏ।

: ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, କଳା କଫି ମଧୁମେହ ରୋଗୀଙ୍କ ପାଇଁ ଖୁବ୍ ଭଲ। କଳା କଫି ପିଉଥିବା ଲୋକଙ୍କ ରକ୍ତରେ ଶର୍କରା ପରିମାଣ ନିୟନ୍ତ୍ରଣରେ ରହିଥାଏ।

ସମ୍ବନ୍ଧିତ ଖବର