ଭୁବନେଶ୍ବର: ଜାମୁକୋଳି ପ୍ରାୟ ସମସ୍ତଙ୍କର ପସନ୍ଦ । ଏହା ଖାଇବାକୁ ଯେତିକି ଭଲ ଲାଗେ ଏଥିରେ ଭିଟାମିନ୍ ବି ବହୁ ମାତ୍ରାରେ ଭରି ରହିଛି । ରାସ୍ତା କଡରେ ପୁଳାପୁଳା ଜାମୁକୋଳି ବିକ୍ରି ହେଉଥିବା ଦେଖିବାକୁ ମିଳେ ଆଉ ସେସବୁକୁ ଲୋକେ ଲୋଭରେ ଘରେ ନେଇ ଲଙ୍କା ଲୁଣ ସହ କିଏ କିଏ ଖାଆନ୍ତି ତ କେହି କେହି ଖାଲି ଖାଆନ୍ତି । ଜାମୁକୋଳି ସମସ୍ତେ ଖାଇବାକୁ ଭଲପାଉଥିବା ବେଳେ କୋଳି ଖାଇ ସାରିବା ପରେ କିନ୍ତୁ ଆମେ ସମସ୍ତେ ଏହାର ମଞ୍ଜିକୁ ଫୋପାଡି ଦେଉ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯାହାକୁ ଅଲୋଡ଼ା ଭାବି ଆମେ ଫୋପାଡ଼ି ଦେଉ ସେହି ମଞ୍ଜିରେ ଥାଏ ଅନେକ ଔଷଧୀୟ ଗୁଣ । ତେବେ ଆସନ୍ତୁ ଜାଣିବା ଜାମୁକୋଳି ମଞ୍ଜିର ଫାଇଦା ବାବଦରେଟ୍ଟ
-ଜାମୁକୋଳି ପରି ଏହାର ମଞ୍ଜି ମଧ୍ୟ ପୋଷକ ତତ୍ତ୍ବରେ ଭରପୂର ହୋଇ ରହିଥାଏ । ଏହି ମଞ୍ଜିର ପାଉଡର ଡାଇବେଟିସ୍ ଏବଂ ବ୍ଲଡ୍ ପ୍ରେସର ରୋଗୀଙ୍କ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ ।
-ପ୍ରତିଦିନ ଏହି ପାଉଡର ଖାଇବା ଦ୍ବାରା ପାଚନ ଏବଂ ମେଟାବୋଲିଜିମ୍ ଠିକ୍ ରହେ । ଜାମୁକୋଳି ମଞ୍ଜିର ପାଉଡର ଲିଭର୍ ଏବଂ ହାର୍ଟକୁ ସୁସ୍ଥ ରଖେ ।
-ଡାଏବେଟିସ୍ ରୋଗୀଙ୍କ ପାଇଁ ଜାମୁକୋଳି ସହ ଏହାର ମଞ୍ଜିରୁ ପ୍ରସ୍ତୁତ ପାଉଡର୍ ଭାରି ଲାଭ ଦାୟକ । ଏହାର ପାଉଡର୍ ଶରୀରରେ ଇନସୁଲିନର ସ୍ତର ବଢ଼ାଇବାରେ ସାହାଯ୍ୟ କରେ ।
-ଯଦି ଆପଣଙ୍କ ଶରୀରରେ ଉଚ୍ଚ ରକ୍ତଚାପର ସମସ୍ୟା ଦେଖାଯାଉଛି ତା’ହେଲେ ଜାମୂକୋଳି ମଞ୍ଜିର ପାଉଡର୍ ସେବନ କରିପାରିବେ । ଏଥିରେ ଥିବା ଔଷଧୀୟ ଗୁଣ ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣ ରଖିଥାଏ
-ଶରୀରରେ ବର୍ଦ୍ଧିତ ଓଜନକୁ ମଧ୍ୟ ନିୟନ୍ତ୍ରଣ କରେ ଜାମକୋଳି ମଞ୍ଜିର ପାଉଡର । ଯଦି ଆପଣ ସକାଳୁ ସକାଳୁ ଏହି ପାଉଡରକୁ ଖାଉଛନ୍ତି ତା’ହେଲେ କିଛି ଦିନ ମଧ୍ୟରେ ଓଜନ କମିପାରେ । ସକାଳୁ ଖାଲି ପେଟରେ ଗୋଟିଏ ଚାମଚ ପାଉଡରକୁ ଉଷୁମ ପାଣିରେ ପିଇବା ଦ୍ବାରା ଓଜନ କମିଥାଏ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।